Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁରୀରେ ଜମୁଛି ସାହିଯାତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପୁରୀରେ ଜମୁଛି ସାହିଯାତ

utkala khabar
Last updated: April 10, 2025 11:40 am
utkala khabar
Published April 10, 2025
Share
SHARE

ପୁରୀରେ ଜମୁଛି ସାହିଯାତ । ଶ୍ରୀରାମଙ୍କ ବନବାସ ଯାତ୍ରାର କଥାବସ୍ତୁ ସାହିଯାତରେ ଦେଖିବାକୁ ମିଳିଥିଲା । ମାର୍କଣ୍ଡେଶ୍ବର ସାହିର ଭଗବତୀକୋଟ ଆଖଡ଼ା ପକ୍ଷରୁ ସାହିଯାତ ବାହାରି ସାହି ପରିକ୍ରମା କରିଥିଲା । ସନ୍ଧ୍ୟା ଧୂପ ପରେ ଦକ୍ଷିଣିଘର ପୂଜା ହୋଇ ଆଜ୍ଞାମାଳ ବିଜେ ହୋଇଥିଲା । ପରେ ରାମ, ଲକ୍ଷ୍ମଣ, ସୀତା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ । ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ବନବାସ ଲୀଳା ଅନୁଷ୍ଠିତ ହୋଇଥିଲା । ମାର୍କଣ୍ଡେଶ୍ବର ସାହିର ରାହସ ମହାନ୍ତି ଯାଗା, ଭଟ୍ଟଯାଗା, ଝାଟି ଯାଗା, ସାତବଖରା ଯାଗା, ଗଦାସାହାଣ ବଡ଼ପୋଖରୀ ଯାଗା, ପାଣ୍ଡଯାଗା, ଦୁଆରିଯାଗା, ବଡ଼ୁମହାପାତ୍ର ଯାଗାରୁ ଯାତ ବାହାରିବାର ପରମ୍ପରା ରହିଛି । ପରମ୍ପରା ମୁତାବକ ପଟୁଆର ଦଳ ଏହି ନିର୍ଦ୍ଧିଷ୍ଟ ଦିନ ମର‌୍ୟ୍ୟାଦାପୁରୁଷଙ୍କ ବନବାସ ଯୋଗୁଁ ଦୁଃଖରେ ନିରବ ଶୋଭାଯାତ୍ରା କରନ୍ତି । ତେବେ ଯାତକୁ ଆକର୍ଷଣୀୟ କରିବା ପାଇଁ ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ମେଢ଼ ବାହାରିଥିଲେ । ରାମ, ଲକ୍ଷ୍ମଣ ଓ ସୀତାଙ୍କ ସମେତ ବୀରକର୍ଣ୍ଣ, ଦୁର୍ଗାମେଢ଼, କାଳୀମେଢ଼ ଓ ନାଗା ବାହାରିଥିଲା । ନାଗା ନୃତ୍ୟ ବେଶ ଆକର୍ଷଣ ସାଜିଥିଲା । କିଛି କୁନି ପିଲାଙ୍କୁ ନାଗା ବେଶରେ ଦେଖିବାକୁ ମିଳିଥିଲା ।

You Might Also Like

ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି

ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ

ପୁଣି କମିଲା ସୁନା ଦର, ୨୨ ଓ ୨୪ କ୍ୟାରେଟ୍ ପିଛା କେତେ ଜାଣନ୍ତୁ

ପରଲୋକରେ ପୂର୍ବତନ ବିଧାୟକ

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

TAGGED:#ODISHA # FESTIVAL #UTKALAKHABAR#puri
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?