Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଧର୍ମ ପରିବର୍ତ୍ତନ କରିବା ପଡିଲା ମହଙ୍ଗା, ମୃତଦେହ ପୋତିବାକୁ ଦେଲେନି ଲୋକେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଅପରାଧ

ଧର୍ମ ପରିବର୍ତ୍ତନ କରିବା ପଡିଲା ମହଙ୍ଗା, ମୃତଦେହ ପୋତିବାକୁ ଦେଲେନି ଲୋକେ

utkala khabar
Last updated: April 17, 2025 3:35 pm
utkala khabar
Published April 17, 2025
Share
SHARE

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତର ମାଲବେଡ଼ା ଗାଁରେ ମୃତଦେହ ପୋତିବାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୋତା ଯାଇଥିବା ଶବ ବାହାର କରିବାକୁ ଗାଁ ଲୋକେ ଅଡ଼ି ବସିଛନ୍ତି । ମାଟି ତଳୁ ମୃତଦେହ ବାହାର କର ନହେଲେ ଗାଁରୁ ବାହାରି ଯାଅ । ଯାହାଫଳରେ ଗାଁରେ ଏକ ପ୍ରକାର ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

ତେବେ ମାଲବେଡ଼ା ଗାଁରେ ରାମଚନ୍ଦ୍ର ଗଣ୍ଡ ଏବଂ ତାଙ୍କ ଭାଇ ଘନଶ୍ୟାମ ଗଣ୍ଡଙ୍କ ଦୁଇ ପରିବାର ନିଜ ପୂର୍ବ ଧର୍ମ ଛାଡ଼ି ବର୍ତ୍ତମାନ ଅନ୍ୟ ଏକ ଧର୍ମ ପରିବର୍ତ୍ତନ କରିଥିଲେ । କିଛି ମାସ ତଳେ ରାମଚନ୍ଦ୍ର ଗଣ୍ଡଙ୍କ ପୁଅ ଶ୍ରବଣ ଗଣ୍ଡ ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇଥିଲେ ସେଠାରେ ରହି ଗୋଟିଏ ବୋରୱେଲ ଖନନ ଗାଡ଼ିରେ କାମ କରୁଥିଲେ । ହେଲେ ସେଠାରେ ଶ୍ରବଣଙ୍କ ମୃତ୍ୟୁ ହୋଇଯାଇଥିଲା ଯେତେବେଳେ ମୃତ ଶରୀର ଗାଁରେ ପହଞ୍ଚିବା ପରେ ଶେଷ କୃତ୍ୟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ପୂର୍ବରୁ ଶ୍ରବଣ ଗଣ୍ଡଙ୍କ ପରିବାର ଧର୍ମ ପରିବର୍ତ୍ତନ କରିଥିବା କାରଣରୁ କେଉଁ ସ୍ଥାନରେ ତାଙ୍କର ଶେଷକୃତ୍ୟ ହେବ ସେଥିପାଇଁ ଗାଁରେ ବୈଠକ ହୋଇଥିଲା । କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ ପରିବାରଲୋକ ତାଙ୍କ ନିଜ ଜମିରେ ମୃତଦେହ ପୋତି ଦେଇଥିଲେ ଯାହାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଥିଲା। ଉତ୍ତେଜନା ମଧ୍ୟରେ ତୁରନ୍ତ ପୋତା ଯାଇଥିବା ସ୍ଥାନରୁ ମୃତଦେହ ବାହାର କରିବାକୁ ଗାଁ ଲୋକେ ଜିଦ୍ କରିଥିଲେ । ଏବଂ ପୋତା ଯାଇଥିବା ଶବକୁ ରାତିରେ ଖୋଲୁ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପରିସ୍ଥିତି ଅଧିକ ବିଗିଡ଼ି କୌଣସି ପ୍ରକାର ହିଂସାର ରୂପ ନେବା ପୂର୍ବରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି । ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ ଶବର, ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ସହ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ଗାଁରେ ମୁତୟନ ହୋଇଛି । ପରିସ୍ଥିତିକୁ ଶାନ୍ତ କରିବାକୁ ପୁଲିସ ଉଦ୍ୟମ କରୁଥିବା ସତ୍ତ୍ବେ ଗାଁରେ ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀ ଅଡ଼ି ବସିଛନ୍ତି ଶବକୁ ଗାଁ ଶ୍ମଶାନରେ ସ୍ଥାନ ଦିଆଯିବ ନାହିଁ । ପରିବାର ଲୋକେ ଯଦି ଶବ ପୋତିବାକୁ ଚାହୁଁଛନ୍ତି ତେବେ ଶବ ପୋତିବା ପାଇଁ ଉଦ୍ଧିଷ୍ଟ ଶ୍ମଶାନକୁ ନେଇ ଶବ ସଂସ୍କାର କରନ୍ତୁ ବୋଲି ଗାଁଲୋକେ କହୁଛନ୍ତି । ଉଭୟ ପକ୍ଷକୁ ନେଇ ପୋଲିସ ଆଲୋଚନା ଜାରି ରଖିଛି ଚବିଶି ଘଣ୍ଟା ବିତିଗଲାଣି କିନ୍ତୁ ସମସ୍ୟାର ହୋଇ ପାରିନାହିଁ । ପୋତା ହୋଇଥିବା ଶବକୁ କବରରେ ଅଧା ପୋତା ଅବସ୍ଥାରେ ଅଛି ।

You Might Also Like

ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଲା

ତମ୍ବା ପାତ୍ରରେ ପାଣି ପିଇଲେ ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭ ନା କ୍ଷତି ?

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ନବୀନ ଭରିବେ ନାମାଙ୍କନ ପତ୍ର

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

TAGGED:#odisha#UTKALA KHABARPatanagarh
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?