Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆପଣଙ୍କ ଫୋନ୍‌ପେରୁ ପେମେଣ୍ଟ କରିପାରିବେ ଆପଣଙ୍କ ପରିବାର ଲୋକେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଆପଣଙ୍କ ଫୋନ୍‌ପେରୁ ପେମେଣ୍ଟ କରିପାରିବେ ଆପଣଙ୍କ ପରିବାର ଲୋକେ

utkala khabar
Last updated: April 18, 2025 1:12 pm
utkala khabar
Published April 18, 2025
Share
SHARE

 ୟୁପିଆଇ ସର୍କଲ୍‌ ସର୍ଭିସ୍ ଆରମ୍ଭ କରିଛି ଫୋନ୍‌ ପେ। ଯଦି ଆପଣ ଘରେ ଅଛନ୍ତି, ଓ ପରିବାର ସଦସ୍ୟ ବାହାରେ କୌଣସି ଜିନିଷ କିଣୁଛନ୍ତି, ତେବେ ସେ ଆପଣଙ୍କ ଆକାଉଣ୍ଟରୁ ଫୋନ୍‌ପେ ମାଧ୍ୟମରେ ପେମେଣ୍ଟ କରିପାରିବେ। ଫଳରେ ବ୍ୟାଙ୍କ ଆକାଉଣ୍ଟ ନଥିବା ପରିବାର ସଦସ୍ୟ ଏଥିରେ ଖୁବ୍ ଉପକୃତ ହେବେ। ଏହା କେମିତି ପଢନ୍ତୁ ରିପୋର୍ଟ।ଫୋନ୍‌ପେ ୟୁପିଆଇ ସର୍କଲ ଆରମ୍ଭ ହେବା ଦ୍ୱାରା ପେମେଣ୍ଟ ଆହୁରି ସହଜ ହୋଇଯିବ।

ୟୁପିଆଇ ସର୍କଲ ବ୍ୟବସ୍ଥା ଦ୍ୱାରା ଏଣିକି ଆପଣଙ୍କ ଆକାଉଣ୍ଟରୁ ଆପଣଙ୍କର ପରିବାର ଲୋକେ କିମ୍ବା କେହି ବିଶ୍ୱସ୍ତ ବି ପେମେଣ୍ଟ କରିପାରିବ। ଏହି ଫିଚର ବିଶେଷକରି ସେମାନଙ୍କ ପାଇଁ ବେଶ୍ ସୁବିଧାଜନକ ହେବ ଯେଉଁମାନଙ୍କ ପାଖରେ ବ୍ୟାଙ୍କ୍ ଆକାଉଣ୍ଟ ନାହିଁ କିମ୍ବା ଅନଲାଇନ ବ୍ୟାଙ୍କିଂର ବ୍ୟବହାର କରିପାରୁନାହାଁନ୍ତି। ଯେମିତିକି ଘରର ପିଲାମାନେ କିମ୍ବା ଘରର କେହି ବରିଷ୍ଠ ବ୍ୟକ୍ତି।

ଏହାକୁ କିଭଳି ବ୍ୟବହାର କରିବେ ଆସନ୍ତୁ ଷ୍ଟେପ୍‌ ବାଇ ଷ୍ଟେପ୍ ବାଇ ଜାଣିବା। ଏହି ଫିଚର ଆକ୍ଟିଭ କରିବା ପାଇଁ  ଫୋନ ପେ ଆପ୍ ଖୋଲନ୍ତୁ । ହୋମ ସ୍କ୍ରିନରେ ସର୍କଲ ଅପସନ ମିଳିବ। ପରେ ୟୁପିଆଇ ସର୍କଲ ସେଟଅପ୍ କରିବା ପାଇଁ,  ‘Invite Secondary Contact’ ଉପରେ ଟାପ୍ କରନ୍ତୁ, ଏହାଦ୍ୱାର ଆପଣ ଚାହୁଁଥିବା ବ୍ୟକ୍ତିଙ୍କୁ ସେକେଣ୍ଡାରୀ ୟୁଜର କରିପାରିବେ। ତେବେ ଏହି ସେବା ବ୍ୟବହାର କରିବା ପାଇଁ ସେକେଣ୍ଡାରୀ ୟୁଜରଙ୍କ ଫୋନରେ ଫୋନପେ ଥିବା ଦରକାର।

ଏହା ପରେ ନେକ୍ସଟ ଷ୍ଟେପରେ ଆପଣଙ୍କୁ ଉକ୍ତ ବ୍ୟକ୍ତିଙ୍କ ଫୋନର କ୍ୟୁଆର ସ୍କାନ କରାଇବାକୁ ପଡ଼ିବ। ଆପଣ ଚାହିଲେ ତାଙ୍କର ୟୁପିଆଇ ଆଇଡି ମାଧ୍ୟମରେ ମଧ୍ୟ ଯୋଡ଼ିପାରିବେ। ଏସବୁ ସରିଲା ପରେ ଏବେ ସେକେଣ୍ଡାରୀ ୟୁଜରଙ୍କୁ ତାଙ୍କ ଫୋନପେPhonepay ଆପରେ ଇନଭିଟେସନକୁ ଆକ୍ସେପ୍ଟ କରିବାକୁ ହେବ। ବାସ୍ ଏତିକି କଲେ ଆପଣଙ୍କ ଆକାଉଣ୍ଟ ସହ ତାଙ୍କ ଫୋନ୍‌ପେ ଲିଙ୍କ ହୋଇଯିବ।

ତେବେ ୟୁପିଆଇ ସର୍କଲ ମାଧ୍ୟମରେ ଯେତେବେଳେ ସେକେଣ୍ଡାରୀ ୟୁଜର କୌଣସି ପେମେଣ୍ଟ କରିବେ। ତାହାର ନୋଟିଫିକେସନ ଆପଣଙ୍କ ପାଖକୁ ଆସିବ। ଆଉ ଆପଣ ଅନୁମତି ଦେବା ପରେ ହିଁ ପେମେଣ୍ଟ ହୋଇପାରିବ। ତେବେ ମୂଳ ଆକାଉଣ୍ଟ ଧାରୀ ସେକେଣ୍ଡାରୀ ୟୁଜରଙ୍କ ପାଇଁ ଖର୍ଚ୍ଚର ଲିମିଟ୍ ବି ସେଟ୍ କରିପାରିବେ।

You Might Also Like

ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି

ଆଗକୁ ଅକ୍ଷୟ ତୃତୀୟା ଆସୁଛି କେଉଁ ସମୟରେ କରିବେ ପୂଜା ଜାଣନ୍ତୁ

୪୯ ବର୍ଷ ବୟସରେ ଗର୍ଭବତୀ ହେଲେ କି ଅମିଷା ପଟେଲ, ଭିଡିଓ ପୋଷ୍ଟ ହେଲା ଭାଇରାଲ

ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଲା

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

TAGGED:#businessnews#upi#UTKALA KHABARFamily MembersPaymentPhone pay
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?