Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଫଲୋୟର୍ସ ବଢ଼ାଇବା ପାଇଁ ଉପାୟ ଖୋଜୁଛନ୍ତି ଅମିତାଭ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଫଲୋୟର୍ସ ବଢ଼ାଇବା ପାଇଁ ଉପାୟ ଖୋଜୁଛନ୍ତି ଅମିତାଭ

utkala khabar
Last updated: April 15, 2025 3:37 pm
utkala khabar
Published April 15, 2025
Share
SHARE

ଅମିତାଭ ବଚ୍ଚନ ‘ଏକ୍ସ’ରେ ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅନ୍ୟତମ। ଯାହାକି ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ଥିଲା। ମାଇକ୍ରୋବ୍ଲଗିଂ ସାଇଟରେ ଏହି ଅଭିନେତାଙ୍କର ୪୯ ନିୟୁତ ଫଲୋୟର୍ସ ଅଛନ୍ତି।

ତାଙ୍କର ସାମ୍ପ୍ରତିକ ପୋଷ୍ଟରେ, ବିଗ୍ ବି ପ୍ରଶଂସକମାନଙ୍କୁ ଏକ୍ସରେ ତାଙ୍କ ଫଲୋୟର୍ସ ସଂଖ୍ୟା ବୃଦ୍ଧି କରିବା ପାଇଁ ପରାମର୍ଶ ମାଗିଥିଲେ। ଯାହାପରେ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି।

ବିଗ୍‌ ବି ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ବହୁତ ଚେଷ୍ଟା କରୁଛି, ହେଲେ ମୋ ଫଲୋୟର୍ସ ୪୯ ନିୟୁତରୁ ଆଗକୁ ବଢୁନାହାନ୍ତି। କିଛି ଉପାୟ ଅଛି ତ କୁହନ୍ତୁ।’’

ବିଗ୍‌ ବିଙ୍କ ଏହି‌ ପୋଷ୍ଟ୍‌ରେ ଅନେକ ପ୍ରଶଂସକ ଫଲୋୟର୍ସ ସଂଖ୍ୟା ବୃଦ୍ଧି କରିବା ପାଇଁ ସମସ୍ତ ପ୍ରକାରର ଅଜବ, ସୃଜନଶୀଳ ଏବଂ ହାସ୍ୟସ୍ପଦ ପରାମର୍ଶ ଦେଇଥିଲେ।

ଜଣେ ପ୍ରଶଂସକ କହିଛନ୍ତି, “ଭାରତରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳର ଅବସ୍ଥା ସମ୍ପର୍କରେ କିଛି ସଚ୍ଚୋଟ ଟ୍ୱିଟ୍ ଆପଣଙ୍କୁ ଦୁଇଗୁଣ ଅଧିକ ଫଲୋଅର୍ସ ଦେବ। ଏହାକୁ ଚେଷ୍ଟା କରି ଦେଖନ୍ତୁ।”

ଆଉ ଜଣେ ଲେଖିଛନ୍ତି, “ସୂର୍ଯ୍ୟବଂଶମ୍ ଲାଇଭ୍ ଚଲାଇ ଦିଅନ୍ତୁ ଦିନସାରା। ଗୋଟାଏ ଦିନରେ ୫୨ ମିଲିୟନ୍‌ ଫଲୋଅର୍ସ ହୋଇଯିବେ।’’

ତେବେ ଅନ୍ୟ ଜଣେ ଲେଖିଛନ୍ତି, ‘‘ଜୟା ଜୀଙ୍କୁ ତାଗିଦ୍‌ କରି ଏକ ଭିଡିଓ ପୋଷ୍ଟ୍‌ କଲେ ଆପଣଙ୍କ ଫଲୋୟର୍ସ ସଂଖ୍ୟା ନିଶ୍ଚୟ ବୃଦ୍ଧି ପାଇବ।’’

ତେବେ ଶେଷରେ ବିଗ୍‌ ବି ଅନ୍ୟ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ। ମୁଁ ସବୁ ଚେଷ୍ଟା କଲି, ହେଲେ କିଛି ବି କାମ ଦେଲା ନାହିଁ।

You Might Also Like

କପିଲ୍ ଶର୍ମାଙ୍କର ଟ୍ରାନ୍ସଫର୍ମେନ୍ସ ଦେଖି ଉଡିଗଲା ଫ୍ୟାନ୍ସଙ୍କ ହୋସ୍

ପାକିସ୍ତାନୀ ସେଲିବ୍ରିଟିଙ୍କୁ ବ୍ୟାନ୍ କଲା ଭାରତ

ବିଜେପି ସାଂସଦ କହିଲେ ‘ମୁଁ କଲ୍‌ମା ଶିଖୁଛି’, ସ୍ୱରା ଭାସ୍କର ତାଙ୍କର ଏକ ନୂଆ ଟ୍ୱିଟ୍‌ରେ ମାଧ୍ୟମରେ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି

କାର୍ ଦୁର୍ଘଟଣାର ଶିକାର ହେଲେ ଇଣ୍ଡିଆନ ଆଇଡଲର ୧୨ ୱିନର ପୱନଦୀପ

ଫୱାଦ ଖାନଙ୍କ ବଲିଉଡ୍ କମ୍‌ବ୍ୟାକ୍‌କୁ ନେଇ ବିବାଦ, ଭଡକିଲେ ଶିବସେନା ଓ ମହାରାଷ୍ଟ୍ର ନବନିର୍ମାନ ସେନା

TAGGED:#bollywood actor#bollywood movie#jaya bachchanAmitabh Bachchanx Followers
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?