Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ହାତକୁ ଦି’ହାତ ହେଲେ ହିନା ଖାନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ହାତକୁ ଦି’ହାତ ହେଲେ ହିନା ଖାନ

utkala khabar
Last updated: June 5, 2025 3:03 pm
utkala khabar
Published June 5, 2025
Share
SHARE

ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ହିନା ଖାନ । ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ସିରିଏଲରୁ ଫେମ୍‌ ପାଇଥିଲେ । ତାଙ୍କ ଏହି ଚରିତ୍ର ଘରେ ଘରେ ପରିଚିତ ହୋଇଥିଲେ । ଗତ କିଛି ମାସ ହେବ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗରେ ପୀଡିତ । ଏବେ ବି ତାଙ୍କ ଚିକିତ୍ସା ଜାରି ରହିଛି। ହେଲେ ଏହାରି ମଧ୍ୟରେ ବର୍ତ୍ତମାନ ହିନା ଖାନ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ହିନା ବର୍ତ୍ତମାନ ହାତକୁ ଦି’ହାତ ହୋଇଛନ୍ତି । ସେ ତାଙ୍କର ଲଙ୍ଗଟାଇମ୍‌ ବୟଫ୍ରେଣ୍ଡ ରକି ଜୟସ୍ଵାଲଙ୍କୁ ବିବାହ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ଯାହା ଏବେ ଖୁବ ଭାଇରାଲ ହୋଇଛି ।

ତାଙ୍କ ବିବାହ ଫଟୋ ସେୟାର କରି ହିନା ଖାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଦୁଇଟି ଭିନ୍ନ ଦୁନିଆରୁ… ଆମେ ପ୍ରେମର ଏକ ବ୍ରହ୍ମାଣ୍ଡ ସୃଷ୍ଟି କଲୁ । ଆମର ମତଭେଦ ଦୂର ହୋଇଗଲା, ଆମର ହୃଦୟ ଏକ ହୋଇଗଲା ଏବଂ ଏବେ ଏଲ ବନ୍ଧନ ସୃଷ୍ଟି ହୋଇଛି ଯାହା ଜୀବନବ୍ୟାପୀ ରହିବ । ଆମେ ଆମର ଘର, ଆମର ଆଲୋକ, ଆମର ଆଶା ଏବଂ ଏକାଠି ଆମେ ସମସ୍ତ ଅସୁବିଧାକୁ ଦୂର କରିବୁ । ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଆମେ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭକାମନା ଚାହୁଁଛୁ ।

ହିନା ତାଙ୍କ ବିବାହ ପାଇଁ, ଏକ ଲାଇଟ ଗ୍ରୀନ ରଙ୍ଗର ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ଶହ ଶହ ବର୍ଷ ପୁରୁଣା ମୋଟିଫ୍ ସୁନା ଏବଂ ରୂପା ସୂତାରେ ବୁଣାଯାଇଛି । ହିନା ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଅଳଙ୍କାର ପିନ୍ଧିଥିବା ବେଳେ ରକି ବିବାହ ପାଇଁ ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଏକ ହ୍ୱାଇଟ କୁର୍ତ୍ତା ପିନ୍ଧିଥିଲେ । ହିନା ତାଙ୍କ ଦୁପଟାରେ ରକି-ହିନା ମଧ୍ୟ ଲେଖାଥିବା ଦେଖିବାକୁ ମିଳିଛି । ତେବେ ବିବାହର ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କ ଶୁଭକାମନା ଜଣାଇଛନ୍ତି ।

ରକି ଜୟସ୍ଵାଲ କିଏ ?

ରକି ଜୟସ୍ଵାଲ ହିନା ଖାନଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ । ସେ କଷ୍ଟକର ସମୟରେ ମଧ୍ୟ ହିନାଙ୍କ ସହ ଠିଆ ହୋଇଥିଲେ । ରକିଙ୍କ ପ୍ରକୃତ ନାମ ଜୟନ୍ତ ଜୟସୱାଲ। ସେ ଜଣେ ଜଣାଶୁଣା ଟେଲିଭିଜନ ପ୍ରଯୋଜକ ଏବଂ ବ୍ୟବସାୟୀ। ସେ ଅନେକ ଟିଭି ଶୋ’ରେ ପରଦା ପଛରେ କାମ କରିଛନ୍ତି । ହିନାଙ୍କ ସହ ତାଙ୍କର ପ୍ରେମ କାହାଣୀ ‘ୟେ ରିସ୍ତ କ୍ୟା କେହଲାତା ହେ’ ସେଟ୍‌ରେ ଆରମ୍ଭ ହୋଇଥିଲା । ହିନା ଏଥିରେ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସମୟ ସହିତ, ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା ଏବଂ ଏହି କପଲ ୨୦୧୭ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ ।

You Might Also Like

ସଲମାନ ଖାନ୍‌ଙ୍କୁ ପୁଣି ମିଳିଲା ହତ୍ୟା ଧମକ

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ

ଏସିପି ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ! ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦର୍ଶକ

TAGGED:#entertainment news#UTKALA KHABARBollywood HeroineHeena KhanTelevision Actress
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?