Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ

utkala khabar
Last updated: April 8, 2025 10:51 am
utkala khabar
Published April 8, 2025
Share
SHARE

ଭୁବନେଶ୍ୱର ୦୮ /୦୪ :ବିଶ୍ୱ ମୁଖ ସ୍ୱାସ୍ଥ୍ୟ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ରବିବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ମୁଖ ସ୍ୱାସ୍ଥ୍ୟର ଉତମ ଯତ୍ନ ଏବଂ ସୁସ୍ଥ ଜୀବନ ଶୈଳୀ ନିମନ୍ତେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ୱାକାଥନ୍‌ର ପ୍ରସଙ୍ଗ ରହିଥିଲା ‘ହାପି ମାଉଥ୍‌, ହାପି ମାଇଣ୍ଡ-ୱାକ୍ ଫର ଏ କଜ୍‌’ ।

ଆଇଡିଏସ୍‌ର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ, ଇନ୍‌ଟର୍ଣ୍ଣ ଏବଂ କର୍ମଚାରୀମାନଙ୍କୁ ମିଶାଇ ମୋଟ ୩୦୦ଜଣ ଏହି ୱାକାଥନ୍‌ରେ ସାମିଲ ହୋଇ ୩ କିମି ରାସ୍ତା ଚାଲିଥିଲେ । ଏଥିରେ ଅଂଶଗ୍ରହଣକାରୀମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ମୁଖ ସ୍ୱାସ୍ଥ୍ୟ ଏବଂ ଏହାର ଯତ୍ନ, ଦନ୍ତ ଚିକିତ୍ସାର ନିରାକରଣ ଏବଂ ନିୟମିତ ଦନ୍ତ ପରୀକ୍ଷା କରିବାର ଗୁରୁତ୍ୱ ସମ୍ପର୍କରେ ବାର୍ତା ପ୍ରଦାନ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ‘ଫ୍ଲାସମବ’ ଜରିଆରେ ବାର୍ତା ପ୍ରଦାନ କରିଥିଲେ । ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡିଏସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱାକାଥନ ଦ୍ୱାରା ଆମେ ସମାଜ ପ୍ରତି ଆମର ଦାୟିତ୍ୱ ପରିପ୍ରକାଶ କରିବାକୁ ଉଦ୍ୟମ କରିଛୁ ବୋଲି ପ୍ରଫେସର ଭୂୟାଁ କହିଥିଲେ ।

You Might Also Like

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଐତିହାସିକ ରେକର୍ଡ ; ଲକ୍ଷେ ଛୁଇଁଲା ସୁନା

ଜାଣିଛନ୍ତି ଅଯୋଧ୍ୟା ରାମ ମନ୍ଦିରର ପୂଜକମାନେ କେତେ ଦରମା ନିଅନ୍ତି ? ଫେଲ୍ ମାରିବ ସରକାରୀ ଚାକିରି…

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

ସ୍ନେକ୍ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

TAGGED:#occasion#oral health#organizes#soainstitute#utkal khabar#walkathon
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?