ଗଞ୍ଜାମ ୨୨/୪ : ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ୨୮ ଶିଶୁ ଉଦ୍ଧାର । ଉଦ୍ଧାର ଶିଶୁଙ୍କ ମଧ୍ୟରୁ ୨୬ ନାବାଳିକା ଓ ୨ ନାବାଳକ ଥିବା ସୂଚନା । ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି । ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏନେଇ ଗଞ୍ଜାମ ପୋଲିସ ତତ୍ପର ଦେଖାଇଛି । ଚଳିତ ମାସ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା ଜିଲ୍ଲା ପୋଲିସ । ପୋଲିସର ଉତ୍ସର୍ଗୀକୃତ ପ୍ରୟାସରେ ରାଜ୍ୟ ଓ ରାଜ୍ୟ ବାହାରୁ ୨୮ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରାଯାଇଛି ।
ଭଞ୍ଜନଗର ଥାନା ସର୍ବାଧିକ ୫ଟି ମାମଲାରେ ୫ଟି ନାବାଳିକା ଉଦ୍ଧାର ହୋଇଛନ୍ତି । ସେହିପରି ଖଲ୍ଲିକୋଟରେ ୨ଟି ମାମଲାରେ ଜଣେ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର । ପୁରୁଷୋତ୍ତମପୁରରେ ୪ଟି ନାବାଳିକା, କବିସୂର୍ଯ୍ୟନଗରରେ ୨ଟି ନାବାଳିକା, ବେଗୁନିଆପଡା ଜଣେ ନାବାଳକ, ଆସିକାରେ ଦୁଇ ନାବାଳିକା, ହିଞ୍ଜିଳିରେ ୨ ନାବାଳିକା, ପାଟପୁରରେ ଜଣେ ନାବାଳିକା, ବଡଗଡରେ ଦୁଇ ନାବାଳିକା, ବେଲଗାଁ ଜଣେ ନାବାଳିକା, ବେଲଗୁଣ୍ଠାରେ ଜଣେ ନାବାଳିକା, ବୁଗୁଡାରେ ୩ଟି ମାମଲାରେ ୪ଟି ନାବାଳିକା ଓ ତାରସିଂ ଥାନା ଅଧୀନରେ ଜଣେ ନାବାଳିକା ଉଦ୍ଧାର ହୋଇଛି ।