ଜାମୁ-କାଶ୍ମୀର ୨୬/୪ : ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାଶ୍ମୀରର ବାସିନ୍ଦା ହିନା ଖାନ ନିଜ ସହରରେ ଏପରି ଏକ ହୃଦୟବିଦାରକ ଘଟଣାକୁ ନେଇ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ନେଇ ହିନା ଖାନ ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରିଛନ୍ତି। ଏହି ନୋଟରେ ଅଭିନେତ୍ରୀ ଆତଙ୍କବାଦୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହିତ ପୀଡ଼ିତଙ୍କ ପରିବାରକୁ ଏ ଦୁଃଖ ସମୟରେ ଧୌର୍ଯ୍ୟ ଧରିବା ପାଇଁ ଶକ୍ତି ଦେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଆତଙ୍କବାଦୀଙ୍କ ଏଭଳି ଭୟାବହ ଆକ୍ରମଣ ମୋ ଛାତିକୁ ଥରାଇ ଦେଇଛି। ଧର୍ମ ପଚାରି ଗୁଳି କରିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ। ମୁସଲମାନ ଭାବରେ, ମୁଁ ମୋର ସମସ୍ତ ହିନ୍ଦୁ ଏବଂ ମୋର ଭାରତୀୟ ସାଥୀମାନଙ୍କ ଠାରୁ କ୍ଷମା ମାଗିବାକୁ ଚାହୁଁଛି। ଜଣେ ଭାରତୀୟ ଭାବରେ, ଜଣେ ମୁସଲମାନ ଭାବରେ, ସେଠାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୋର ହୃଦୟ ଭାଙ୍ଗିଯାଉଛି। ମୁଁ ଏହି ଦୁଃଖରୁ ବାହାରି ପାରୁନାହିଁ। ଏହା ମୋର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି, ମାନସିକ ଭାରସାମ୍ୟ ହରାଇ ଦେଲାଭଳି ଲାଗୁଛି… । ଏହି ଘଟଣା କେବଳ ମୋର ନୁହେଁ ପ୍ରତ୍ୟେକ ଭାରତୀୟ ଏହି ଯନ୍ତ୍ରଣାକୁ ଅନୁଭବ କରିପାରୁଛନ୍ତି। ମୁଁ ଜଣେ ଭାରତୀୟ, ଜଣେ ମୁସଲମାନ ଏବଂ ଜଣେ ମଣିଷ ଭାବରେ ନ୍ୟାୟ ଚାହୁଁଛି। ଏହି କଷ୍ଟକର ସମୟରେ ଆମେ ସମସ୍ତେ ଏକାଠି ହୋଇ ଭାରତକୁ ସମର୍ଥନ କରିବା ଉଚିତ। ଆମକୁ ଏକତ୍ର ହେବାକୁ ପଡିବ। କୌଣସି ରାଜନୀତି ନାହିଁ। କୌଣସି ବିଭାଜନ ନାହିଁ। ଘୃଣା ନାହିଁ। ଯାହା ହେଉନା କାହିଁକି। ଆମେ ପ୍ରଥମେ ଭାରତୀୟ। ଜୟ ହିନ୍ଦ।