Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍

utkala khabar
Last updated: May 19, 2025 11:09 am
utkala khabar
Published May 19, 2025
Share
SHARE

ବାଣିଜ୍ୟ ୧୯/୫ :ଖୁବଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବା ଆରବିଆଇ ପକ୍ଷରୁ ଏନେଇ ଶନିବାର ସୂଚନା ଦିଆଯାଇଛି। ଆରବିଆଇର ସୂଚନା ଅନୁସାରେ ନୂଆ ନୋଟ ଉପରେ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତକ୍ଷତ ରହିବ। ଏହା ସହ ଆରବିଆଇ ପକ୍ଷରୁ କୁହାଯାଇଛି ନୂଆ ୨୦ ଟଙ୍କିଆ ନୋଟ ଜାରି ହେଲେବି ପୁରୁଣା ନୋଟ ଚାଲୁ ରହିବ। ଏହାର ଅର୍ଥ ଯେଉଁ ବର୍ତ୍ତମାନ ଯେଉଁ ନୋଟ ଚାଲୁଛି ତାହା ଚାଲୁ ରହିବ। ପୁରୁଣା ନୋଟର ଚଳନ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବନି।

ତେବେ କୁହାଯାଉଛି ନୂଆ ନୋଟର ଡିଜାଇନ ବର୍ତ୍ତମାନର ନୋଟ ଠାରୁ କିଛି ଭିନ୍ନ ହୋଇପାରେ। ଏଥିରେ ନୂଆ ରଙ୍ଗ ଆଉ କିଛି ନୂଆ ଫିଚର ଦେଖିବାକୁ ମିଳିପାରେ। ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ପୂର୍ବାପେକ୍ଷା ଅଧିକ ସ୍ପଷ୍ଟ ଦେଖାଯିବ। ଏଥିରେ ଓ୍ବାଟରମାର୍କ, ସିକ୍ୟୁରିଟି ଥ୍ରେଡ ଏବଂ ନମ୍ବର ପ୍ୟାଟର୍ଣ୍ଣକୁ ଆହୁରି ମଜଭୁତ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଉଦ୍ଦେଶ୍ୟ ଟଙ୍କାକୁ ସୁରକ୍ଷିତ ରଖିବା ଏବଂ ଠକେଇ ତଥା ନକଲି ନୋଟ ପ୍ରଚଳନକୁ ରୋକିବା ପାଇଁ ବିଭିନ୍ନ ସମୟରେ ନୂଆ ନୋଟ ଜାରି କରିଥାଏ। ଏହା ବାଦ ନୂଆ ଗଭର୍ଣ୍ଣର ଦାୟିତ୍ବ ନେବା ପରେ ମଧ୍ୟ ତାଙ୍କ ଦସ୍ତକ୍ଷତ ସହ ନୂଆ ନୋଟ ଜାରି କରାଯାଇଥାଏ।

 

You Might Also Like

ଆଜିଠୁ ପୁଣି ୪ ଦିନ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

ଏସବିଆଇ ବଦଳାଇଲା ଏଟିଏମ ୱିଡ୍ରାଲର ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

ମେ ୦୧ ତାରିଖ ଗୁରୁବାର, ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଚୋରା ମଦ ବିକ୍ରି ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା!

TAGGED:#UTKALA KHABARBank notesBusiness newsDenominationRBI BankTwenty Rupees Note
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?