ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ‘କ୍ରିସ୍-୪’ ଫିଲ୍ମ ବିଷୟରେ ଘୋଷଣା କରିବା ପରେ ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ହ୍ରିତିକ୍ ଏଥିରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ଆସିଛି। ଏହାର କାହାଣୀ ଟାଇମ୍ ଟ୍ରାଭେଲ ଉପରେ ଆଧାରିତ ହେବ ବୋଲି ଜଣାପଡ଼ିଛି। ଏଥିରେ ହ୍ରିତିକ୍ ଟ୍ରିପିଲ ରୋଲରେ ଦେଖାଯିବେ ବୋଲି ଚର୍ଚ୍ଚା ହେଉଛି। ପ୍ରୀତି ଜିନ୍ଟା ମଧ୍ୟ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘କୋଇ ମିଲ ଗୟା’ ଫିଲ୍ମରେ ହ୍ରିତିକ୍ ସିଙ୍ଗିଲ୍ ରୋଲରେ ଦେଖାଯାଇଥdବାବେଳେ ‘କ୍ରିସ୍’ ଓ ‘କ୍ରିସ୍-୩’ରେ ଡବଲ ରୋଲରେ ନଜର ଆସିଥିଲେ। । ଟାଇମ୍ ଟ୍ରାଭେଲ ଉପରେ ଫିଲ୍ମଟି ଆଧାରିତ ହୋଇଥିବାରୁ ଏଥରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଘଟଣାଗୁଡ଼ିକ ଯୋଡ଼ି ହୋଇଥିବାର ଦେଖିବାକୁ ମିଳିବ। ପ୍ରିୟଙ୍କା ଚୋପ୍ରା ଓ ରେଖା ମଧ୍ୟ ଏଥିରେ ନଜର ଆସିବେ। ଏହାସହ ଏହି ଫିଲ୍ମରେ ବିବେକ ଓବରୟଙ୍କୁ ଦେଖିବାକୁ ମିଳିବ। ସେ ‘କ୍ରିସ୍-୩’ରେ ଖଳନାୟକ ଭାବେ ଦେଖାଯାଇଥିଲେ। ‘କ୍ରିସ୍-୪’ରେ ପୁଣି ଥରେ ହ୍ରିତିକ୍ ଓ ବିବେକ ମୁହାଁମୁହିଁ ହେଉଥିବାର ଦେଖାଯିବେ।
ଶ୍ରଦ୍ଧା ଓ ରାଜ୍କୁମାର ରାଓଙ୍କ ଏହି ଫିଲ୍ମ ପାଞ୍ଚଦିନ ମଧ୍ୟରେ ବକ୍ସ ଅଫିସ୍ରୁ ୨୭୫ କୋଟି ଟଙ୍କା ଆୟ କରିଛି। ଇତିମଧ୍ୟରେ ଶ୍ରଦ୍ଧା ‘କ୍ରୀସ୍-୪’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ସ୍ତ୍ରୀ ୨’ର ସଫଳତାକୁ ଦେଖି ‘କ୍ରୀସ୍-୪’ର ନିର୍ଦ୍ଦେଶକ କରନ୍ ମଲହୋତ୍ରା ଶ୍ରଦ୍ଧାଙ୍କ ନାମ ବାଛିଥିବା କୁହାଯାଉଛି। ଏହାବାଦ୍ ଶ୍ରଦ୍ଧା ଗତବର୍ଷ କରିଥିବା ଏକ ପୋଷ୍ଟରୁ ସେ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। କାରଣ ଶ୍ରଦ୍ଧା ସୂର୍ଯ୍ୟକିରଣରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍ରେ ଲେଖିଥିଲେ, ‘ଯାଦୁ ଭଳି ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି।’ ଏଥିରେ ହ୍ରିତିକ୍ ମନ୍ତବ୍ୟ ଦେଇଥିାଲେ,‘ ମୁଁ ତାକୁ କହିଦେଇଛି, ସେ ଆସୁଛି।’ କିନ୍ତୁ ଏନେଇ ଫିଲ୍ମର ପ୍ରଯୋଜକ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ସୁପର୍ହିରୋ ଉପରେ ଆଧାରିତ ‘କ୍ରୀସ୍-୪’କୁ ଦର୍ଶକେ ୧୧ ବର୍ଷ ଧରି ଅପେକ୍ଷା କରିଛନ୍ତି। ଏହାର କାହାଣୀ ଲେଖା ହୋଇସାରିଛି। ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।