ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି Oppo A5 Pro 5G । କମ୍ପାନୀ Oppo ର ଏହି ଦମଦାର୍ ଫୋନର ଡେଟ୍ କନଫର୍ମ କରିନାହିଁ । ଆଶା କରାଯାଉଛି ଯେ ଏହାକୁ ଆସନ୍ତା ସପ୍ତାହରେ ଭାରତୀୟ ବଜାରରେ ଲଞ୍ଚ କରାଯିବ । Oppo ର ଏହି ବଜେଟ୍ ଫୋନଟି IP69 ୱାଟରପ୍ରୁଫ୍ ଫିଚର, ୫୮୦୦mAh ର ବ୍ୟାଟେରୀ ଏବଂ ମିଲିଟାରୀ ଭ୍ରେଡ୍ ବିଲ୍ଟ କ୍ବାଲିଟି ସହିତ ଆସିବ । ଏହି ଫୋନ୍ ପୂର୍ବରୁ ଗ୍ଲୋବାଲ୍ ମାର୍କେଟରେ ଉପସ୍ଥାପନ କରାଯାଇସାରିଛି । ବର୍ତ୍ତମାନ ଏହି ଫୋନ୍ ଭାରତରେ ଗ୍ଲୋବାଲ୍ ଭାରିଆଣ୍ଟ ଭଳି ଫିଚର୍ସ ସହିତ ଲଞ୍ଚ ହେବ ।
ଏହି Oppo ଫୋନ୍ ଦୁଇଟି କଲର ଅପ୍ସନରେ ଆସିବ । ଯାହା ହେଉଛି- ମୋଚା ବ୍ରାଉନ୍ ଏବଂ ବ୍ଲୁମ୍ ପିଙ୍କ୍ । ଏହି ଫୋନ୍ ଭାରତରେ ଏପ୍ରିଲ ୨୪ରେ ଲଞ୍ଚ ହେବ । ଏହି ଫୋନଟି ୧୨ GB RAM ସହିତ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜକୁ ସପୋର୍ଟ କରିପାରିବ । ଗ୍ଲୋବାଲ୍ ମାର୍କେଟରେ ଏହି ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଯାହା ରହିଛି- ୬GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨GB RAM + ୨୫୬GB ରେ ଆସିବ ।
Oppo A5 Pro ର ଫିଚର୍ସ :
Oppo A5 Pro ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ୬.୬୭ ଇଞ୍ଚର FHD+ LCD ଡିସପ୍ଲେ ମିଳିପାରିବ । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିବ । ଏହାର ଡିସପ୍ଲେର ପିକ୍ ବ୍ରାଇଟନେସ୍ ୧୦୦୦ ନିଟ୍ସ ପର୍ଯ୍ୟନ୍ତ ରହିବ । ଡିସପ୍ଲେର ପ୍ରୋଟେକ୍ସନ ପାଇଁ କର୍ଣ୍ଣିଂ ଗୋରିଲା ଗ୍ଲାସ୍ 7i ମିଳିପାରିବ । ଏଥି ସହ ଏହି ସ୍ମାର୍ଟଫୋନରେ MediaTek Dimensity 6300 ପ୍ରୋସେସର ମିଳିବ, ଯାହା ସହିତ ୧୨GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ଦିଆଯିବ ।
Oppo ର ଏହି ଫୋନ୍ ୫,୮୦୦mAh ର ଦମଦାର୍ ବ୍ୟାଟେରୀ ସହିତ ଏଣ୍ଟ୍ରି କରିବ । ଫୋନରେ ୪୫W SuperVOOC ଫାଷ୍ଟ ଚାର୍ଜିଂ ଫିଚର ମିଳିପାରିବ । କମ୍ପାନୀ ଏହି ଫୋନକୁ ଡ୍ୟୁରେବଲ୍ ଚମ୍ପିଅନ୍ ଭାବରେ ବର୍ଣ୍ଣନା କରିଛି । ଏଥିରେ ମିଲିଟ୍ରି ଭ୍ରେଡ୍ ବଡି ସହିତ IP69 ୱାଟରପ୍ରୁଫ୍ ରେଟିଂ ମିଳିବ । ପାଣିରେ ଫୋନ୍ ପଡିଗଲେ କିମ୍ବା ଧୂଳି ଲାଗିଲେ କିଛି କ୍ଷତି ହେବ ନାହିଁ । ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ଏବଂ ଫେସଅନଲକ୍ ସପୋର୍ଟର ମଧ୍ୟ ସପୋର୍ଟ ମିଳିବ । ଏହା Android 15 ଉପରେ ବେସ୍ଡ ColorOS 15 ସହିତ ଆସିପାରେ ।
Oppo A5 Pro ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିବ । ଏହା ସହିତ LED ପ୍ୟାନେଲ୍ ଲାଇଟ୍ ମଧ୍ୟ ଦିଆଯିବ । ଏହା ବ୍ୟତୀତ, ୨MP ର ମୋନୋକ୍ରୋମ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮MP ର କ୍ୟାମେରା ଦିଆଯିବ । Oppo ର ଏହି ଫୋନ୍ ୨୦,୦୦୦ ଟଙ୍କାର ପ୍ରାଇସ୍ ରେଞ୍ଜରେ ଆସିପାରେ । ଏଥି ସହ ଯଦି ଆପଣ କମ୍ ଦାମରେ ଯବରଦସ୍ତ ଫିଚର୍ସ ଥିବା ଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।