ଗତକାଲି ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତ୍ତନ ବିଧାୟକ ପ୍ରଭାତ ତ୍ରୀପାଠୀ । ପ୍ରେସମିଟ୍ କରି ନିଜର ମତ ରଖିଛନ୍ତି ପ୍ରଭାତ । ସେ କହଛନ୍ତି, ”ଚିଟ୍ଫଣ୍ଡ ମାମାଲାରେ ମୋତେ ନିଲମ୍ବନ କରାଯାଇଥିଲା କିନ୍ତୁ ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କୋଭିଡ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରେ । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲି । ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି । ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, “ଯେଉଁ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି ତାହାକୁ ନବୀନ ମତ ଦେଇଛନ୍ତି । ଯାହାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି ତାହାକୁ ଗୌଣ କରି ଦେଇଛନ୍ତି ନବୀନ । ୱାକଫ ବିଲ୍ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍ ଜାରି ହୋଇନଥିଲା । ଦଳର ବହୁ ବରିଷ୍ଠ ବିଧାୟକ ଯେଉଁଦିନ ଏହି ଘଟଣା ଘଟିଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିଟ୍ଫଣ୍ଡ୍ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ମୁଁ ଦୋଷୀ ନୁହେଁ, ମୁଁ ଦୋଷୀ ହୋଇନାହିଁ । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି । ଲୁଚିଛି ନା ଗୋଡ଼ ଦିଟା ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି । ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ । ତାହା ସ୍ପଷ୍ଟ ହୋଇଗଲେ କୌଣସି ଇସ୍ୟୁ ରହି ନଥାନ୍ତା । ଏହା କ୍ଲିୟର କଲେନି ନବୀନ ପଟ୍ଟନାୟକ । ମିଛ କହି ନବୀନ ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ।