Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ପହଲଗାମରେ ଥିଲେ ଏହି ଟିଭି କପଲ୍
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ପହଲଗାମରେ ଥିଲେ ଏହି ଟିଭି କପଲ୍

utkala khabar
Last updated: April 24, 2025 5:12 pm
utkala khabar
Published April 24, 2025
Share
SHARE

ଜମ୍ମୁ-କାଶ୍ମୀର ୨୪/୪ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ମର୍ମାହତ କରିଛି । ଏହି ଆକ୍ରମଣକୁ ନେଇ ବଲିଉଡ୍ ଏବଂ ଟିଭି କଳାକାରଙ୍କ ମଧ୍ୟରେ କ୍ରୋଧ ରହିଛି । ସୋନୁ ସୁଦଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର ପର୍ଯ୍ୟନ୍ତ, ଅନେକ ଷ୍ଟାର ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦୀଙ୍କ ଏହି ଭୟାନକ କାର୍ଯ୍ୟ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ଏହି ଆକ୍ରମଣ ଉପରେ ଅନେକ ଟିଭି ଷ୍ଟାର ମଧ୍ୟ କ୍ରୋଧ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ, ଟିଭି ଅଭିନେତ୍ରୀ ଦୀପିକା କକ୍କର ମଧ୍ୟ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ଏବଂ ପରିବାର ସହିତ ପହଲଗାମରେ ଛୁଟି କାଟୁଥିଲେ। ଏହି ଆକ୍ରମଣ ବିଷୟରେ ଜାଣିବା ମାତ୍ରେ ଦମ୍ପତି ଚିନ୍ତିତ ହୋଇଗଲେ ଏବଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଲେ ଯେ ସେମାନେ ଭଲ ଏବଂ ସୁରକ୍ଷିତ ଅଛନ୍ତି ।

ପହଲଗାମର ବୈସାରନ ଘାଟିରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଦୀପିକା ଏବଂ ସୋଏବ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି । ପୋଷ୍ଟଟି ସେୟାର କରିବା ସମୟରେ ସୋଏବ ଇବ୍ରାହିମ ଲେଖିଛନ୍ତି – ‘ନମସ୍କାର ବନ୍ଧୁଗଣ, ଆପଣମାନେ ସମସ୍ତେ ଆମର ସୁରକ୍ଷା ବିଷୟରେ ଚିନ୍ତିତ ଥିଲେ । ହେଲେ ଆମେ ସମସ୍ତେ ସୁରକ୍ଷିତ ଏବଂ ଭଲ ଅଛୁ । ଆମେ ଆଜି ସକାଳେ କାଶ୍ମୀର ଛାଡିଲୁ ଏବଂ ସୁରକ୍ଷିତ ଭାବରେ ଦିଲ୍ଲୀରେ ପହଞ୍ଚିଲୁ । ଆପଣଙ୍କ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ।

ଦୀପିକା ଏବଂ ସୋଏବଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବିଷୟରେ ଚିନ୍ତିତ ଥିଲେ କାରଣ ଏହି ଟିଭି ଷ୍ଟାର ଦମ୍ପତି ଲଗାତାର ଭାବରେ ସେମାନଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ନିକଟରେ, ଦୁହେଁ ପହଲଗାମ ଗସ୍ତର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ସୁନ୍ଦର ଉପତ୍ୟକାର ଝଲକ ଦେଖାଉଥିବାର ଦେଖିବାକୁ ମିଳିଛି । ଏପରି ପରିସ୍ଥିତିରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଦୀପିକା-ଶୋଏବଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଗଲେ । ଅନେକ ଲୋକ ଦମ୍ପତିଙ୍କ ପୋଷ୍ଟରେ କମେଣ୍ଟ ଦେଇଥିଲେ ଏବଂ ସେମାନଙ୍କ ସୁସ୍ଥତା ବିଷୟରେ ଜାଣିବାକୁ ଚାହିଁଥିଲେ ।

ଜମ୍ମୁ-କାଶ୍ମୀରର ପହଲାଗାମରେ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଆତଙ୍କବାଦୀମାନେ ଏକ ଭୟାନକ୍ ଆକ୍ରମଣ କରିଛନ୍ତି । ଆତଙ୍କବାଦୀ ଦ୍ବାରା କରାଯାଇଥିବା ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଏବେ ବି ଆହତ ଅଛନ୍ତି, ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ୫୦ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ । ଅପରାହ୍ନ ୨.୩୦ ସମୟୋର ୨ ରୁ ୩ ଜଣ ଆତଙ୍କବାଦୀ ଆସି ପର୍ଯ୍ୟଟକଙ୍କ ପରିଚୟପତ୍ର ଯାଞ୍ଚ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏଥି ସହ ପିଏମ୍ ମୋଦୀ, ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ଦେଶର ବଡ଼ ବଡ଼ ନେତା ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି ।

You Might Also Like

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ୧୧.୨୫% ସଂରକ୍ଷଣ

ମିଶାଇଲ ପରୀକ୍ଷଣ କରୁଛି ପାକିସ୍ତାନ, ଗତିବିଧି ଉପରେ ନଜର ରଖିଛି ଭାରତ

ହଟିଲେ ପାକିସ୍ତାନର ସେନାମୁଖ୍ୟ ମୁନିର ଅହମ୍ମଦ

କେମିତି କଟିବ ଆଜିର ଦିନ ଦେଖନ୍ତୁ ରାଶିଫଳ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

TAGGED:#UTKALA KHABARDipika KakarJammu and KashmirLeft KashmirPahalgamPopular television coupleShoaib Ibrahimterror attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?