Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ହାତ, ପ୍ରଥମେ ମହଙ୍ଗା ପରେ ଶସ୍ତା

utkala khabar
Last updated: April 28, 2025 12:27 pm
utkala khabar
Published April 28, 2025
Share
SHARE

ୱାଶିଂଟନ୍ ୨୮/ : ବିଶ୍ବରେ ସୁନା ଦର ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ହଠାତ୍ ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିଲା। ୨୦୧୧ ଅକ୍ଟୋବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟ ଆଉନ୍ସ ପିଛା ପ୍ରାୟ ୧,୭୦୦ ଡଲାର ରହିଥିଲା। ହଠାତ୍‌ ୨୦୨୨ ନଭେମ୍ବରଠାରୁ ପରିସ୍ଥିତି ବଦଳି ଯାଇଥିଲା। ସେହି ମାସରେ ସୁନା ଦର ହଠାତ୍ ବୃଦ୍ଧି ପାଇ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ମୂଲ୍ୟ। ତଥାପି, ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଇଥିଲା। ଏଥିରେ ବଡ଼ କଥା ହେଉଛି ସୁନା ଶସ୍ତା ଏବଂ ମହଙ୍ଗା ହେବା ପଛରେ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କର ନିଷ୍ପତ୍ତି ଏକ ନିଷ୍ପତ୍ତି ମୁଖ୍ୟ କାରଣ।

ଏବେ ପ୍ରଶ୍ନ ଉଠୁଛି, ସୁନା ଦର ହଠାତ୍ ଏତେ ବଢ଼ିଗଲା କିପରି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ ହେଉଛି ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି। ୨୦୨୫ରେ ଟ୍ରମ୍ପ ନୂଆ ଶୁଳ୍କ ନୀତି ଘୋଷଣା କରିବା ପରିସ୍ଥିତିକୁ ଆହୁରି ଗରମ କରିଦେଇଥିଲା। ଟ୍ରମ୍ପ ସମସ୍ତ ଦେଶ ଉପରେ ‘ପାରସ୍ପରିକ ଶୁଳ୍କ’ ଲାଗୁ କରିବାକୁ ଘୋଷଣା କରିଥିଲେ, ଯାହା ବିଶ୍ୱ ବାଣିଜ୍ୟ ଉପରେ ପ୍ରବଳ ଚାପର ଭୟ ସୃଷ୍ଟି କରିଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ଅର୍ଥନୈତିକ ଅନିଶ୍ଚିତତା ସୁନାକୁ ସମର୍ଥନ କରିଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ପ୍ରତ୍ୟେକ ଗତିକୁ କୌଣସି ସ୍ଥାନରେ ବିରାମ ମଧ୍ୟ ମିଳିଥାଏ। ସୁନା ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଏପ୍ରିଲ ୨୨ରେ ସୁନା ୩୫୦୦ ଡଲାରରେ ପହଞ୍ଚିଥିଲା ଏବଂ ତା’ପରେ ହଠାତ୍ ଏଥିରେ ୨୦୦ ଡଲାର ହ୍ରାସ ପାଇଥିଲା। ବର୍ତ୍ତମାନ ଦର ପ୍ରାୟ ପ୍ରତି ଆଉନ୍ସ ୩୩୦୦ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ଏପ୍ରିଲ ୨୨ରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ସ୍ତର ଛୁଇଁଥିଲା, ଯାହା ବର୍ତ୍ତମାନ ୯୫,୩୨୦ ଟଙ୍କାକୁ ହ୍ରାସ ପାଇଛି। ଯଦି ଆର୍ଥିକ ପରିସ୍ଥିତିରେ ଆହୁରି ଉନ୍ନତି ହୁଏ, ତେବେ ନିବେଶକମାନେ ଇକ୍ୱିଟି ଭଳି ବିପଦପୂର୍ଣ୍ଣ କିନ୍ତୁ ଅଧିକ ରିଟର୍ଣ୍ଣ ଦେଉଥିବା ଉପକରଣ ଆଡକୁ ମୁହାଁଇପାରନ୍ତି। ଏହା ସୁନାର ନିରାପଦ ଚାହିଦାକୁ ହ୍ରାସ କରିପାରେ।

You Might Also Like

ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ : ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ

ଚହଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆରଜେ ମହବେଶ

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

ସୁନ୍ଦରଗଡ଼ରେ ବେଆଇନ ଖଣି ଖନନ ଉପରେ ମନ୍ତ୍ରୀଙ୍କ ନେତୃତ୍ୟ

ଓଜନ କମାଇବ କଞ୍ଚା କଦଳୀ, ଏହି ଉପାୟରେ ଖାଆନ୍ତୁ

TAGGED:#donald Trump#UTKALA KHABARBusiness newsUpdate gold price
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?