Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏପ୍ରିଲ ୨୧ ତାରିଖ ସୋମବାର, କେମିତି କଟିବ ଆଜିର ଦିନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଏପ୍ରିଲ ୨୧ ତାରିଖ ସୋମବାର, କେମିତି କଟିବ ଆଜିର ଦିନ

utkala khabar
Last updated: April 21, 2025 11:13 am
utkala khabar
Published April 21, 2025
Share
SHARE

ବିଛା– ବିଶେଷ ଭାବେ ଭ୍ରମଣର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ନୂଆ ଯୋଜନା ମନକୁ ଆସିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ନିବେଶ ପାଇଁ ମଧ୍ୟ ଦିନଟି ଅନୁକୂଳ ରହିଛି।

ଧନୁ– ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ। ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

ମକର– ରାଶି ପାଇଁ ଶ୍ରୀ ଚନ୍ଦ୍ର। କର୍ମ କ୍ଷେତ୍ରରେ ଉନ୍ନତି ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ– ଦିନଟିରେ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ। ମନୋବଳ ଦୃଢ଼ ରହିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ ।

ମୀନ– ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭର ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମେଷ– ରାଶିକୁ ଦଶମ ଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ। ବ୍ୟବସାୟରେ ଅନେକ ଲାଭର ସୂଚନା ମିଳୁଛି। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।

ବୃଷ– ଦୂର ଯାତ୍ରା କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଅଟକି ଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ– ଦିନଟି ମିଶ୍ର ଫଳ ଦେବ। କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି। ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖା ଦେଇପାରେ।

କର୍କଟ– କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ । ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ।

ସିଂହ– ଦିନଟି ମଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ। ରାଜନୀତିରେ ଆଜି ସଫଳତା ପ୍ରାପ୍ତ ହେବ। ବ୍ୟବସାୟରେ ଏତେ ଭଲ ଫଳ ମିଳିବ ନାହିଁ । ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ।

କନ୍ୟା– ଚାକିରିରେ ଉନ୍ନତି ଯୋଗ ଅଛି। ଅଧାରୁ ଅଟକିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ। ରୋଜଗାର କରୁନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।

ତୁଳା– ଦିନଟି ମିଶ୍ର ଫଳ ପ୍ରଦାନ କରିବ। ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଖର୍ଚ୍ଚର ପରିମାଣ ଅଧିକ ରହିଛି। ଭୂମି, ଗୃହ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ। ଅଟକିଥିବା ଧନ ଅକସ୍ମାତ ପ୍ରାପ୍ତି ହେବାର ଯୋଗ ରହିଛି।

You Might Also Like

ଆମ ବସରେ ଯାଉଥିଲେ ସାବଧାନ, ଲୁଟ ବେଳେ ୭ ଲୁଟେରାଙ୍କୁ କାବୁ କଲେ ବସ କର୍ମଚାରୀ

ଉର୍ବଶୀ ରାଉତେଲାଙ୍କ ବୟାନ ଦ୍ୱାରା ଧାର୍ମିକ ଭାବନାକୁ ଆଘାତ

ଏପ୍ରିଲ ୧୫ ତାରିଖ ମଙ୍ଗଳବାର ; ଜାଣନ୍ତୁ କେମିତି ରହିବ ଆଜିର ଦିନ

ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

TAGGED:#horoscope2025#rashifal#UTKALA KHABAR
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?