Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏପ୍ରିଲ ୧୯ ତାରିଖ ଶନିବାର ଜାଣନ୍ତୁ କିପରି କଟିବ ଆଜିର ଦିନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଏପ୍ରିଲ ୧୯ ତାରିଖ ଶନିବାର ଜାଣନ୍ତୁ କିପରି କଟିବ ଆଜିର ଦିନ

utkala khabar
Last updated: April 19, 2025 1:02 pm
utkala khabar
Published April 19, 2025
Share
SHARE

ତୁଳା- ତୁଳା ରାଶିକୁ ଘାତ ଚନ୍ଦ୍ର। ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଅପବାଦ ଭୟ ସୃଷ୍ଟି ହେବ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସାମାନ୍ୟ ବିଗିଡ଼ିବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ। କଳହଠାରୁ ଦୂରେଇ ରୁହନ୍ତୁ।

ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖା ଦେବ। ମନରେ ବ୍ୟାକୁଳତା ଦେଖା ଦେବ।

ଧନୁ- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି। ଦିନଟି ଉତ୍ତମ ଫଳ ଦେବ। ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ। ଦମ୍ପତିମାନଙ୍କର ଦୂର ଯାତ୍ରାର ଯୋଗ ରହିଛି। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।

ମକର- ଆୟ ଠାରୁ ବ୍ୟୟ ଅଧିକ ରହିବ। ବନ୍ଧନ ଭୟ ରହିଥିବାରୁ ଦୂର ଯାତ୍ରା ନିଷେଧ। ବିଦ୍ୟାର୍ଥୀମାନେ ବହୁ ପରିଶ୍ରମରେ ଅଳ୍ପ ଲାଭ କରିବେ। ଚାକିରିରେ ବିଳମ୍ବ ଯୋଗ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ। ବନ୍ଧୁଙ୍କ ପାଇଁ ଅଯଥା ଖର୍ଚ୍ଚାନ୍ତ ହେବେ।

କୁମ୍ଭ- ଘାତ ବାର ଓ ଘାତ ଚନ୍ଦ୍ର ରହିଥିବାରୁ ସତର୍କ ହୋଇ ଚଳିବେ। ମିଳୁନଥିବା ଥିବା ଧନ ପାଇ ଖୁସି ହେବେ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ। ନୂତନ ସୁଯୋଗ ପ୍ରାପ୍ତି ହେବ।

ମୀନ- ଦଶମ ଚନ୍ଦ୍ର ହେତୁ ଦିନଟି ବହୁତ ଖୁସି ଖବର ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁଙ୍କ ପରାଜୟ ହେବ। କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ। ବ୍ୟବସାୟ ଖୁବ୍ ଭଲ ହେବ। ଆଶା କରିଥିବା ଜିନିଷ ସହଜରେ ପ୍ରାପ୍ତି ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଖୁବ୍ ଉତ୍ତମ ରହିଛି।

ମେଷ- ରାଶିକୁ ନବମ ଚନ୍ଦ୍ର, ଶରୀର କଷ୍ଟ ହେବ। ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି। ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତ୍ତି ନେବେ। ମନରେ ବିଷାଦ ଭାବ ସହିତ କିଛି ବିପଦର ସୂଚନା ମିଳିପାରେ । ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

ବୃଷ- ରାଶିକୁ ଅଷ୍ଟମ ଚନ୍ଦ୍ର ହୋଇଥିବାରୁ ଦେହ ପୀଡ଼ା ରହିବ। ଆୟ ଠାରୁ ବ୍ୟୟ ବୃଦ୍ଧି ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ପତିପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ। କୌଣସି କାର୍ଯ୍ୟକୁ ନେଇ ମନସ୍ତାପ କରିପାରନ୍ତି। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ।

ମିଥୁନ- ସବୁ କର୍ମରେ ସଂପୂର୍ଣ୍ଣ ଯୋଗଦାନ ଦେବେ। ଅଟକିଥିବା କାର୍ଯ୍ୟର ଅନ୍ତ ଘଟିବ। ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି। ଦମ୍ପତିମାନେ ଖୁସିରେ ଦିନଟି କାଟିବେ। ବିବିଧ ସୁଖ ପ୍ରାପ୍ତିର ଯୋଗ ରହିଛି।

କର୍କଟ- ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ। ସୁଖ ସୌଭାଗ୍ୟ ଲାଭ ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି ।

ସିଂହ- ନକ୍ଷତ୍ର ଓ ତିଥି ଘାତ ରହିଥିବାରୁ ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ। ସନ୍ତାନଙ୍କ ସହ ବିବାଦ ହୋଇପାରେ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ। ଆର୍ଥିକ ଚିନ୍ତା ରହିବ। ଧନ ହlନି ଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ।

କନ୍ୟା- ରାଶିକୁ ଚତୁର୍ଥ ଚନ୍ଦ୍ର କାଳ ହେତୁ ଦିନଟି ବାଦବିବାଦ ଦେଇ ଗତି କରିବ। କର୍ମ କ୍ଷେତ୍ରରେ ମାନହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ। ବନ୍ଧୁ ମିଳନର ଯୋଗ ରହିଛି ଓ ଅର୍ଥ ପ୍ରାପ୍ତି ହୋଇପାରେ ।

 

You Might Also Like

ମେ ୦୧ ତାରିଖ ଗୁରୁବାର, ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଏପ୍ରିଲ ୦୮ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ

ଏପ୍ରିଲ ୨୧ ତାରିଖ ସୋମବାର, କେମିତି କଟିବ ଆଜିର ଦିନ

ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ ରାଶିଫଳରୁ ଜାଣନ୍ତୁ

ଜାଣନ୍ତୁ କେମିତି ରହିବ ଆଜିର ଦିନ

TAGGED:#horoscope#rashifal202519th AprilSaturday
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?