Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପାକିସ୍ତାନରେ ବି ବାଜିବନି ଭାରତୀୟ ଗୀତ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ପାକିସ୍ତାନରେ ବି ବାଜିବନି ଭାରତୀୟ ଗୀତ

utkala khabar
Last updated: May 5, 2025 5:29 pm
utkala khabar
Published May 5, 2025
Share
SHARE

ପାକିସ୍ତାନ ୦୫/୫ :  ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି। ଇତି ମଧ୍ୟରେ ଭାରତ ଏକ ବଡ଼ ପଦକ୍ଷେପସ୍ଵରୂପ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍, ପାକିସ୍ତାନୀ କଳାକାର ଏବଂ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଶରେ ନିଷେଧ କରିଛି। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ ପାକ୍ ରେଡିଓ ଷ୍ଟେସନରେ ଭାରତୀୟ ଗୀତକୁ ନିଷେଧ କରିଛି।

ପାକିସ୍ତାନବାସୀ କାହିଁ କେଉଁ କାଳରୁ ଲତା ମଙ୍ଗେସକର, ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ଗୀତ ଶୁଣି ଆସୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ଭଳି କଣ୍ଠଶିଳ୍ପୀ ପାକିସ୍ତାନୀମାନଙ୍କର ଖୁବ୍ ପସନ୍ଦ। କିନ୍ତୁ ପାକିସ୍ତାନରେ ଏବେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଗୀତ ବାଜିବ ନାହିଁ। ଗୁରୁବାର ପାକିସ୍ତାନ ପ୍ରସାରଣ ସଂଘ(ପିବିଏ) ସୂଚନା ଦେଇଛି ଯେ, ସେମାନେ ସେମାନଙ୍କ ରେଡିଓ ଷ୍ଟେସନଗୁଡ଼ିକରେ ବାଜୁଥିବା ସମସ୍ତ ଭାରତୀୟ ଗୀତକୁ ନିଷେଧ କରିଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଅତୁଲ୍ଲାହ ତରାର ଭାରତ ବିରୋଧରେ ପିବିଏର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ ପିବିଏର ସାଧାରଣ ସମ୍ପାଦକଙ୍କୁ ଏକ ପତ୍ର ଲେଖିଛନ୍ତି।

You Might Also Like

ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ବିରାଟ-ଜାହିର-ଯୁବରାଜଙ୍କ ପୁରୁଣା ଫଟୋ ଭାଇରାଲ ହେଲା

ଏପ୍ରିଲ ୧୬ ତାରିଖ ବୁଧବାର ,କେମିତି କଟିବ ଆଜିର ଦିନ

ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ଜାଣନ୍ତୁ ଏହାର ପୂରା ଇତିହାସ

ଶିଶୁ ବାଟିକା : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’

TAGGED:#entertainment news#pakisthan#UTKALA KHABARIndian songs ban
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?