Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ନବୀନଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନରାଜନୀତି

ନବୀନଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ

utkala khabar
Last updated: April 11, 2025 11:43 am
utkala khabar
Published April 11, 2025
Share
SHARE

ଗତକାଲି ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତ୍ତନ ବିଧାୟକ ପ୍ରଭାତ ତ୍ରୀପାଠୀ । ପ୍ରେସମିଟ୍ କରି ନିଜର ମତ ରଖିଛନ୍ତି ପ୍ରଭାତ । ସେ କହଛନ୍ତି, ”ଚିଟ୍‌ଫଣ୍ଡ ମାମାଲାରେ ମୋତେ ନିଲମ୍ବନ କରାଯାଇଥିଲା କିନ୍ତୁ ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କୋଭିଡ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରେ । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲି । ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି । ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, “ଯେଉଁ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି ତାହାକୁ ନବୀନ ମତ ଦେଇଛନ୍ତି । ଯାହାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି ତାହାକୁ ଗୌଣ କରି ଦେଇଛନ୍ତି ନବୀନ । ୱାକଫ ବିଲ୍ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍ ଜାରି ହୋଇନଥିଲା । ଦଳର ବହୁ ବରିଷ୍ଠ ବିଧାୟକ ଯେଉଁଦିନ ଏହି ଘଟଣା ଘଟିଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିଟ୍‌ଫଣ୍ଡ୍ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ମୁଁ ଦୋଷୀ ନୁହେଁ, ମୁଁ ଦୋଷୀ ହୋଇନାହିଁ । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି । ଲୁଚିଛି ନା ଗୋଡ଼ ଦିଟା ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି । ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ । ତାହା ସ୍ପଷ୍ଟ ହୋଇଗଲେ କୌଣସି ଇସ୍ୟୁ ରହି ନଥାନ୍ତା । ଏହା କ୍ଲିୟର କଲେନି ନବୀନ ପଟ୍ଟନାୟକ । ମିଛ କହି ନବୀନ ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ।

You Might Also Like

ଐଶ୍ୱର୍ଯ୍ୟାଙ୍କ ଜଲୱା, ଭାରତୀୟ ସଂସ୍କୃତି ପରେ ଏବେ ଚର୍ଚ୍ଚାରେ ଶ୍ରୀମଦ ଭଗବତ ଗୀତା

ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ସହ ୩୫ ବର୍ଷ ଧରି ଛଳନା କରିଥିଲେ ବିଜେଡି ଏବଂ କଂଗ୍ରେସ

ମହିଳାଙ୍କ ପାଦରୁ ମୁଦି ହଜିବା ଶୁଭ ନା ଅଶୁଭ? ଜାଣନ୍ତୁ

ଭଡା ବିମାନରେ ୪୦ ଘଣ୍ଟାର ଉଡ଼ାଣ, ରାଣା ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ କୋଟି ଟଙ୍କା

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍

TAGGED:bjdnaveen pattanaikpoliticsprabhat tripaty
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?