କୌନ ବାନେଗା କାରୋଡ଼ ପତି ସିଜନ ୧୭ରେ ଶୋକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଛି । ଏହି ଲୋକପ୍ରିୟ କୁଇଜ୍ ଶୋ’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ପ୍ରଶଂସକ । ଯେବେଠାରୁ ଏହା ଜଣାପଡ଼ିଛି ଯେ ଏହି ଶୋ’ର ଏକ ନୂତନ ସିଜିନ୍ ଆସିବାକୁ ଯାଉଛି ସେନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି ।ପ୍ରଶଂସକମାନେ ପୁଣି ଥରେ ଅମିତାଭ ବଚ୍ଚନଙ୍କୁ ଏହି ଶୋ’ ହୋଷ୍ଟ କରୁଥିବା ଦେଖିବାକୁ ଚାହୁଁ ଥିବାବେଳେ ଏଥର ଅମିତାଭ ବଚ୍ଚନଙ୍କ ବଦଳରେ ସଲମାନ ଖାନଙ୍କୁ ଦେଖିବାକୁ ମିଳିବ। ଯେତେବେଳେ ଶୋ’ର ୧୭ତମ ସିଜିନ୍ ଆସିବ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ଦେଖିବାକୁ ଚାହିଁବେ । ନିକଟରେ ଏପରି ଖବର ଆସିଛି ଯେ ଏଥର ‘କୌନ ବନେଗା କରୋଡ ପତି ସିଜିନ୍ ୧୭’ ଅମିତାଭ ବଚ୍ଚନ ନୁହେଁ ସଲମାନ ଖାନ ହୋଷ୍ଟ କରିବେ ।
କୌନ ବନେଗା କରୋଡପତ ସିଜିନ-୧୭ ହୋଷ୍ଟ କରିବା ପାଇଁ ତାଙ୍କ ନାମ ଶୀର୍ଷରେ ଅଛି । ଏବେ ନୂତନ ରିପୋର୍ଟ ଏହି ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି ।ସଲମାନ ଖାନ ଏହି ଶୋ’ରେ ଅମିତାଭ ବଚ୍ଚନଙ୍କ ସ୍ଥାନ ନେବେ ନାହିଁ । ଅମିତାଭ ବଚ୍ଚନଙ୍କ ବଦଳ ଖବର ସମ୍ପୂର୍ଣ୍ଣ ମିଥ୍ୟା ଥିଲା । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଲମାନ ଖାନ ଅମିତାଭ ବଚ୍ଚନଙ୍କ ସ୍ଥାନ ନେବେ ନାହିଁ । ଏବେ ଅମିତାଭ ବଚ୍ଚନ ‘କୌନ ବନେଗା କରୋଡପତି’ ଛାଡିବାକୁ ଯାଉଥିବା କଳ୍ପନାଜଳ୍ପନାକୁ ଭୁଲ ଘୋଷଣା କରାଯାଇଛି । ଏହା ମଧ୍ୟ କୁହାଯାଉଥିଲା ଯେ ସଲମାନ ଖାନ ତାଙ୍କ ଫିସ୍ ନେଇ ନିର୍ମାତାଙ୍କ ସହ ଆଲୋଚନା କରୁଛନ୍ତି । ନିର୍ମାତା ଏବଂ ଅଭିନେତାଙ୍କ ମଧ୍ୟରେ ଟଙ୍କା ସମ୍ପର୍କରେ ଆଲୋଚନା ଜୋରସୋରରେ ଚାଲିଛି ।
ଅମିତାଭ ବଚ୍ଚନ ବ୍ୟକ୍ତିଗତ କାରଣରୁ ଏହି ଶୋ’ ଛାଡି ଦେଉଛନ୍ତି । ଏସବୁ କେବଳ ଏକ ଗୁଜବ। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ‘କୌନ ବନେଗା କରୋଡପତି ସିଜିନ୍ ୧୭’ ଜୁଲାଇ ମାସରେ ଫ୍ଲୋରକୁ ଆସିବ । ଏହି ଶୋ’ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି ରିପୋର୍ଟ ଅଛି । ଏବେ ଏହା ନିଶ୍ଚିତ ହୋଇଛି ଯେ ଅମିତାଭ ବଚ୍ଚନ ଏଥର ମଧ୍ୟ ଏହି ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି । ତେବେ ସେ ଯାହା ହେଉନା କାହିଁକି ଏହାକୁ ପ୍ରଶଂସକମାନେ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।