Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

utkala khabar
Last updated: April 17, 2025 10:43 am
utkala khabar
Published April 17, 2025
Share
SHARE

ରାଜ୍ୟ ୧୭/୦୪ : ଏବେ କଲେଜ ଛାତ୍ରୀମାନଙ୍କ ପାଇଁ ବଡ ଘୋଷଣା  କରିଛନ୍ତି । ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ । ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ । ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପୂର୍ବରୁ ସୁଭଦ୍ରାର ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା ପାଇଁ ଆଇଆଇଏମ, ସମ୍ୱଲପୁର ସହିତ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲ । ଆଇଆଇଏମ, ସମ୍ୱଲପୁରର ସହାୟତାରେ ହିତାଧିକାରୀମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ସର୍ବେକ୍ଷଣରେ କଲେଜ ଛାତ୍ରୀ ମାନଙ୍କୁ ସାମିଲ କରିବାକୁ ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦର ତୃତୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଯେଉଁ ହିତାଧିକାରୀମାନେ ପ୍ରଥମେ ସୁଭଦ୍ରା ସହାୟତା ପାଇଁ ପଞ୍ଜୀକରଣ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆସୁଥିବା ଜାଣି ସେମାନେ ସୁଭଦ୍ରା ପୋର୍ଟାଲ୍‌ରେ ସହାୟତା ନ ନେବା ପାଇଁ ଅପ୍ଟ ଆଉଟ୍ କରିଛନ୍ତି ବା ସ୍ୱେଚ୍ଛାକୃତ ଭାବେ ମନା କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।  ସେମାନଙ୍କର ଏହି ପଦକ୍ଷେପ ଯୋଗୁଁ ଅନ୍ୟ ଯୋଗ୍ୟ ହିତାଧିକାରୀ ସୁବିଧା ପାଉଥିବା ବେଳେ ଅପ୍ଟ ଆଉଟ୍ କରିଥିବା ମହିଳାମାନଙ୍କୁ “ସାବାସ୍ ସୁଭଦ୍ରା” ଆଖ୍ୟା ଦିଆଯାଇ ସମ୍ୱର୍ଦ୍ଧିତ କରାଯିବ ।

ସେହିପରି ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ସଂପର୍କରେ କମିଟି ମାଧ୍ୟମରେ ତର୍ଜମା କରାଯାଇ ଏ ସଂପର୍କିତ ଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଅପରପକ୍ଷେ ସୁଭଦ୍ରା ସହାୟତା ପରିଚାଳନା ସୁବ୍ୟବସ୍ଥା ପାଇଁ କାର୍ଯ୍ୟକାରୀ ହୋଇଥିବା ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ବ୍ୟବସ୍ଥାକୁ ଆଉ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଏଥି ସହିତ ସୁଭଦ୍ରା ହେଲ୍ପ ଲାଇନ ମଧ୍ୟ ଜାରି ରହିବ ।  ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁଭଦ୍ରା ସହାୟତା ଫଳରେ କିପରି ଗୁଣାତ୍ମକ ପ୍ରଭାବ ପଡ଼ିଛି, ସେ ସମ୍ପର୍କରେ ମୂଲ୍ୟାୟନ କରାଯିବା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

You Might Also Like

ଦୁନିଆର ଏମିତି ଏକ ଦେଶ ଅଛି ଯେଉଁଠି ଆଦୌ ଇଣ୍ଟରନେଟ ବ୍ୟବହାର କରିବା ମନା

ଆଜି ହେଉଛି ଗୁରୁବାର କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ପାସ୍ ହାର ୮୨.୭୭%

ଆଜି ଶନିବାର ଦିନଟି କେମିତି କଟିବ ଜାଣନ୍ତୁ

TAGGED:#odisha#state#UTKALA KHABARAnnouncementCollege studentsGovtmentSubhadra survey
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?