Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ

utkala khabar
Last updated: April 2, 2025 11:47 am
utkala khabar
Published April 2, 2025
Share
SHARE

ଗୁରୁଗ୍ରାମ ୦୨/୦୪ : ବର୍ଷ ତଳେ ଚାକିରି ଦେଇଥିଲା, ବର୍ଷେ ପୂରିବା ପରେ ଛଟେଇ କରିଦେଲା। ଭାରତର ଅଗ୍ରଣୀ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋ କଷ୍ଟମର ସପୋର୍ଟ ଦାୟିତ୍ୱରେ ଥିବା ପ୍ରାୟ ୬୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଦେଇଛି। ଏହି କର୍ମଚାରୀମାନେ ଗତ ବର୍ଷ ଜୋମାଟୋ ଆସୋସିଏଟ୍‌ ଆକ୍ସିଲେରେଟର ପ୍ରୋଗ୍ରାମ (ଜାପ୍‌) ଅଧୀନରେ ନିଯୁକ୍ତ ହୋଇଥିଲେ। କମ୍ପାନୀର ମୁଖ୍ୟ ଖାଦ୍ୟ ବିତରଣ ବ୍ୟବସାୟରେ(ଫୁଡ ଡେଲିଭରି ବିଜ୍‌ନେଶ) ମନ୍ଥର ରହିଛି। ତା ସହିତ କମ୍ପାନୀ ଖର୍ଚ୍ଚ ହ୍ରାସ ଓ ସ୍ୱୟଂଚାଳିତତା ବ୍ୟବସ୍ଥା ଉପରେ ବଢ଼ୁଥିବା ନିର୍ଭରଶୀଳତାକୁ ଲକ୍ଷ୍ୟ ରଖି ଏହି ଛଟେଇ କରିଛି।

ଜୋମାଟୋ  ପାଇଁ ବର୍ତ୍ତମାନ ଏହାର ପ୍ରତିଦ୍ୱନ୍ଦ୍ୱୀ ବ୍ଲିଙ୍କିଟ୍ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଏଥିରେ କମ୍ପାନୀର ଅଧିକ କ୍ଷତି ହେଉଛି।

କମ୍ପାନୀଟି ଜାପ ପ୍ରୋଗ୍ରାମ ଅଧୀନରେ ପ୍ରାୟ ୧,୫୦୦୦ ଗ୍ରାହକ ସହାୟତା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା, ଯାହାର ଲକ୍ଷ୍ୟ ଥିଲା ସେମାନଙ୍କୁ ଗୋଟିଏ ବର୍ଷ ମଧ୍ୟରେ ବିକ୍ରୟ, କାର୍ଯ୍ୟ, ଯୋଗାଣ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ବିଭାଗରେ ବିଭିନ୍ନ ଭୂମିକାରେ ନିଯୁକ୍ତି ଦେବା। ହେଲେ ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅନେକଙ୍କର ନିଯୁକ୍ତି ଚୁକ୍ତିକୁ ରିନ୍ୟୁୟୁ ନ କରି ଛଟେଇ କରିଦେଇଛି।

ସବୁଠାରୁ ବଡ଼ କଥା ହେଲା ପ୍ରଭାବିତ କର୍ମଚାରୀମାନଙ୍କୁ ପୂର୍ବରୁ କୌଣସି ନୋଟିସ୍ ନ ଦେଇ କମ୍ପାନୀ ସେମାନଙ୍କୁ ଛଟେଇ କରିଛି। ହେଲେ କ୍ଷତିପୂରଣ ବାବଦକୁ ଗୋଟିଏ ମାସର ଦରମା ଦେଇ କର୍ତ୍ତବ୍ୟ ପୂରା କରିଦେଇଛି କମ୍ପାନୀ। ସେପଟେ ଏଭଳି ଛଟେଇକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଣେ କର୍ମଚାରୀ। ନାଁ ଗୋପନ ରଖିବା ସର୍ତ୍ତରେ, କର୍ମଚାରୀ କହିଛନ୍ତି ଯେ ଜାପ୍ କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତ ପାଇଥିବା ଅଧିକାଂଶ କର୍ମଚାରୀଙ୍କୁ କୌଣସି ସ୍ପଷ୍ଟ କାରଣ ବିନା ବହିଷ୍କାର କରାଯାଇଛି। କର୍ମଚାରୀ ବଦଳରେ ଏଆଇ ବ୍ୟବହାର କରି କମ୍ପାନୀ କାମ ସହଜ କରିବାକୁ ଚାହିଁଛି ବୋଲି କର୍ମଚାରୀ ଅଭିଯୋଗ କରିଛି।
ଜମାଟୋ କମ୍ପାନୀ ନୁଗେଟ ନାମକ ଏକ ଏଆଇ ଲଞ୍ଚ କରିଛି। ଏକ AI-ଚାଳିତ ଗ୍ରାହକ ସହାୟତା ପ୍ଲାଟଫର୍ମ, ଯାହା ବର୍ତ୍ତମାନ ଜମାୋଟ, ବ୍ଲିଙ୍କିଟ୍‌ ଏବଂ ହାଇପରପ୍ୟୋର ପାଇଁ ପ୍ରତି ମାସରେ ଲକ୍ଷ ଲକ୍ଷ ଗ୍ରାହକ ସପୋର୍ଟ ଯୋଗଯୋଗ ପରିଚାଳନା କରୁଛି।

You Might Also Like

ଇସ୍ରାଏଲ ଉପରେ ହମାସର ବଡ଼ ଆଟାକ୍, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ବେଞ୍ଜାମିନ୍ ନେତାନ୍ୟାହୁ

ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର, ସେନସେକ୍ସ ପ୍ରାୟ ୧୩୦୦ ପଏଣ୍ଟ ହ୍ରାସ

ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଜେପି ନଡ୍ଡା

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦ୍ୱିତୀୟ ବିମାନ ଦୁର୍ଘଟଣା

ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ

TAGGED:#food delivery#jobs#utkal khabar#zomato
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?