Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ହେଉଛି ଏପ୍ରିଲ ୧୩ ତାରିଖ, କେମିତି କଟିବ ଆପଣଙ୍କ ଦିନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଶିଫଳ

ଆଜି ହେଉଛି ଏପ୍ରିଲ ୧୩ ତାରିଖ, କେମିତି କଟିବ ଆପଣଙ୍କ ଦିନ

utkala khabar
Last updated: April 17, 2025 12:06 pm
utkala khabar
Published April 17, 2025
Share
SHARE

ତୁଳା – କର୍ମ କ୍ଷେତ୍ରରେ ନିଜ ପ୍ରାଧାନ୍ୟ ବୃଦ୍ଧି ପାଇବ । ଇଚ୍ଛା କରିଥିବା ଦ୍ରବ୍ୟକୁ ଲାଭ କରିବେ । ସମ୍ମାନ ପ୍ରାପ୍ତି ହେବ । ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ବିଦ୍ୟାର୍ଥୀ ମାନେ ଦୃଢ଼ ମନା ହେବେ ।

ବିଛା – ଆର୍ଥିକ ସ୍ଥିତିରେ ଅବନତି ଘଟିବ । ଦିନଟି ଏତେ ଉତ୍ତମ ଫଳ   ଦେବ ନାହିଁ ।ଚାଲୁ ଥିବା କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ଛାତ୍ରଛାତ୍ରୀ ମାନେ ନୂତନ ପାଠର ଆରମ୍ଭ କରିବେ । ରାଜନୀତି ରେ ସଫଳତା ପ୍ରାପ୍ତି ହେବ । ଭ୍ରମଣ ଯୋଗୁଁ ଦ୍ୱିଧା ଅନୁଭବ କରିବେ ।

ଧନୁ – ପ୍ରତାରଣା ର ଶିକାର ହୋଇ ପାରନ୍ତି । ଆର୍ଥିକ ବ୍ୟୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଶରୀର ପୀଡ଼ା ପରି ସମସ୍ୟା ଆପଣଙ୍କୁ ଦେଖା ଦେବ ।ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ ।

ମକର – ଗୃହରେ କିଛି ଶୁଭ କାର୍ଯ୍ୟ ର ଆରମ୍ଭ ହେବ । ସମସ୍ତ କାର୍ଯ୍ୟ ସଫଳତା ର ସହ ସଂପୂର୍ଣ୍ଣ ହେବ।   ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ । ଆଜି ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ଆର୍ଥିକ ବିକାଶ ମଧ୍ୟ ହେବ ।

କୁମ୍ଭ –   ନିଜ କର୍ମର ଫଳ ନିଶ୍ଚିତ ପ୍ରାପ୍ତ କରିବେ।  ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଭ୍ରମଣର ଯୋଗ ରହିଛି ଦମ୍ପତି ଙ୍କ ପାଇଁ ଦିନ ଟି ବହୁତ ଶୁଭ  ରହିଛି । ଛାତ୍ର ଛାତ୍ରୀ ଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି କରିବେ ।

ମୀନ – ମନରେ ବିଷାଦର ଭାବ ସୃଷ୍ଟି ହେବ । ପରୋପକାର କରି ନିଜେ ଅସୁବିଧା ରେ ପଡ଼ି ପାରନ୍ତି ।ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ । ମନରେ ସାଧାରଣ ଅଶାନ୍ତି ଭାବ ଦେଖା ଦେବ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଗୃହ ରେ ଧାର୍ମିକ କାର୍ଯ୍ୟ ହୋଇ ପାରେ ।

ମେଷ – ଘାତ ଚନ୍ଦ୍ର ରହିଥିବାରୁ ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।  ଅଙ୍ଗରେ ଆଘାତ ଲାଗିପାରେ ।କର୍ମ କ୍ଷେତ୍ର ରେ ସାମାନ୍ୟ ସମସ୍ୟା ଦେଖା ଦେଇ ପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟ ର ବଶବର୍ତ୍ତୀ ହେବେ।  ସ୍ବାସ୍ଥ୍ୟ ରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି ।

ବୃଷ – ମନ ଉତ୍ସାହିତ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ ।   ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।

ମିଥୁନ – ମନା ସାମାନ୍ୟ ଦୁର୍ବଳ ରହିବ । କର୍ମ କ୍ଷେତ୍ର ରେ କିଛି ସମସ୍ୟା ଦେଖା ଦେଇ ପାରେ । ହେଲେ ମଧ୍ୟ ଦିନଟିରେ  ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ ।ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।

କର୍କଟ – ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

ସିଂହ – କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜି ପାରେ । ଯାନ ବହନରେ ସତର୍କତା ନିହାତି ଆବଶ୍ୟକ । ଅଙ୍ଗରେ ଆଘାତ ଲାଗିବ ଭଳି ସମସ୍ୟା ଦେଖା ଦେବ । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

କନ୍ୟା – ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ନୂଆ ଚାକିରି  ଆପଣଙ୍କୁ ପ୍ରାପ୍ତ ହୋଇ ପାରେ ।

You Might Also Like

ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା, କଟକଣା ଲଗାଇଲେ ରାଜ୍ୟ ସରକାର

ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ନିମନ୍ତ୍ରଣ କରିଛନ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ

ଏପ୍ରିଲ ୧୦ ତାରିଖ ଗୁରୁବାର, ଜାଣନ୍ତୁ କେମିତି ରହିବ ଆଜିର ଦିନ

ଦୁନିଆର ଏମିତି ଏକ ଦେଶ ଅଛି ଯେଉଁଠି ଆଦୌ ଇଣ୍ଟରନେଟ ବ୍ୟବହାର କରିବା ମନା

ଭାରତ ଟେଷ୍ଟ ମାନ୍ୟତାରେ ଚତୁର୍ଥ ସ୍ଥାନକୁ ଖସିଲା

TAGGED:#horoscope#rashifal#UTKALA KHABAR
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?