ନୂତନ ଜିପ୍ କମ୍ପାସର ଏକ୍ସଟେରିୟର ପୁରୁଣା ଡିଜାଇନର ଏକ ଅପଡେଟ୍ ଭର୍ସନ ପରି ଦେଖାଯାଉଛି । SUVର ଫ୍ରଣ୍ଟରେ ସ୍ଲିକ୍ LED ହେଡଲ୍ୟାମ୍ପ ରହିଛି ଯାହା ବ୍ରାଣ୍ଡର ସିଗନେଚର ସାତ-ସ୍ଲଟ୍ ଗ୍ରୀଲ୍ ସହିତ ଆଡ୍ ହୋଇଛି । ଏଥର ଗ୍ରୀଲ୍ ଉପରେ ପତଳା ଆଲୋକ ଷ୍ଟ୍ରିପ୍ ମଧ୍ୟ ଯୋଡାଯାଇଛି, ଯାହା ଏହାକୁ ଅଧିକ ଆକର୍ଷଣୀୟ ମଧ୍ୟ କରିଥାଏ ।ଫ୍ରଣ୍ଟ ବମ୍ପର ପୂର୍ବ ଅପେକ୍ଷା ଅଧିକ ପାୱାରଫୁଲ୍ ଦେଖାଯାଉଛି, ଯେଉଁଥିରେ ଫଗ୍ ଲ୍ୟାମ୍ପ ମଧ୍ୟ ଅନ୍ତର୍ଭୁକ୍ତ ।
ସାଇଡ୍ ପ୍ରୋଫାଇଲ୍ରେ, SUV ଚାରିପାଖରେ ମେଟ ବ୍ଲାକ୍ ଆବରଣ, ଚୌକର କୁଇଲ୍ ଆର୍ଚ ଏବଂ ସୋଲଡର ଲାଇନ୍ ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେଇଥାଏ । ରୁଫ୍ ରେଲ୍ ଏବଂ ନୂତନ LED ଟେଲ୍ ଲାଇଟ୍, ଯାହା ଏବେ ଜିପ୍ ଲୋଗୋ ସହିତ ସଂଯୁକ୍ତ, ଏହାକୁ ଅଧିକ ଷ୍ଟାଇଲିସ୍ କରିଥାଏ । ପୁରୁଣା ମଡେଲ ଅପେକ୍ଷା ଫ୍ରଣ୍ଟ ଏବଂ ବ୍ୟାକ୍ ଓଭରହ୍ୟାଙ୍ଗଗୁଡ଼ିକ ଛୋଟ ଦେଖାଯାଉଛି । ଏହି SUV ଏକ ଜବରଦସ୍ତ ଲୁକରେ ଆସିବାକୁ ଯାଉଛି ।
ଇଣ୍ଟେରିୟର ଏବଂ ଫିଚର୍ସ
୨୦୨୫ ଜିପ୍ କମ୍ପାସର ଇଣ୍ଟେରିୟର ସମ୍ପୂର୍ଣ୍ଣ ନୂତନ ଡ୍ୟାସବୋର୍ଡ ଲେଆଉଟ୍ ସହିତ ଆସିଛି । ଏଥିରେ ଏକ ବଡ଼ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ଷ୍ଟୋରେଜ୍ ପାଇଁ ଏକ ସେଣ୍ଟର କନସୋଲ, ରୋଟାରୀ ଡ୍ରାଇଭ୍ ମୋଡ୍ ଡାଏଲ୍ ଏବଂ ଏକ ପାନୋରାମିକ୍ ସନରୁଫ୍ ସାମିଲ୍ ହୋଇପାରେ । ଡ୍ୟାସବୋର୍ଡରେ ପ୍ରିମିୟମ୍ ମଟିରିୟଲ ବ୍ୟବହାର କରାଯାଇଛି, ଯାହା କ୍ୟାବିନକୁ ପୂର୍ବ ଅପେକ୍ଷା ଅଧିକ ଲଗଜରୀ ଏବଂ କମ୍ପର୍ଟ ଅନୁଭବ କରାଇବ ।
ଇଞ୍ଜିନ୍ ଏବଂ ପାୱାରଟ୍ରେନ୍
Jeep ଏପର୍ଯ୍ୟନ୍ତ କମ୍ପାସ୍ ଫେସଲିଫ୍ଟର ପାୱାରଟ୍ରେନ୍ ଅପ୍ସନଗୁଡ଼ିକ ବିଷୟରେ ଅଧିକ ଇନଫରମେସନ୍ ପ୍ରକାଶ କରିନାହିଁ । ହେଲେ ଅଟୋ ଇଣ୍ଡଷ୍ଟ୍ରିରୁ ଆସୁଥିବା ଖବର ଅନୁସାରେ, ଏଥିରେ ଅନେକ ଇଞ୍ଜିନ୍ ଅପ୍ସନ ଦେଖିବାକୁ ମିଳିପାରିବ । କିଛି ରିପୋର୍ଟ ଅନୁଯାୟୀ, ନୂତନ ମଡେଲରେ ଏକ ହାଇବ୍ରିଡ୍ କିମ୍ବା ପ୍ଲଗ୍-ଇନ୍ ହାଇବ୍ରିଡ୍ ଭାରିଆଣ୍ଟ ମଧ୍ୟ ଥାଇପାରେ, ବିଶେଷକରି ଅନ୍ତର୍ଜାତୀୟ ବଜାର ପାଇଁ । ଏଥି ସହ ଭାରତରେ ଏହାର ପାୱାରଟ୍ରେନ୍ ସମ୍ପର୍କରେ ସ୍ଥିତି ବର୍ତ୍ତମାନ ସ୍ପଷ୍ଟ ନୁହେଁ ।
କେବେ ହେବ ଭାରତରେ ଲଞ୍ଚ
ଜିପ୍ କମ୍ପାସ୍ ଫେସଲିଫ୍ଟର ଗ୍ଲୋବାଲ୍ ଡେବ୍ୟୁର ଚର୍ଚ୍ଚା ଜୋରରେ ଚାଲିଛି, କିନ୍ତୁ ଭାରତରେ ଏହାର ଲଞ୍ଚ ଖୁବ୍ ଶୀଘ୍ର ହେବ ନାହିଁ । ଜିପ୍ ବର୍ତ୍ତମାନ ଭାରତୀୟ ବଜାରରେ ପ୍ରଚଳିତ କମ୍ପାସ୍ ମଡେଲ୍ ମାଧ୍ୟମରେ ଉପସ୍ଥିତ । ଭାରତରେ ନୂତନ ଫେସଲିଫ୍ଟ ମଡେଲ ଆଣିବା ପୂର୍ବରୁ, କମ୍ପାନୀ ଏହାର ଗ୍ଲୋବାଲ୍ ରେସପନ୍ସ ଦେଖିବାକୁ ଚାହୁଁଛି । ହେଲେ ଭାରତରେ ଏହାର ଲଞ୍ଚ ୨୦୨୫ ଶେଷ କିମ୍ବା ୨୦୨୬ ପ୍ରାରମ୍ଭରେ ହେବ ବୋଲି ଆଶା କରାଯାଉଛି ।