ବାଇକ୍ ପ୍ରେମୀଙ୍କ ପ୍ରଥମ ପସନ୍ଦ ରୟାଲ ଏନଫିଲ୍ଡ, ଏହା ତ ସମସ୍ତେ ଜାଣନ୍ତି । ରୟାଲ ଏନଫିଲ୍ଡର କୌଣସି ବାଇକ୍ ଲଞ୍ଚ ହେଲେ ବାଇକ୍ ପ୍ରେମୀଙ୍କ ମନରେ ଖୁସି ଖେଳି ଯାଇଛି । ନୂଆ ମଡେଲକୁ ନେଇ ସମସ୍ତଙ୍କ ମନରେ କୌତୁହଳ ଦେଖାଯାଏ । ତେବେ ବାଇକ୍ ପ୍ରେମୀଙ୍କ ଆଗ୍ରହକୁ ଦେଖି ରୟାଲ ଏନଫିଲ୍ଡ ସବୁଠାରୁ ଶସ୍ତା ମଡେଲ୍ ଲଞ୍ଚ କରିଛି । ଯେଉଁଥିରେ ୩୫୦ccର ଇଞ୍ଜିନ୍ ଅଛି, ଯାହା ୨୦ HP ପାୱାର ଏବଂ ୨୭ Nm ପିକ୍ ଟର୍କ ଜେନେରେଟ୍ କରେ । ଦର୍ଶକ ବନ୍ଧୁ ରୟାଲ ଏନଫିଲ୍ଡର ସବୁଠାରୁ ଲୋକପ୍ରିୟ ବାଇକ କ୍ଲାସିକ୍ 350 ର ଟେନସନ୍ ବଢ଼ାଇବ ନୂଆ ଲଞ୍ଚ ହୋଇଥିବା ଏହି ବାଇକ । କାରଣ ଉଭୟ ବାଇକର ଦାମରେ ବେଶୀ ଫରକ ନାହିଁ । ଦୁଇ ବାଇକର ଇଞ୍ଜିନ ପ୍ରାୟ ସମାନ ।
ରୟାଲ ଏନଫିଲ୍ଡ ନିଜର ହଣ୍ଟର 350 ର ଅପଡେଟେଡ୍ ଭର୍ସନ ଲଞ୍ଚ କରିଛି । ପ୍ରଥମ ଥର ପାଇଁ କମ୍ପାନୀ ଏହାକୁ ଅଗଷ୍ଟ ୨୦୨୨ରେ ଲଞ୍ଚ କରିଥିଲା । ସାରା ବିଶ୍ୱରେ ଏହାର ୫ ଲକ୍ଷ ୟୁନିଟ୍ ବିକ୍ରି ହୋଇସାରିଛି, ଯାହା ପରେ କମ୍ପାନୀ ଏହାର ଅପଡେଟ୍ ମଡେଲକୁ ମାର୍କେଟରେ ଲଞ୍ଚ କରିଛି । କମ୍ପାନୀ କହିଛି ଯେ ପ୍ରତି ୬ ମାସରେ ରୟାଲ୍ ଏନଫିଲ୍ଡ ହଣ୍ଟର 350ର ୧ ଲକ୍ଷ ୟୁନିଟ୍ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ତେବେ ଏଥିରେ କ’ଣ ଖାସ୍ ଅଛି ଆସନ୍ତୁ ଜାଣିବା ।
ପୂର୍ବ ହଣ୍ଟରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହି ବାଇକ୍ ୩ଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ବେସ୍ ଭାରିଆଣ୍ଟର ଏକ୍ସ-ସୋରୁମ୍ ଦାମ୍ ୧.୪୯ ଲକ୍ଷ ଟଙ୍କା । ଯେତେବେଳେ କି ଅନ୍ୟ ଭାରିଆଣ୍ଟର ଦାମ୍ ୧.୭୬ ଲକ୍ଷ ଏବଂ ୧.୮୧ ଲକ୍ଷ ଟଙ୍କା ରହିଛି । ଏହାର 350cc ଇଞ୍ଜିନ ସିଙ୍ଗଲ୍ ସିଲିଣ୍ଡର ହେବ । ଏଥିରେ ଏୟାର-କୁଲ୍ଡ ଏବଂ ଅଏଲ-କୁଲ୍ଡ ଇଞ୍ଜିନ ରହିଛି, ଯାହା ୫ -ସ୍ପିଡ୍ ଗିଅରବକ୍ସ ସହିତ ଆସିବ ।
ରୟାଲ ଏନଫିଲ୍ଡ ହଣ୍ଟର 350 ର ୨୦୨୫ ମଡେଲ ୩ ଟି ନୂଆ କଲରରେ ଲଞ୍ଚ କରାଯାଇଛି । ଏହି ବାଇକ ରିଓ ହ୍ୱାଇଟ୍, ଲଣ୍ଡନ ରେଡ୍ ଏବଂ ଟୋକିଓ ବ୍ଲାକ୍ କଲରରେ ଆସିବ। କିନ୍ତୁ କେବଳ ଫ୍ୟାକ୍ଟ୍ରି ବ୍ଲାକ୍ କଲର ବେସ୍ ଭାରିଆଣ୍ଟରେ ଉପଲବ୍ଧ ହେବ ଯାହାର ମୂଲ୍ୟ ୧.୪୯ ଲକ୍ଷ ଟଙ୍କା । ୧.୭୬ ଲକ୍ଷ ଟଙ୍କା ମୂଲ୍ୟର ଭାରିଆଣ୍ଟଟି ରିଓ ହ୍ୱାଇଟ୍ ଏବଂ ଡ୍ୟାପର୍ ଗ୍ରେ କଲରରେ ଆସିବ । ଅନ୍ୟପଟେ ଏହାର ଟପ୍ ମଡେଲ୍ ଟୋକିଓ ବ୍ଲାକ୍, ଲଣ୍ଡନ୍ ରେଡ୍ ଏବଂ ରେବେଲ୍ ବ୍ଲୁ କଲରରେ ଆସିବ।
ନୂଆ ରୟାଲ ଏନଫିଲ୍ଡ ହଣ୍ଟର 350 ରେ, ଆପଣ ଏକ ନୂଆ LED ହେଡଲାଇଟ୍, ୨୭ ୱାଟ୍ ର ଟାଇପ୍-ସି ଫାଷ୍ଟ ଚାର୍ଜର, ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍ ମଧ୍ୟ ପାଇବେ । ଏହି କାରଣରୁ ହିଁ, ଏହା ରୟାଲ ଏନଫିଲ୍ଡର ପ୍ରଥମ ବାଇକ୍ ହେବ, ଯେଉଁଥିରେ ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍ ରହିବ ।
ବାଇକ୍ ର ବ୍ୟାକ୍ ସାଇଡରେ ନୂଆ ସସପେନସନ୍ ମଧ୍ୟ ଲଗାଯାଇଛି । ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ସ୍ମୁଥ୍ ଏବଂ ଆରାମଦାୟକ ହେବ । ବାଇକ୍ ର ସିଟ୍ ର ଫୋମ୍କୁ ପୂର୍ବ ଅପେକ୍ଷା ସୁନ୍ଦର କରାଯାଇଛି ଏବଂ ହ୍ୟାଣ୍ଡେଲ୍କୁ ଆରାମଦାୟକ କରାଯାଇଛି । ଏହି ବାଇକ୍ର ଗ୍ରାଉଣ୍ଡ କ୍ଲିୟରାନ୍ସ ଏହାର ପୂର୍ବ ମଡେଲ ଅପେକ୍ଷା ଟିକେ ଅଧିକ ରହିଛି ।