ଫିଲ୍ମ ଜଗତରେ ଅନ୍ଧକାରର ଛାଇ ଘେରିହୋଇରହିଛି । ଜଣଙ୍କ ପରେ ଜଣେ ଭଲ କଳାକାରଙ୍କର ମର୍ତ୍ତ୍ୟମଣ୍ଡଳରୁ ବିଦାୟ ନେଉଛନ୍ତି । ଯେଉଁଥି ପାଇଁ ଇଣ୍ଡଷ୍ଟ୍ରିର ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଛି । ମନୋଜ କୁମାରଙ୍କ ବିୟୋଗ ଖବରକୁ ନେଇ ଇଣ୍ଡଷ୍ଟ୍ରି ଜଗତରେ ଦୁଃଖର ଭାର କମି ନଥିବାବେଳେ ପୁଣି ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।
ବଲିଉଡ ଫିଲ୍ମର ପ୍ରଡ୍ୟୁସର ସଲିମ ଅଖତରଙ୍କ ଦେହାନ୍ତ ହୋଇଛି । ୮୨ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୮ଏପ୍ରିଲ ତାରିଖ ଦିନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଲିମ ଅଖତର । ୧୯୮୦ରୁ୧୯୯୦ ମସିହା ସମୟରେ ବେଶ୍ ସକ୍ରିୟ ଥିଲେ । ପରେ ସେ ନିଜ ପ୍ରଡକ୍ସନ ହାଉସ କ୍ରିଏଟ କରିଥିଲେ । ଯାହାର ନାମ ‘ଆଫତାବ ପିକ୍ଚର୍ସ’ନାମ ଥିଲା ।
ସେ ଶମା ଅଖତରଙ୍କୁ ବିବାହ କରିଥିଲେ । ବଲିଉଡରେ ଜଣାଶୁଣା ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ନମନ୍ନା ଭାଟିଆଙ୍କ ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ଅଜୟ ବେଗନଙ୍କ ଭଳି ଅନେକ ଷ୍ଟାରଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଗ୍ରହଣ କରିଥିଲେ । ଲଗାତାର ଭାବେ ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ । ବର୍ତ୍ତମାନ କିନ୍ତୁ ତାଙ୍କ ବିୟୋଗକୁ ନେଇ ଇଣ୍ଡଷ୍ଟ୍ରିରେ ଶୋକର ବାତାବରଣ ଖେଳିଯାଇଛି ।
ଅନ୍ୟପକ୍ଷରେ ୯ଏପ୍ରିଲ ଦ୍ବିପହର ୧.୩୦ମିନିଟରେ ଜୋହର ନମାଜ ପରେ ତାଙ୍କୁ ଇର୍ଲାର ମସଜିଦ ନିକଟରେ ତାଙ୍କୁ କବର ଦିଆଯିବା ଖବର ଶୁଣିବାକୁ ମିଳୁଛି । ସଲିମ ଅଖତରଙ୍କ ବିୟୋଗରେ ଅନେକ ସେଲିବ୍ରେଟି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ।