Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦୀପିକା-ରଣବୀରଙ୍କ ଝିଅ ଦୁଆ ପାଇଁ କିଣିଲେ ୧୦୦ କୋଟି ଟଙ୍କାର ଆପାର୍ଟମେଣ୍ଟ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଦୀପିକା-ରଣବୀରଙ୍କ ଝିଅ ଦୁଆ ପାଇଁ କିଣିଲେ ୧୦୦ କୋଟି ଟଙ୍କାର ଆପାର୍ଟମେଣ୍ଟ

utkala khabar
Last updated: April 19, 2025 1:10 pm
utkala khabar
Published April 19, 2025
Share
SHARE

ମୁମ୍ବାଇ ୧୯/୪ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କିଛି ଦିନ ତଳେ ଝିଅ ଦୁଆ ସମ୍ପର୍କରେ ଗୁଗଲରେ ସର୍ଚ୍ଚ କରିବାକୁ ନେଇ କାଫି ଚର୍ଚ୍ଚାରେ ରହିଥିଲେ ଦୀପିକା ।  ପୁଣି ଚର୍ଚ୍ଚାର ଘେରକୁ ଆସିଛନ୍ତି ଦୀପିକା ପାଦୁକୋନ ଏବଂ ତାଙ୍କ ସ୍ବାମୀ ରଣବୀର କପୁର । ଝିଅକୁ ଜନ୍ମ ଦେବା ପରେ ମା ହିସାବରେ ଦୀପିକା ଦୁଆର ସୁସ୍ଥ ଶରୀର ପ୍ରତି ସଚେତନ ରହିଥିଲେ । ପୁଣି ଝିଅ ପାଇଁ ବାପା – ମା ହିସାବରେ ଆଉ ଏକ ପଦକ୍ଷେପ ନେଇଛନ୍ତି । ଝିଅ  ଦୁଆର ଭବିଷ୍ୟତକୁ ନେଇ  ରଣବୀର ଏବଂ ଦୀପିକା ତାଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବାରେ ସଫଳ ହୋଇଛନ୍ତି ।

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଉଭୟେ ମିଶି ଝିଅ ଦୁଆ ପାଇଁ କିଣିଥିବା ନୁଆ ଘର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୁହେଁ ଶାହରୁଖ ଖାନଙ୍କ ଘର ମନ୍ନତ ପାଖରେ ଥବା ଆପାର୍ଟମେଣ୍ଟକୁ କୋଟି କୋଟି ଟଙ୍କାର ହୋଇଥିବା ସୂଚନା ମିଳୁଛି । ଯାହାର ଦାମ୍  ୧୦୦କୋଟି ଟଙ୍କା ବୋଲି ଶୁଣାଯାଉଛି  । ଯାହା ୧୬ରୁ ୧୯ ମହଲା ପର୍ଯ୍ୟନ୍ତ ବୋଲି ପୋଷ୍ଟ ହୋଇଥିବା ଫଟୋରୁ ଜଣାପଡୁଛି ।

ଅନ୍ୟପଟେ ଦୀପିକା ପାଦୁକୋନ ଶେଷ ଥର ପାଇଁ ‘ସିଙ୍ଘମ ଅଗେନ୍’ରେ ଡିସିପି ଶକ୍ତି ଶେଟ୍ଟୀ ଭାବରେ ନଜର ଆସିଥିଲେ। ମାଆ ହେବା ପରେ ଦୀପିକା ତାଙ୍କ ଆଗାମୀ ଫିଲ୍ମକୁ ନେଇ କୌଣସି ଘୋଷଣା କରିନାହାଁନ୍ତି ।ଠିକ୍ ସେହିପରି  ରଣବୀର ସିଂ ବର୍ତ୍ତମାନ ଫିଲ୍ମ ‘ଧୁରନ୍ଧର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରଣବୀରଙ୍କ ସମେତ ସଞ୍ଜୟ ଦତ୍ତ, ଆର ମାଧବନ, ଅକ୍ଷୟ ଖାନ୍ନା ଏବଂ ୟାମି ଗୌତମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ରଣବୀର ସଞ୍ଜୟ ଲୀଲା ବଂଶାଲୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଶକ୍ତିମାନ’ ଏବଂ ‘ବୈଜୁ ବାୱରା’ରେ ମଧ୍ୟ  ନଜର ଆସିବେ।

 

 

You Might Also Like

ଏପ୍ରିଲ ୧୫ ତାରିଖ ମଙ୍ଗଳବାର ; ଜାଣନ୍ତୁ କେମିତି ରହିବ ଆଜିର ଦିନ

ସଲମାନ ଖାନ୍‌ଙ୍କୁ ପୁଣି ମିଳିଲା ହତ୍ୟା ଧମକ

ଏପ୍ରିଲ ୧୪ ତାରିଖ ସୋମବାର ପଡ଼ୁଥିବାରୁ ଆଜିର ଦିନଟି କେମିତି ହେବ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ପାକିସ୍ତାନୀ ସେଲିବ୍ରିଟିଙ୍କୁ ବ୍ୟାନ୍ କଲା ଭାରତ

TAGGED:#entertainment news#viral newsBollywood newsDaughterDeepika PadukoneDuaRanveer Singh
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?