Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚୀନ ଉପରେ ୫୦ପ୍ରତିଶତ ଅତିରିକ୍ତ ଟାରିଫ, ଖୋଲା ଚେତାବନୀ ଦେଲା ଆମେରିକା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଚୀନ ଉପରେ ୫୦ପ୍ରତିଶତ ଅତିରିକ୍ତ ଟାରିଫ, ଖୋଲା ଚେତାବନୀ ଦେଲା ଆମେରିକା

utkala khabar
Last updated: April 8, 2025 3:00 pm
utkala khabar
Published April 8, 2025
Share
SHARE

ନୂଆଦିଲ୍ଲୀ ୦୮/୦୪: ସାରା ବିଶ୍ୱରେ ଟାରିଫ ୱାର ସ୍ଥିତି । ଚୀନ-ଆମେରିକା ମୁହାଁମୁହିଁ । ବେଜିଂ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ ଲଗାଇଲେ ଟ୍ରମ୍ପ୍ ।  ଫଳରେ ଚୀନ ସାମଗ୍ରୀ ଉପରେ ଆମେରିକାର ମୋଟ ଟାରିଫ ୯୪ ପ୍ରତିଶତ ଛୁଇଁଛି । ପୂର୍ବରୁ ୩୪ ପ୍ରତିଶତ ଟାରିଫ ସହ ନୂଆ ୫୦ ପ୍ରତିଶତ ଏହାଛଡ଼ା ସବୁ ଦେଶ ଉପରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫକୁ ମିଶାଇ ଚୀନ ଉପରେ ୯୪ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା ।

ଆମେରିକାର ସବୁ ସାମଗ୍ରୀ ଉପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ୩୫% ଶୁଳ୍କ ଲଗାଇବାର ୪୮ ଘଣ୍ଟା ପରେ ଅତିରିକ୍ତ ଶୁଳ୍କ ଲାଗୁ କରିଛି ଆମେରିକା । ଯେସାକୁ ତେସା ନୀତିରେ ବିଶ୍ବାସ ରଖୁଥିବା ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଟାରିଫ ଯୁଦ୍ଧ ଆଗକୁ ବିଶ୍ବ ବଜାରକୁ ଅଧିକ ପ୍ରଭାବିତ କରିବ । ସେପଟେ ଜବାବରେ ଜିନପିଙ୍ଗ ପୁଣି ଟାରିଫ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଯଦି ଏଭଳି ହୁଏ ଭାରତକୁ ଫାଇଦା ମିଳିବ । ଟ୍ରମ୍ପଙ୍କ ଶୁଳ୍କ ଉପରେ ୯୦ ଦିନର ରୋକ ଲାଗିପାରେ ବୋଲି ଚର୍ଚ୍ଚା ଭିତରେ ଏଭଳି ଘୋଷଣା କରିଛି ଆମେରିକା ।

ସେପଟେ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଆମେରିକା ସମେତ ଭାରତର ସେୟାର ବଜାର କ୍ରାସ ହୋଇଛି । ଫଳରେ ନିବେଶକମାନେ ଚିନ୍ତାରେ ପଡିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ରେ ବିଶ୍ୱର ବିଭିନ୍ନ ଦେଶକୁ ଟାର୍ଗେଟ କରି ପାଲଟା ଶୁଳ୍କ ଘୋଷଣା କରିଥିଲେ । ଅଟୋ ମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏହି ଶୁଳ୍କ ଦ୍ୱାରା ବିପଦରେ ପଡ଼ିଛି । ରାଷ୍ଟ୍ରପତି ଚୀନରୁ ଆମଦାନୀ ଉପରେ ୩୪ ପ୍ରତିଶତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ ଉପରେ ୨୦ ପ୍ରତିଶତ ନୂଆ ଶୁଳ୍କ ଲାଗୁ କରିଛନ୍ତି ।

ଚୀନ ସହିତ ଭାରତ ଉପରେ ୨୭ ପ୍ରତିଶତ ରିହାତି ଶୁଳ୍କ ଘୋଷଣା କରିଛନ୍ତି । ଯେଉଁ ସବୁ ଦେଶ ଉପରେ ଆମେରିକା ପ୍ରତିଶୋଧମୂଳକ ଶୁଳ୍କ ଲଗାଇଛି ତାହାର ତାଲିକା ୧୦%ରୁ ୪୯% ପର୍ଯ୍ୟନ୍ତ ରହିଛି। ଚୀନ୍ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ଭିଏତନାମ ଉପରେ ୪୬%, ତାଇୱାନ ଉପରେ ୩୨%, ଶ୍ରୀଲଙ୍କା ଉପରେ ୪୪% ଏବଂ ପାକିସ୍ତାନ ଉପରେ ୨୯% ରେସିପ୍ରୋକଲ ଟାରିଫ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଏହାକୁ ନେଇ ବିଶ୍ବବ୍ୟାପି  ଅସନ୍ତୋଷ ଦେଖାଦେଇଛି । ବିରୋଧ ପ୍ରଦର୍ଶନ ବି ହୋଇଛି ।

You Might Also Like

ଇସ୍ରାଏଲ ଉପରେ ହମାସର ବଡ଼ ଆଟାକ୍, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ବେଞ୍ଜାମିନ୍ ନେତାନ୍ୟାହୁ

ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ନିଶ୍ଚୟ ପଢ଼ିନିଅନ୍ତୁ ଆଜି କେତେ ଅଛି ଦାମ୍‌

ପିଠିରେ ହାତ ମାରିଦେବାରୁ ମହିଳା ପ୍ରଶଂସକଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ

ସହାୟତାର ହାତ ବଢ଼ାଇଲା ଭାରତ, ମିଆଁମାରକୁ ପଠାଇଲା ୪୪୨ ମେଟ୍ରିକ ଟନ୍ ଖାଦ୍ୟ

ଲକ୍ଷ୍ନୌକୁ ହରାଇଲା ପଞ୍ଜାବ

TAGGED:#china#donald Trump#utkal khabaramerica
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?