Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚର୍ଚ୍ଚିତ ସିଙ୍ଗର ନେହା କକ୍କର ପୁଣି ଫ୍ୟାନ୍ସଙ୍କ ଟାର୍ଗେଟରେ, ଗୁଜବ ତଥ୍ୟ ପର୍ଦ୍ଦାଫାଶରେ ସଫଳ ପ୍ରଡକ୍ସନ ହାଉସ୍
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଚର୍ଚ୍ଚିତ ସିଙ୍ଗର ନେହା କକ୍କର ପୁଣି ଫ୍ୟାନ୍ସଙ୍କ ଟାର୍ଗେଟରେ, ଗୁଜବ ତଥ୍ୟ ପର୍ଦ୍ଦାଫାଶରେ ସଫଳ ପ୍ରଡକ୍ସନ ହାଉସ୍

utkala khabar
Last updated: April 1, 2025 4:12 pm
utkala khabar
Published April 1, 2025
Share
SHARE

ଅଷ୍ଟ୍ରେଲିଆ ୦୧ /୦୪ : ସ୍ଵରର ଯାଦୁରେ ସମସ୍ତଙ୍କ ମନକୁ ସହଜରେ ଜିତିଥାନ୍ତି ବଲିଉଡର ଚର୍ଚ୍ଚିତ ସିଙ୍ଗର ନେହା କକ୍କର । ବର୍ତ୍ତମାନ ଅଷ୍ଟ୍ରେଲିଆ କନସର୍ଟ ଶୋ’କୁ ନେଇ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ୩ଘଣ୍ଟା ବିଳମ୍ବରେ ଷ୍ଟେଜରେ ପହଞ୍ଚିବାରୁ ଟ୍ରୋଲର ଶିକାର ହୋଇଛନ୍ତି ନେହା କକ୍କର । ନେହା ସମ୍ପୂର୍ଣ୍ଣ ଦୋଷ ଅର୍ଗାନାଇଜେସନ ଉପରେ ଆଣିଛନ୍ତି । କିନ୍ତୁ ନେହାଙ୍କ ମିଛ ତଥ୍ୟର ପର୍ଦ୍ଦାଫାଶ କରିଛନ୍ତି ପ୍ରଡକ୍ସନ ହାଉସ୍ । ଯାହା ପରେ ନେହାଙ୍କୁ ନେଇ ଫ୍ୟାନ୍ସଙ୍କ ମନରେ ତାଙ୍କ ପାଇଁ ଘୃଣାଭାବ ଦେଖିବାକୁ ମିଳିଛି ।

ନେହାଙ୍କ କନସର୍ଟକୁ ନେଇ ବର୍ତ୍ତମାନର ଚର୍ଚ୍ଚା ଜୋର ଧରିଛି । ନେହା କକ୍କରଙ୍କୁ ମାର୍ଚ୍ଚ ୨୩ ତାରିଖରେ ଅଷ୍ଟ୍ରେଲିଆ କନସର୍ଟ ଶୋ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆୟୋଜିତ କନସର୍ଟ ଶୋରେ ନେହା କକ୍କର ୩ଘଣ୍ଟାର ବିଳମ୍ବରେ ପହଞ୍ଚିଥିଲେ । ଯାହାକୁ ନେଇ ନେହାଙ୍କୁ ଟ୍ରୋଲ କରାଯାଇଥିଲା । ନିଜ ପକ୍ଷରେ ନେହା କହିଛନ୍ତି ତାଙ୍କୁ ଅର୍ଗାନାଇଜେସନ ଆଣିବାର ସୁବିଧା ଦେଇନଥିଲେ ଯେଉଁଥିପାଇଁ ସେ କନସର୍ଟରେ ବିଳମ୍ବରେ ପହଞ୍ଚିଥିଲେ । ଫଳରେ ଆୟୋଜକଙ୍କୁ ନେହା ଦୋଷୀ କରିଥିଲେ । ଯାହା ପରେ ଫ୍ୟାନ୍ସ ନେହାଙ୍କ କଥାକୁ ବିଶ୍ବାସ ମଧ୍ୟ କରିଥିଲେ ।

କିନ୍ତୁ ନେହା ଦେଇଥିବା ଦୋଷକୁ ଖଣ୍ଡନ କରିବାକୁ ଯାଇ ପ୍ରଡକ୍ସନ ହାଉସ ଫଟୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁ ଭିଡିଓରେ ନିଷେଧ ଥିବା ସ୍ଥାନରେ ନେହା କକ୍କର ସିଗାରେଟ ଟାଣୁଥିବାର ନଜରରେ ଆସିଛନ୍ତି । ଏହି ଘଟଣା ଗତ ସପ୍ତାହରୁ ଆରମ୍ଭ ହୋଇଛି ସତ କିନ୍ତୁ ଏ ଘଟଣାର ମୋଡ ଏଯାବତ୍ ବଦଳିନାହିଁ । ଏହି ଭାଇରଲ ଭିଡିଓକୁ ଦେଖି ନେହାଙ୍କ ଫ୍ୟାନ୍ସ ଉତ୍ତେଜିତ ହୋଇପଡିଛନ୍ତି । ଅନ୍ୟପଟେ ପ୍ରଡକ୍ସନ ହାଉସ୍ ଉପରେ ନେହା କରିଥିବା ଆରୋପର ପର୍ଦ୍ଦାଫାଶ କରିଛି ନିଜେ ପ୍ରଡକ୍ସନ ହାଉସ୍ ।

ନେହାଙ୍କ ଦାବିର ପ୍ରମାଣ ଦେବାକୁ ଯାଇ ସୋସିଆଲ ମିଡିଆରେ ନେହାଙ୍କ ହୋଟେଲ ବିଲ୍ ଏବଂ ଖାଦ୍ୟ ବିଲର ଫଟୋ ମଧ୍ୟ ସେୟାର କରିଛନ୍ତି । ଆଉ ଏକ ଭିଡିଓରେ ହୋଟେଲରୁ ବାହାରି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇବା ପରେ ହୋଟେଲ ସାମ୍ନାରେ ଥିବା କାରରେ ବସିଥିଲେ । ଯାହାର ପ୍ରମାଣ ଦେଇଛି ପ୍ରଡକ୍ସନ ହାଉସ୍ । ଏହି ଭିଡିଓ ଫଟୋ ଭାଇରଲ ହେବା ପରେ ନେହା କକ୍କର ଫ୍ୟାନ୍ସଙ୍କ ଟାର୍ଗେଟକୁ ପୁଣିଥରେ ଆସିଛନ୍ତି ।

You Might Also Like

ବିଜ୍ଞାନର ଚମତ୍କାର, ୧୦,୦୦୦ ବର୍ଷ ପରେ ଗଧିଆ ପାଇଛି ପୁନର୍ଜନ୍ମ

ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ନିଶ୍ଚୟ ପଢ଼ିନିଅନ୍ତୁ ଆଜି କେତେ ଅଛି ଦାମ୍‌

ବ୍ରେକଅପ ପରେ ଏହି ଯୁବକଙ୍କ ପ୍ରେମରେ ପଡିଲେ ତାରା ସୁତାରିୟା

ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ

ଆଜିଠୁ ଯୁକ୍ତ ୨ ଖାତା ଦେଖା, ସାମିଲ ହେବେ ୧୬ ହଜାର ଅଧ୍ୟାପକ

TAGGED:#austrelia#bollywood singer#neha kakkar#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?