Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଟ ଜୁସ୍ ପିଇଲେ ଶରୀରରେ ଆଇରନ ଅଭାବ ହୋଇନଥାଏ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ବିଟ ଜୁସ୍ ପିଇଲେ ଶରୀରରେ ଆଇରନ ଅଭାବ ହୋଇନଥାଏ

utkala khabar
Last updated: June 11, 2025 3:25 pm
utkala khabar
Published June 11, 2025
Share
SHARE

ଶରୀରରେ ଆଇରନ ଅଭାବ ହେତୁ କ୍ରମାଗତ ଥକ୍କା, ଦୁର୍ବଳତା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ । ଆଇରନ ସ୍ତର କମ୍ ହେତୁ ଜଣେ ରକ୍ତହୀନତାର ଶିକାର ମଧ୍ୟ ହୋଇପାରେ । ଏହା ହେମୋଗ୍ଲୋବିନକୁ ହ୍ରାସ କରିଥାଏ ଏବଂ ଅନେକ ରୋଗ ସୃଷ୍ଟି କରିପାରେ । ଏଥିରୁ ବଞ୍ଚିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଆପଣ ଆଇରନ ସପ୍ଲିମେଣ୍ଟ ନେଇପାରିବେ । ଏହା ବ୍ୟତୀତ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଆଇରନ ଅଭାବ ମଧ୍ୟ ପୂରଣ ହୋଇପାରିବ । ବିଟ୍ ରୁଟ, ପାଳଙ୍ଗ ଏବଂ ମଟର ପରି ଅନେକ ପନିପରିବା ଆଇରନରେ ଭରପୂର ହୋଇଥାଏ ।

ଯଦି ଆପଣ ସେଗୁଡ଼ିକୁ ପ୍ରତିଦିନ ଖାଇ ପାରିବେ ନାହିଁ ତେବେ ସେମାନଙ୍କର ଜୁସ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ପିଅନ୍ତୁ । ଏହି ଜୁସ ପିଇବା ଦ୍ୱାରା, ଆପଣଙ୍କର ହେମୋଗ୍ଲୋବିନ୍ କିଛି ଦିନ ମଧ୍ୟରେ ବୃଦ୍ଧି ପାଇବା ଆରମ୍ଭ କରିବ ଏବଂ ଶରୀରରେ ଆଇରନ ଅଭାବ ମଧ୍ୟ ଭଲ ହୋଇଯିବ । ଆଇରନ ହେମୋଗ୍ଲୋବିନର ଏକ ଜରୁରୀ ଉପାଦାନ ଭାବରେ ବିବେଚନା କରାଯାଏ ଯାହା ଶରୀରକୁ ଅମ୍ଳଜାନ ପହଞ୍ଚାଇବା ପାଇଁ କାର୍ଯ୍ୟ କରେ । ଆଇରନରୁ ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି ହୁଏ । ଯାହା ସମଗ୍ର ଶରୀରକୁ ରକ୍ତ ସହିତ ଅମ୍ଳଜାନ ଯୋଗାଇଥାଏ ।

ସବୁଜ ପତ୍ର ଥିବା ପରିବା ଗୁଡିକରେ ପ୍ରଚୁର ପରିମାଣରେ ଆଇରନ ମିଳିଥାଏ । ଯେମିତିକି ବ୍ରୋକୋଲି, ସବୁଜ ମଟର, ପାଳଙ୍ଗ, ସୋୟା ବଡ଼ି, ସୋରିଷ ଶାଗରେ ଆଇରନ ପରି ଜରୁରୀ ଉପାଦାନ ଅଧିକ ଥାଏ । ଏହା ବ୍ୟତୀତ ଡ଼ାଲି, ବିନ୍ସରେ ମଧ୍ୟ ଆଇରନ ଥାଏ । ଗବେଷକଙ୍କ ଅନୁଯାୟୀ ୨୪ ରୁ ୨୫ ର୍ବଷ ବୟସ ର୍ପଯ୍ୟନ୍ତ ଆଇରନ ଯୁକ୍ତ ପନିପରିବା ନିହାତି ଖାଇବା ଦରକାର । ଆଇରନ ମାତ୍ରା ଶରୀରରେ ଆବଶ୍ୟକତା ଠାରୁ କମିଲେ ଶରୀର ପୀଡା, ମୁଣ୍ଡ ବିନ୍ଧା ପରି ସମସ୍ୟା ମଧ୍ୟ ଦେଖାଯାଏ । ରକ୍ତରେ ଆରବିସିର ଗଠନ ପାଇଁ ମଧ୍ୟ ଆଇରନ ନିହାତି ଆବଶ୍ୟକ ।

ଖାଦ୍ୟରେ ଆଇରନଯୁକ୍ତ ପନିପରିବା ଏବଂ ଫଳ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆଇରନ ଅଭାବ ଦୂର ହୋଇପାରିବ । ଆଇରନ ଅଭାବକୁ ଦୂର କରିବା ପାଇଁ, ଆପଣ ଟମାଟୋ ଜୁସ ପିଇପାରିବେ । ଏହା ଶରୀରରେ ହେମୋଗ୍ଲୋବିନ୍ ମଧ୍ୟ ବଢ଼ାଇଥାଏ । ବିଟ୍ ରୁଟ ଜୁସ ଶରୀରରେ ରକ୍ତ ପରିମାଣ ବଢ଼ାଇଥାଏ । ଯେଉଁଥିପାଇଁ ଅମ୍ଳଜାନ ଯୋଗାଣରେ ଉନ୍ନତି ହୁଏ । ଯଦି ଆପଣ ଚାହାଁନ୍ତି, ଆପଣ ବିଟ୍ ରୁଟ ଜୁସରେ ପାଳଙ୍ଗ ମଧ୍ୟ ମିଶାଇ ପାରିବେ । ପାଳଙ୍ଗକୁ ଆଇରନର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ ।

You Might Also Like

ଜାଣନ୍ତୁ ଆଜିର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

ଆଜି ପବିତ୍ର ଶୀତଳ ଷଷ୍ଠୀ : ମହାଦେବ ସାଜିବେ ବର, ମାତା ପାର୍ବତୀ ସାଜିବେ କନିଆ

୧୦ ବର୍ଷର ପିଲା ଅପରେଟ୍ କରିପାରିବେ ନିଜର ବ୍ୟାଙ୍କ ଆକାଉଣ୍ଟ

ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

TAGGED:#benefits#health#UTKALA KHABARBeetroot juiceironLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?