ଭାରତରେ ଲଞ୍ଚ ହେବାକୁ ଯାଉଛି ସବୁଠାରୁ ଶସ୍ତା ମାରୁତି ସୁଜୁକି ଯାହାକି ଅଧିକ ଲୋକପ୍ରିୟ । କମ୍ପାନୀ ସବୁ ବର୍ଗ ଲୋକଙ୍କ ପାଇଁ କମ ଦାମ ରଖିଛି । ଏବେ କମ୍ପାନୀ ଇଲେକ୍ଟ୍ରିଫିକେସନ ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଏବଂ ଭାରତର ସବୁଠାରୁ ଶସ୍ତା ହାଇବ୍ରିଡ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ଆଗାମୀ ହାଇବ୍ରିଡ୍ କାର ବିଷୟରେ ବିସ୍ତୃତ ଭାବରେ ଜାଣିବା । ଏପର୍ଯ୍ୟନ୍ତ, ମାରୁତି ଟୟୋଟାରୁ ଟେକ୍ନୋଲୋଜି ଆଇଡିଆ ନେଇ ହାଇବ୍ରିଡ୍ ମଡେଲ୍ ଉପସ୍ଥାପନ କରୁଥିଲା ।
କିନ୍ତୁ ଏବେ ମାରୁତି ନିଜର ସ୍ୱଦେଶୀ ହାଇବ୍ରିଡ୍ ପାୱାରଟ୍ରେନ୍ ବିକଶିତ କରୁଛି । ଯାହା ଅଧିକ ନିର୍ଭରଯୋଗ୍ୟ, ଶସ୍ତା ଏବଂ ମେଣ୍ଟେନାନ୍ସ ଭଲ ରହିବ। ଏହି ପାୱାରଟ୍ରେନକୁ ପ୍ରଥମେ ମାରୁତି ଫ୍ରଣ୍ଟେକ୍ସରେ ସାମିଲ କରାଯିବ ଏବଂ ତା’ପରେ ଏହାକୁ ସ୍ୱିଫ୍ଟ, ବାଲେନୋ, ବ୍ରେଜା ଭଳି ଲୋକପ୍ରିୟ ମଡେଲରେ ମଧ୍ୟ ପ୍ରଚଳନ କରାଯିବ । ଫ୍ରଙ୍କକ୍ସ ହାଇବ୍ରିଡ୍ ୨୦୨୬ ମସିହାରେ ଲଞ୍ଚ ହୋଇପାରେ ।
ଇଞ୍ଜିନ ଏବଂ ପାୱାରଟ୍ରେନ୍
ମାରୁତି ଦ୍ୱାରା ବିକଶିତ ନୂଆ ହାଇବ୍ରିଡ୍ ପାୱାରଟ୍ରେନ୍ ୧.୨-ଲିଟର Z12E ପେଟ୍ରୋଲ୍ ଇଞ୍ଜିନ୍ ଏବଂ ଇଲେକ୍ଟ୍ରିକ୍ ମୋଟରର ମିଶ୍ରଣ ସହିତ ସଜ୍ଜିତ ହେବ । ଯାହା ଯୋଗୁଁ କାରଟି ପ୍ରତି ଲିଟରରେ ପ୍ରାୟ ୩୫ କିଲୋମିଟର ମାଇଲେଜ୍ ଦେଇପାରିବ । ଏହି ମାଇଲେଜ୍ ଏହାକୁ ଦେଶର ସବୁଠାରୁ କମ ଖର୍ଚ୍ଚାନ୍ତ ହାଇବ୍ରିଡ୍ କାର କରିପାରିବ । ଏପର୍ଯ୍ୟନ୍ତ ଏତେ ଭଲ ମାଇଲେଜ୍ କେବଳ ପ୍ରିମିୟମ୍ ସେଗମେଣ୍ଟ୍ ଯାନରେ ଉପଲବ୍ଧ ଥିଲା, କିନ୍ତୁ ମାରୁତି ଏହାକୁ ସାଧାରଣ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି ।
ଡିଜାଇନ୍ ଏବଂ ଫିଚର୍ସ
ଡିଜାଇନ୍ ଏବଂ ଫିଚର୍ସ ଦୃଷ୍ଟିରୁ ମଧ୍ୟ ଫ୍ରଙ୍କକ୍ସ ହାଇବ୍ରିଡରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାର ଏକ୍ସଟେରିୟର ପୂର୍ବ ଅପେକ୍ଷା ଷ୍ଟାଇଲିସ୍, କିନ୍ତୁ ହାଇବ୍ରିଡ୍ ଭର୍ସନରେ “ହାଇବ୍ରିଡ୍” ବ୍ୟାଜିଂ ଏବଂ ଏକ ରିଫ୍ରେସ୍ଡ ଫ୍ରଣ୍ଟ ଲୁକ୍ ସମେତ ସାମାନ୍ୟ କସମେଟିକ୍ ପରିବର୍ତ୍ତନ ଆସିବାର ଆଶା କରାଯାଉଛି । ଇଣ୍ଟେରିୟରରେ ନୂଆ ଥିମ୍, ବଡ଼ ଟଚସ୍କ୍ରିନ୍ ଡିସପ୍ଲେ, ADAS (ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍), ଆଡଭାନ୍ସ ସାଉଣ୍ଡ ଇନସୁଲେସନ୍ ଏବଂ ଅପଡେଟେଡ୍ ଡିଜିଟାଲ୍ ଇନ୍ଷ୍ଟରୁ ମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ଯୋଡା ଯାଇପାରିବ ।
ଯାହା ଏହାକୁ ଟେକ୍ନୋଲୋଜି ଦୃଷ୍ଟିରୁ ଆଡଭାନ୍ସ ଏବଂ ୟୁଜର୍ସ ଏକ୍ସପେରି ଏନ୍ସ ଦୃଷ୍ଟିରୁ ଉନ୍ନତ କରିବ । ଭାରତରେ ହାଇବ୍ରିଡ୍ ଟେକ୍ନୋଲୋଜି ଗ୍ରହଣ କରିବା ଏକ ବଡ଼ ପଦକ୍ଷେପ ହେବ । ବିଶେଷକରି ଏପରି ଏକ ବଜାରରେ ଯେଉଁଠାରେ ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ହାଇବ୍ରିଡ୍ କାରଗୁଡ଼ିକ ଇଲେକ୍ଟ୍ରିକ ଗାଡ଼ି ତୁଳନାରେ ଅଧିକ ରେଞ୍ଜ ପ୍ରଦାନ କରେ । ଏହା ଚାର୍ଜିଂ ଆବଶ୍ୟକ କରେ ନାହିଁ ଏବଂ ଚଲାଇବା ପାଇଁ ଅଧିକ ଶସ୍ତା ଏବଂ ସୁବିଧାଜନକ ।