ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି । ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର । ତେବେ ଯୋଜନାଗୁଡ଼ିକର ଫାଇଦା କେବେ ମିଳିବ ତାହା ଯୋଜନାର ପ୍ରକାର ଏବଂ ଲାଗୁ କରିବାର ପ୍ରକ୍ରିୟା ଉପରେ ନିର୍ଭର କରିବ ।
କିନ୍ତୁ ଆୟକର ଛାଡ଼ ଏବଂ ସବ୍ସିଡି ଭଳି ଫାଇଦା ଏପ୍ରିଲ ୧ରୁ ଲାଗୁ ହୋଇଯିବ କାରଣ ଏହା ଆର୍ଥିକ ବର୍ଷ ସହ ଜଡ଼ିତ ଥାଏ । ସେହିଭଳି ଭିତ୍ତିଭୂମି ଏବଂ ବିକାଶ ପରିଯୋଜନା, ସାମାଜିକ କଲ୍ୟାଣ ଯୋଜନାର ଫାଇଦା ମିଳିବାରେ ସମୟ ଗିବ କାରଣ ଏହା ଉପରେ କାର୍ଯ୍ୟ କରିବାର ଏକ ଲମ୍ବା ପ୍ରକ୍ରିୟା ଥାଏ ।
ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ବେତନଭୋଗୀଙ୍କ ପାଇଁ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଶିଲେ ଏହି ଛାଡ଼ ରାଶି ୧୨.୭୫ ଲକ୍ଷ ଟଙ୍କା ହୋଇଯିବ । ନୂଆ ଟିକସ ବ୍ୟବସ୍ଥାରେ ୨୦ରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ୨୫%ର ଏକ ନୂଆ ଟିକସ ସ୍ଲାବ୍କୁ ବି ସାମିଲ କରାଯାଇଛି ।
ଯାହା ସାଧାରଣ ଲୋକଟିଏ ଜାଣିବା ନିହାତି ଦରକାର । ୟୁପିଆଇ ନିୟମରେ ପରିବର୍ତ୍ତନ ସହ, ରନ୍ଧନ ଗ୍ୟାସ୍ ଦର କମିଛି । ଏହାସହ ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ଏପ୍ରିଲ ୧ରୁ କଣ ସବୁ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।