Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଶୋଇବା ପୂର୍ବରୁ ଫୋନ୍ ଦେଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଶୋଇବା ପୂର୍ବରୁ ଫୋନ୍ ଦେଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ

utkala khabar
Last updated: April 18, 2025 4:16 pm
utkala khabar
Published April 18, 2025
Share
SHARE

ଶୋଇବା ପୂର୍ବରୁ ଫୋନ ଦେଖିଲେ ରିଲାକ୍ସ ଲାଗେ । କିନ୍ତୁ ଏହା ଆମ ଶରୀର ଏବଂ ମସ୍ତିଷ୍କ ଉପରେ ଅନେକ ପରିମାଣରେ ଖରାପ ପ୍ରଭାବ ପକାଇଥାଏ ଯାହା ଆମେ କେବେ ଚିନ୍ତା ବି କରିପାରିନଥାଉ ।   ଆପଣ କ’ଣ ଏମିତି ମୋବାଇଲ ଦେଖିବାରେ ଅଭ୍ୟସ୍ତ ହୋଇଗଲେଣି କି ? ତେବେ ଏହାର କୁପ୍ରଭାବ ସମ୍ପର୍କରେ ଆସନ୍ତୁ ଜାଣିବା ।

ଫୋନରୁ ବାହାରୁଥିବା ବ୍ଲୁ ଲାଇଟ ଆମ ମୁଣ୍ଡରେ ମେଲାଟୋନିନ ନାମକ ଶକ୍ତିର ପ୍ରଭାବ ଯୋଗୁଁ ନିଦଠାରୁ ଦୂରେଇଦେଇଥାଏ । ଯାହା ଦ୍ବାରା ଶୋଇବାର ସମୟକୁ ଲୋକେ ଜାଣିପାରିନଥାନ୍ତି । ଆମେ ସାଧାରଣତଃ ଭାବୁ କି ରିଲ୍ସ, ଚାଟ୍ କରିଲେ ମାଇଣ୍ଡଫ୍ରେସ୍ ହୋଇଥାଏ କିନ୍ତୁ ନା ଓଲଟା ଅଧିକ ଆକ୍ଟିଭ୍ କରିଦେଇଥାଏ ଯାହାଫଳରେ ଆମ ଶୋଇବାରେ ଡେରି ହୋଇଯାଏ । ଡେରିରେ ନିଦ ହେବା ଏବଂ ବାରମ୍ବାର ନିଦ ଭାଙ୍ଗିବା ଅତ୍ୟଧିକ ମୋବାଇଲ ଚଲାଇବାରୁ ଏଭଳି ସମସ୍ୟା ଦେଖାଦେଇଥାଏ । ଏତିକି ନୁହେଁ ଶୋଇବା ପୂର୍ବରୁ ଫୋନ ଦେଖିବା ଦ୍ବାରା ସୋସିଆଲ ମିଡିଆ ବା କାମ ସମ୍ବନ୍ଧୀୟ ଆମ ଚିନ୍ତାକୁ ବଢାଇ ନିଦକୁ ଖରାପ କରିଥାଏ । ଏହା ଅଭ୍ୟସ୍ତ ହୋଇଯିବା ପରେ ଆଉ ନିଦ ଆସିନଥାଏ ଯାହାକୁ କି ଇନସୋମ୍ନିୟା ଅର୍ଥାତ୍ ଅନିଦ୍ରା କୁହାଯାଇଥାଏ ।

ଇନସୋମ୍ନିୟା ବା ଅନିଦ୍ରାର ଲକ୍ଷଣ :

ରାତିରେ ବାରମ୍ବାର ନିଦ ଭାଙ୍ଗିବା ।

ନିଦ ପୁରା ନହେବା ।

ସକାଳୁ ଥକାପଣ ଅନୁଭବ ହେବା ।

ବିରକ୍ତ ଲାଗିବା ।

ଅଭ୍ୟାସରେ କିପରି ଆଣିବେ ପରିବର୍ତ୍ତନ : ଶୋଇବାର ୩୦-୬୦ ମିନିଟ୍ ପର୍ଯ୍ୟନ୍ତ ଫୋନ ଦେଖନ୍ତୁ ନାହିଁ । ଯଦି ଫୋନ ଦେଖିବାକୁ ଚାହାଁନ୍ତି ତେବେ ନାଇଟ ମୋଡ କରି ଫୋନର ବ୍ୟବହାର କରିପାରିବେ । ନିଜ ବେଡରୁମରେ ନୋ ସ୍କ୍ରିନ୍ ଜୋନ୍ ବନାଇବା ଆବଶ୍ୟକ । ଯଦି ଆପଣଙ୍କୁ ଠିକ୍ ସମୟରେ ନିଦ ନଆସୁଛି ତେବେ ବହି ପଢନ୍ତୁ ନଚେତ୍ ମେଡିଟେସନ କରିବା ଉଚିତ୍ । ରିଲାକ୍ସ ପାଇଁ ମ୍ୟୁଜିକ୍ ଶୁଣନ୍ତୁ ।

You Might Also Like

ଗ୍ରୀଷ୍ମ ଋତୁରେ ବହୁତ ଉପଯୋଗୀ ପୁଦିନା ପତ୍ର

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ

ଜାମୁକୋଳି ଖାଇଲେ ଅନେକ ଫାଇଦା ମିଳିଥାଏ

ବାଦାମ୍ ଖାଇବା ଶରୀର ପାଇଁ ହାନିକାରକ ! ଜାଣନ୍ତୁ…

TAGGED:Before sleepingLifestyle newsMobile phone useUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?