Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tata Nanoର ଇଲେକ୍ଟ୍ରିକ୍ କାର୍
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tata Nanoର ଇଲେକ୍ଟ୍ରିକ୍ କାର୍

utkala khabar
Last updated: April 29, 2025 11:45 am
utkala khabar
Published April 29, 2025
Share
SHARE

ବାଣିଜ୍ୟ ୨୯/୪ : ଦେଶର ଟାଟା ମୋଟର୍ସ ଗାଡ଼ି ପାଇଁ ବିଶେଷ କ୍ରେଜ୍ ରହିଛି । ଆପଣମାନେ Tata Nanoର ନାମ ଶୁଣିଥିବେ ନିଶ୍ଚୟ । ଯଦିଓ ଏହାର ପ୍ରଡକ୍ସନ୍ ଏବେ ବନ୍ଦ ହୋଇଯାଇଛି, ତଥାପି ପୁରୁଣା Nanoର ମଡେଲଗୁଡିକ ରାସ୍ତାରେ ଦେଖାଯାଉଛି ।ଏବେ ଗୁଜବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଯେ ଟାଟା ମୋଟର୍ସ ଏହାର ଫେମସ୍ Nano କାରକୁ ଇଲେକ୍ଟ୍ରିକ୍ ଭର୍ସନରେ ଉପସ୍ଥାପନ କରିପାରିବ । ଯଦି ଏହା ସତ ହୁଏ, ତେବେ ଗ୍ରାହକମାନଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିବ ବୋଲି ଆଶା କରାଯାଉଛି । ହେଲେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ ଭାବରେ କୌଣସି ଲଞ୍ଚ ହେଟ୍ ଘୋଷଣା କିମ୍ବା କନଫର୍ମ କରିନାହିଁ । କିନ୍ତୁ ବର୍ତ୍ତମାନ ଆମେ ଜାଣିବା ଏହି ଇଲେକ୍ଟ୍ରିକ୍ କାରର କିଛି ଦମଦାର୍ ଫିଚର୍ସ ବିଷୟରେ । ଯାହା ପ୍ରାଇସ୍ ତୁଳନାରେ ବହୁତ୍ କମ୍ ରହିଛି ।

Tata Nano ଇଲେକ୍ଟ୍ରିକ୍ କାରରେ ଆପଣ ୭-ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ପାଇପାରିବେ, ଯାହା ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେକୁ ସପୋର୍ଟ କରିବ । ଏଥିରେ ଏକ ୬-ସ୍ପିକର ସାଉଣ୍ଡ ସିଷ୍ଟମ ମଧ୍ୟ ରହିଛି, ଯାହା ବ୍ଲୁଟୁଥ୍ ଏବଂ ଇଣ୍ଟରନେଟ୍ କନେକ୍ଟିଭିଟି ସହିତ ଆସିବ । ଏଥି ସହ ସେଫ୍ଟି ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ABS ସହିତ ଷ୍ଟିଅରିଂ, ପାୱାର ୱିଣ୍ଡୋ ଏବଂ ଆଣ୍ଟି-ରୋଲ୍ ବାର୍ ଭଳି ଫିଚର୍ସ ମିଳିପାରିବ । ଏହା ବ୍ୟତୀତ, ରିମୋଟ୍ ଫଙ୍କଶ୍ନାଲିଟି ଏବଂ ଡେମୋ ମୋଡ୍ ମଧ୍ୟ ଏଥିରେ ସାମିଲ୍ ହେବାର ସମ୍ଭାବନା ଅଛି । ଏଥି ସହ ଏଥିରେ ମଲ୍ଟି-ଇନଫରମେସନ୍ ଡିସପ୍ଲେ ମଧ୍ୟ ଦିଆଯାଇପାରିବ, ଯାହା ଗାଡ଼ିର ରେଞ୍ଜ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଇନଫରମେସନ୍ ଦେଖାଇବ ।

ବର୍ତ୍ତମାନେ ଆପଣଙ୍କୁ କହିବୁ ଯେ ଏହି କାର କେତେ କିଲେମିଟର ପର୍ଯ୍ୟନ୍ତ ମାଇଲେଜ୍ ପ୍ରଦାନ କରିପାରିବ । ବ୍ୟାଟେରୀ ଏବଂ ରେଞ୍ଜ ଦ୍ରୁଷ୍ଟିରୁ, Tata Nano ଇଲେକ୍ଟ୍ରିକ୍ ଥରେ ଫୁଲ୍ ଚାର୍ଜ ହେଲାପରେ ପ୍ରାୟ ୨୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏଥି ସହ ଏହି ପାୱାରଫୁଲ କାର୍ ସହର ଯାତାୟତ ଏବଂ ଛୋଟ୍ ରୁଟ୍ ପାଇଁ ମଧ୍ୟ ଉପଯୁକ୍ତ ହୋଇପାରିବ । ଏଥି ସହ ଜାଣିବା ଏହାର ପ୍ରାଇସ୍ ବିଷୟରେ ।

ପ୍ରାଇସ୍ ବିଷୟରେ ଅନୁମାନ କରାଯାଉଛି ଯେ Tata Nano ଇଲେକ୍ଟ୍ରିକର ମୂଲ୍ୟ ମାତ୍ର ୫ ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ । ଯାହା ଆପଣଙ୍କ ବଜେଟରେ ଫିଟ୍ ହୋଇପାରିବ । ଏଥି ସହ ଏହି ବଜେଟ୍-ଫ୍ରେଣ୍ଡଲି ରେଞ୍ଜ ଯୋଗୁଁ, ଏହି କାର୍ ସେହି ଗ୍ରାହକମାନଙ୍କ ମଧ୍ୟରେ ବହୁତ ପପୁଲାର୍ ହୋଇପାରିବ, ଯେଉଁମାନେ ଆଫର୍ଡେବଲ୍ ପ୍ରାଇସରେ ଏକ ଇଲେକ୍ଟ୍ରିକ୍ କାର୍ ଖୋଜନ୍ତି । ସେହିମାନଙ୍କ ପାଇଁ ଏହି କାରଟି ବେଷ୍ଟ ଅପ୍ସନ୍ ହୋଇପାରିବ ବୋଲି ଅନୁମାନ କରାଯାଉଛି ।

ଶେଷରେ ଟାଟା ମୋଟର୍ସ ଏପର୍ଯ୍ୟନ୍ତ Tata Nano ଇଲେକ୍ଟ୍ରିକର ଲଞ୍ଚ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା କରିନାହିଁ । ଏଥି ସହ ସୋସିଆଲ୍ ମିଡିଆରେ ଭାଇରାଲ୍ ଗୁଜବ ଆଧାରରେ ଏହି ସୂଚନା ସାମ୍ନାକୁ ଆସିଛି । ଯଦି Tata Nano ଇଲେକ୍ଟ୍ରିକ୍ ଲଞ୍ଚ ହୁଏ, ତେବେ ଏହା ଭାରତୀୟ ଇଲେକ୍ଟ୍ରିକ୍ ଗାଡ଼ି ସେଗମେଣ୍ଟରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବ । କିନ୍ତୁ ବର୍ତ୍ତମାନ ସମସ୍ତେ କମ୍ପାନୀର ଅଫିସିଅଲ୍ କନଫରମେସନକୁ ଅପେକ୍ଷା କରିଛନ୍ତି ।

You Might Also Like

କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ଵ

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

ଦୁଷ୍କର୍ମ ଦୃଶ୍ୟ ସୁଟିଙ୍ଗ ହେବା ସମୟରେ ଥରି ଉଠିଥିଲେ ଦିଆ ମିର୍ଜା

ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ

ମାହାଙ୍ଗା ପଡିଲା ବସ ଦୁର୍ଘଟଣା କରି ଖସିଯିବା

TAGGED:#launched#UTKALA KHABARBusiness newsElectric carTata nano
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?