କାର ଦୁର୍ଘଟଣାରେ ଆହତ ହେଲେ ଇଣ୍ଡିଆନ ଆଇଡୋଲ ସିଜିନ୍ ୧୨ର ୱିନର ପୱନଦୀପ ରାଜନ । ଏଭଳି ଅଘଟଣ ସୋମବାର ଅର୍ଥାତ ଆଜି ଅହମଦାବାଦଠାରେ ଘଟିଥିବାର ସୂଚନା ମିଳିଛି । ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।
ପୱନଦୀପଙ୍କର ଅହମଦାବାଦ ନିକଟରେ କାର ଦୁର୍ଘଟଣା ଘଟିଛି । ଏଭଳି ଦୁର୍ଘଟଣା ଆଜି ପ୍ରାୟ ଭୋର ୩.୪୦ ମିନିଟରେ ହୋଇଥିବାର ଖବର ମିଳିଛି । ଏପର୍ଯ୍ୟନ୍ତ ତାଙ୍କ ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପାୱନ ସୁସ୍ଥ ହେବା ପରେ ଏହାର କାରଣ ଜଣାପଡିବ ବୋଲି କୁହାଯାଉଛି । ଯେଉଁଥି ପାଇଁ ସିଙ୍ଗରଙ୍କ ଅପେକ୍ଷା କରାଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓରେ ପାୱନଙ୍କ ହାତ ଏବଂ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି । ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ତାଙ୍କର ଗୋଡ ଏବଂ ହାତ ଫ୍ୟାକଚର ହୋଇଛି । ତେବେ ତାଙ୍କ ପ୍ରଶଂସକମାନେ ଆରୋଗ୍ୟ କାମନା କରିଛନ୍ତି ।
ସେ ପିତା ସୁରେଶ ରାଜନ ଓ ମାତା ସରୋଜଙ୍କ ପୁଅ । ସେମାନେ ଚମ୍ପାୱଟର ବାସିନ୍ଦା । ତାଙ୍କର ଭଉଣୀ ଜ୍ୟୋତିଦୀପ ରାଜନ ହେଉଛନ୍ତି ମଧ୍ୟ କୁମାଓନି ଲୋକ କଳାକାର। ପବନଦୀପଙ୍କ ସଙ୍ଗୀତ ଯାତ୍ରା ୨୦୧୫ ମସିହାରେ ଦି ଭଏସ୍ ଇଣ୍ଡିଆରେ ତାଙ୍କର ବିଜୟ ସହିତ ଆରମ୍ଭ ହୋଇଥିଲା। ତା’ପରେ ସେ ଇଣ୍ଡିଆନ୍ ଆଇଡଲ୍ ୧୨ ଜିତିଥିଲେ। ପବନଦୀପ ଇଣ୍ଡିଆନ୍ ଆଇଡଲ୍ ୧୨ ଟ୍ରଫି ସହିତ ଏକ କାର ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଥିଲେ। ସଙ୍ଗୀତ କ୍ୟାରିୟରରେ ଧୀରେ ଧୀରେ ସଫଳତାର ସହ ଆଗେଇ ଚାଲିଛନ୍ତି । ସେ ଅନେକ ଫିଲ୍ମ, ଆଲବମରେ ନିଜର ସ୍ଵରଦାନ କରିଛନ୍ତି । କଳା ପ୍ରତି ଥିବା ତାଙ୍କର ଭଲପାଇବା ସମସ୍ତଙ୍କ ମନକୁ ଜିତିପାରିଛନ୍ତି ପାୱନ । ଯାହା ଦ୍ୱାର ତାଙ୍କର ଚମତ୍କାର ସ୍ୱର ଗୀତରେ ପ୍ରତିଫଳିତ କରେ ।