Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରା ଦିନେ ଘିମିରି ସମସ୍ୟାରୁ କିପରି ମୁକ୍ତି ପାଇବେ ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରା ଦିନେ ଘିମିରି ସମସ୍ୟାରୁ କିପରି ମୁକ୍ତି ପାଇବେ ଜାଣନ୍ତୁ

utkala khabar
Last updated: May 9, 2025 12:08 pm
utkala khabar
Published May 9, 2025
Share
SHARE

ଗରମ ଦିନେ ଅଧିକ ଝାଳ ବୋହିଥାଏ। ଏହି କାରଣରୁ ତ୍ବଚାରେ ଘିମିରି ସମସ୍ୟା ଦେଖାଯାଇଥାଏ। ଘିମିରି ହେବା କାରଣରୁ ତ୍ବଚାରେ ନାଲି ଦାଗ ହେବା, ତ୍ବଚା କୁଣ୍ଡେଇ ହେବା ଭଳି ଯନ୍ତ୍ରଣା ଦେଖାଯାଇଥାଏ। ପ୍ରାୟତଃ ଘିମିରି ପିଠି, ପେଟ ଏବଂ ପାଦରେ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇା ପାଇଁ ଲୋକମାନେ ସ୍କିନ ପ୍ରଡକ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହାକୁ ବ୍ୟବହାର କରିବା ପରେ ଏହି ସମସ୍ୟା କମ ହେବା ଫଳରେ ଅଧିକ ହୋଇଯାଇଥାଏ। ଏଥିରେ ଆପଣ କିଛି ଘରୋଇ ଉପଚାର ସାହାଯ୍ୟରେ ଏହି ସମସ୍ୟା କମ କରିପାରିବେ।

ଆଳୁ ରସରେ ଗୋଲାପ ଜଳ ମିଶାଇ ଘିମିରି ହୋଇଥିବା ଯାଗାରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରିବା ଦ୍ବାରା ଘିମିରି ସମସ୍ୟା ଦୂର ହୋଇଥାଏ।ଏକ ପାତ୍ରରେ ୧ଚାମଚ ଚନ୍ଦନ ପାଉଡର ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପ୍ରଭାବିତ ଯାଗାରେ ଲଗାଇ ୨୦-୨୫ ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରନ୍ତୁ।

ବେକିଂ ସୋଡାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରିବା ପରେ ଘିମିରି ହୋଇଥିବା ଯାଗାରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଚାରି ଥର ବ୍ୟବହାର କରିପାରିବେ।ଏକ ପାତ୍ରରେ ୩ ରୁ ୪ ଚାମଚ ମୁଲତାନ ମାଟି ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।ଏହା ବ୍ୟତୀତ ନିମ୍ବ ପତ୍ରକୁ ମଧ୍ୟ ଭାବେ ପେଷ୍ଟ କରି ଘିମିରି ହୋଇଥିବା ଯାଗାରେ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟା ସପ୍ତାହରେ ୫ ଥର ବ୍ୟବହାର କରିବା ଦ୍ଵାରା ଏହି ସବୁ ସମସ୍ୟା ଦୂର ହୋଇଥାଏ।

 

 

 

You Might Also Like

ଭାରତ-ପାକିସ୍ତାନ ବିବାଦ ପରେ ୯୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

କିଟରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଆଳୁକୁ ମୁଁହରେ ବ୍ୟବହାର କରନ୍ତୁ, ଆଉ ଦରକାର ପଡ଼ିବନି ସାବୁନ୍‌

ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି

TAGGED:#UTKALA KHABARHeat treatmentHome remidiesLifestyle newsPrickly
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?