ବଲାଙ୍ଗିର ୦୮/୫ : ବଲାଙ୍ଗିରରେ ଆତଙ୍କ ସୃଷ୍ଟି କଲେ ମୁଖାପିନ୍ଧା ଦୁର୍ବୃତ୍ତ । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା । ହାତରେ ଖଣ୍ଡା ଧରି ଯୁବକଙ୍କୁ ରାସ୍ତାରେ ଗୋଡାଇଲେ ଦୁର୍ବୃତ୍ତ । ଯୁବକ ଜଣକ ପ୍ରାଣ ବିକଳରେ ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଭୟରେ ଦୋକାନ ଭିତରକୁ ପଶିଯାଇଥିଲେ । ଆକ୍ରମଣରୁ ବର୍ତ୍ତି ଯାଇଥିବା ଯୁବକ ଜଣକ ସୋନୁ ପଟ୍ଟନାୟକ । ପ୍ରାୟ ୮ଜଣ ମୁଖାଧାରୀ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରାଯାଥିବା ପୋଲିସ ସନ୍ଦେହ କରୁଛି ।ଅନ୍ୟପଟେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଯୁବକକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ବଲାଙ୍ଗିର ଟାଉନ୍ ପୋଲିସ । ଆକ୍ରମଣର ଶିକାର ଯୁବକ ସୋନୁ ନାଁରେ ବି ଥାନାରେ ଅନେକ ଅପରାଧିକ ମାମଲା ରହିଛି ।