Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶାହରୁଖଙ୍କ ବଡ ପ୍ରତିକ୍ରିୟା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶାହରୁଖଙ୍କ ବଡ ପ୍ରତିକ୍ରିୟା

utkala khabar
Last updated: April 25, 2025 1:26 pm
utkala khabar
Published April 25, 2025
Share
SHARE

ପହଲଗାମ ୨୫/୪ : ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶରଲୋକଙ୍କୁ ମର୍ମାହତ କରିଛି। ଏପରି ପରିସ୍ଥିତିରେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଓ କଳାକାରମାନେ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ  ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଭାରତ ନିଶ୍ଚୟ ଏହାର କଡା ଜବାବ ଦେବ ବୋଲି ଦାବି କରିଛନ୍ତି।ଏହି କ୍ରମରେ ଶାହରୁଖ ଖାନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ପହଲଗାମରେ ହୋଇଥିବା ହିଂସା ଏବଂ ଅମାନବୀୟ କାର୍ଯ୍ୟ ପାଇଁ ମୁଁ ଦୁଃଖିତ । ମୋର ଭିତରେ ଥିବା କ୍ରୋଧକୁ ମୁଁ ଶବ୍ଦରେ ପ୍ରକାଶ କରିବା ମୋ ପାଇଁ କଷ୍ଟକର।ଏପରି ସମୟରେ ଆମେ କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରିପାରିବା ଏବଂ ମୃତକଙ୍କ ପରିବାର ପାଇଁ  ଗଭୀର ସମବେଦନା ଜଣାଇ ପାରିବା। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏହି ଜଘନ୍ୟ ଅପରାଧର ନ୍ୟାୟ ପାଇବା।’ଶାହରୁଖ ଖାନଙ୍କ ବ୍ୟତୀତ, ଅନେକ ସେଲିବ୍ରିଟି ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ର ଲେଖକ ଜାଭେଦ ଅଖତର ମଧ୍ୟ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ଏହା ଅତ୍ୟନ୍ତ ଦୁଃଖଦ ଘଟଣାା। କୌଣସି ପରିସ୍ଥିତିରେ  ପହଲଗାମର ଆତଙ୍କବାଦୀମାନଙ୍କୁ ଖସିଯିବାକୁ ଦିଆଯାଇପାରିବ ନାହିଁ। ଲୋକଙ୍କୁ ବିନା ଦୋଷରେ ଏଭଳି ହତ୍ୟା କରିବାର ଫଳ ସେମାନଙ୍କୁ ନିଶ୍ଚୟ ମିଳିବ… ନିଶ୍ଚୟ ମିଳିବ। ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, କରୀନା କପୁର, କିଆରା ଆଡଭାନୀ ଏବଂ ସୋନାକ୍ଷୀ ସିହ୍ନା ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

 

 

You Might Also Like

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ଐତିହାସିକ ରେକର୍ଡ ; ଲକ୍ଷେ ଛୁଇଁଲା ସୁନା

ବାଥରୁମରେ କାହିଁକି ବିନ୍ଦୀ ବାହାର କରିବା ଉଚିତ ନୁହେଁ ଜାଣନ୍ତୁ

ଦୁଷ୍କର୍ମ ଦୃଶ୍ୟ ସୁଟିଙ୍ଗ ହେବା ସମୟରେ ଥରି ଉଠିଥିଲେ ଦିଆ ମିର୍ଜା

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

TAGGED:#UTKALA KHABARJamu kashmirPahalgam terror attackShah Rukh Khan
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?