ଅନେକ ସମୟରେ କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । ଅଧିକାଂଶ ଲୋକ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । କିନ୍ତୁ, ଏଥିରେ ଅନେକ ପାର୍ଥକ୍ୟ ଅଛି । ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱରେ ବିନ୍ଧା ହେଲେ ଏହାକୁ ମାଇଗ୍ରେନ୍ ଯନ୍ତ୍ରଣା କୁହାଯାଏ । ଯେତେବେଳେ ବି ଅଧକପାଳି ମୁଣ୍ଡବିନ୍ଧା ହୁଏ, ଅବସ୍ଥା ପୁରା ଖରାପ ହୋଇଯାଏ । ମାଇଗ୍ରେନ୍ ଏକ ଗମ୍ଭୀର ରୋଗ, ଯାହା ସହଜରେ ଆରୋଗ୍ୟ ହୁଏ ନାହିଁ ।
ଏହା ଛଡା ଲୋକମାନେ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି । କିନ୍ତୁ ଜାଣିପାରନ୍ତି ନାହିଁ ଯେ ଏହା ଏକ ବଡ଼ ସମସ୍ୟା । ଖାଦ୍ୟ ପ୍ରତି ସଠିକ୍ ଧ୍ୟାନର ଅଭାବ ହେଉଛି ମାଇଗ୍ରେନ୍ ସମସ୍ୟା ପାଇଁ ସବୁଠାରୁ ବଡ କାରଣ । ଏହା ପରେ ମାଇଗ୍ରେନ ସମସ୍ୟା ଆରମ୍ଭ ହୋଇଥାଏ । ମାଇଗ୍ରେନ ଯନ୍ତ୍ରଣାକୁ ଏଡାଇବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ନିହାତି ଆବଶ୍ୟକ । ଆହୁରି ମଧ୍ୟ, ଏହା ଜାଣିବା ଉଚିତ ଯେ ଏହାର ଲକ୍ଷଣ ଏବଂ କାରଣଗୁଡ଼ିକ କ’ଣ? ତେବେ ଆସନ୍ତୁ ଜାଣିବା ମୁଖ୍ୟ ଲକ୍ଷଣ, କାରଣ ଏବଂ ଏହି ସମସ୍ୟାରେ କ’ଣ ଖାଇବା ଉଚିତ୍ ନୁହେଁ ।
ମାଇଗ୍ରେନର ଲକ୍ଷଣ : ମାନସିକ ଅଶାନ୍ତି, ହାତ ଏବଂ ପାଦରେ ଝିମଝିମ ହେବା, ବାନ୍ତି ଲାଗିବା ଭଳି ସମସ୍ୟା ଦେଖାଦେଲେ ଆପଣ ନିଶ୍ଚି ହୋଇଯିବେ ଯେ ଏହା ମାଇଗ୍ରେନ୍ । ଏଥି ସହ ଆଲୋକ ଏବଂ ଶବ୍ଦ ପ୍ରତି ମଧ୍ୟ ସମ୍ବେଦନଶୀଳତା ବୃଦ୍ଧି ହେବାରେ ଲାଗେ ।
ଥଣ୍ଡା ଖାଦ୍ୟ ପଦାର୍ଥ: ଆଇସ୍କ୍ରିମ୍ ଏବଂ ଅନ୍ୟାନ୍ୟ ଥଣ୍ଡା ଖାଦ୍ୟ ଖାଇବା ଦ୍ୱାରା ମାଇଗ୍ରେନ୍ ଯନ୍ତ୍ରଣା ହୋଇପାରେ । ଯଦି ଆପଣ ବ୍ୟାୟାମ ପରେ କିମ୍ବା କୌଣସି ଗରମ ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡା ଜିନିଷ ଖାଆନ୍ତି, ତେବେ ମାଇଗ୍ରେନ୍ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ ।
ଚକଲେଟ୍ : ଚକଲେଟର ସେବନ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ମାଇଗ୍ରେନ୍ ସମୟରେ ମିଠାର ସେବନ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଯଦି ଆପଣଙ୍କୁ ମାଇଗ୍ରେନ ସମସ୍ୟା ଅଛି, ଚକଲେଟର ସେବନ କରିବା ବନ୍ଦ କରନ୍ତୁ ।
ଅଧିକ ଲୁଣ ସେବନ : ଅଧିକ ଲୁଣ କିମ୍ବା ଲୁଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟା ବଢିପାରେ । ଏହି ସମୟରେ, ଅଚାର ଏବଂ ରାଗ ଜିନିଷ ଖାଇବା ଦ୍ୱାରା ମଧ୍ୟ ମାଇଗ୍ରେନ୍ ଯନ୍ତ୍ରଣା ଦେଇଥାଏ। ଏହା ବ୍ୟତୀତ ପିଜା ପରି ଫାଷ୍ଟଫୁଡ୍ ମଧ୍ୟ ମାଇଗ୍ରେନ୍ ପାଇଁ କ୍ଷତିକାରକ ହୋଇଥାଏ।
ପ୍ରିଜରଭ ମିଟ୍ : ପ୍ରୋସେସଡ ମିଟରେ ସୋଡିୟମ୍ ନାଇଟ୍ରେଟ୍ ନାମକ ପ୍ରିଜରଭେଟିଭ୍ ଥାଏ । ଯାହା ମାଇଗ୍ରେନ୍ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଏବଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ ।
କୈଫିନ୍ : କୈଫିନ୍ ମସ୍ତିଷ୍କର ରିସେପ୍ଟର୍ସକୁ ପ୍ରଭାବିତ କରିିଥାଏ ଓ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ଏହା ବଦଳରେ ଆପଣ ସୁସ୍ଥ ପାନୀୟ ପଦାର୍ଥର ସେବନ କରନ୍ତୁ ।