ନୂଆଦିଲ୍ଲୀ,୪।୪: ବଲିଉଡ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ପରଲୋକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମନୋଜ କୁମାରଙ୍କ ମୃତ୍ୟୁ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ବିୟୋଗରେ ତାଙ୍କ ପ୍ରଶଂସକମାନେ ମଧ୍ୟ ମର୍ମାହତ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ମନୋଜ କୁମାର ଭାରତୀୟ ସିନେମାର ଆଇକନ ଥିଲେ। ତାଙ୍କର ଦେଶପ୍ରେମର ଉତ୍ସାହ ପାଇଁ ତାଙ୍କୁ ମନେ ରଖାଯାଇଥିଲା। ଯାହା ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ସହିତ ଉଠାଯାଇଥିବା ଦୁଇଟି ପୁରୁଣା ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଭେଟେରାନ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାର ଜୀଙ୍କ ବିୟୋଗରେ ଗଭୀର ମର୍ମାହତ। ସେ ଭାରତୀୟ ସିନେମାର ଜଣେ ଆଇକନ ଥିଲେ, ବିଶେଷକରି ତାଙ୍କ ପାଟ୍ରିଓଟିକ ଜିଲ ପାଇଁ ମନେ ପଡ଼ୁଥିଲା, ଯାହା ତାଙ୍କ ମୁଭିଗୁଡ଼ିକରେ ପ୍ରତିଫଳିତ ହେଉଥିଲା। ମନୋଜ ଜୀଙ୍କ କାର୍ଯ୍ୟ ଜାତୀୟ ଗର୍ବର ଭାବନା ସୃଷ୍ଟି କରିଥିଲା ଏବଂ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଚାଲିବ। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ମୋର ସମବେଦନା। ଓମ ଶାନ୍ତି।’