କୁମ୍ଭ– ସର୍ବକାର୍ଯ୍ୟରେ ସିଦ୍ଧି ଘଟିବ। ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟରେ ବୃଦ୍ଧି ଘଟିପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି।
ମୀନ– ଘାତ ଚନ୍ଦ୍ର ଯୋଗୁ ହଠାତ୍ କ୍ଷତିରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର। ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ। କିଛି କଟୁ କଥା ଶୁଣିପାରନ୍ତି।
ମେଷ– ଟଙ୍କା ସମ୍ବନ୍ଧୀୟ ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ। ପୈତୃକ ସମ୍ପତ୍ତି ସମ୍ବର୍ଦ୍ଧିତ ବିବାଦ ହୋଇପାରେ।
ବୃଷ– ଦଶମ ଚନ୍ଦ୍ର ଯୋଗୁ କର୍ମ ଫଳ ପ୍ରାପ୍ତି ହେବ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ଭ୍ରମଣ ନିଶ୍ଚିନ୍ତ ଶୁଭଦାୟକ ହେବ। ନିଜ କଥା ଉପରେ ସଂଯମତା ରଖନ୍ତୁ।
ମିଥୁନ– ରାଶିର ଘାତ ଚନ୍ଦ୍ର। ଉଧାର ଦିଅନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ। ନୂତନ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୁଜିପାରେ।
କର୍କଟ– ଅଷ୍ଟମ ଚନ୍ଦ୍ର ଯୋଗୁ ଆର୍ଥିକ ବ୍ୟୟ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ। ଶାରୀରିକ ପୀଡ଼ା ଅନୁଭବ କରିବେ।
ସିଂହ– ପରିବାରରେ ସୁଖ ସମ୍ମାନ ଲାଗି ରହିବ। ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ ଓ ମାନସିକ ଖୁସି ମିଳିବ। ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ।
କନ୍ୟା– ହଠାତ୍ ଆର୍ଥିକ ଲାଭ ହୋଇପାରେ। ନିବେଶ ପାଇଁ ଦିନଟି ଉତ୍ତମ ରହିବ। କୌଣସି ପୁରୁଣା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଏକ ବଡ଼ ଅଫର୍ ମିଳିପାରେ। ପରିବାର ସହିତ ସୁଖ ଏବଂ ଶାନ୍ତି ଅନୁଭବ କରିବେ।
ତୁଳା– କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ।
ବିଛା– ଦିନଟି ବ୍ୟସ୍ତତା ଭିତରେ କାଟିବେ। କର୍ମ ଚଞ୍ଚଳ ରହିବେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ।
ଧନୁ– ସର୍ବକାର୍ଯ୍ୟରେ ସିଦ୍ଧି ଘଟିବ। ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ। ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟରେ ବୃଦ୍ଧି ଘଟିପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି।
ମକର– ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ମନ ବ୍ୟାକୁଳିତ ରହିବ। ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ଖର୍ଚ୍ଚର ଭାର ଅଧିକ ହୋଇପାରେ।