Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

utkala khabar
Last updated: May 12, 2025 12:08 pm
utkala khabar
Published May 12, 2025
Share
SHARE

ଗ୍ରୀଷ୍ମ ଋତୁରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ଲୋକମାନେ ମଧ୍ୟ ଚିନ୍ତାରେ ପଡିଲେଣି, ଯେ କିପରି ଖରା ଗରମରୁ ରକ୍ଷା ପାଇବେ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖରାଦିନରେ ସାଧାରଣ ଭାବରେ ପେଟ ଗରମ ହୋଇଯାଏ । ଏଥି ସହ ପେଟ ସମସ୍ୟା ମଧ୍ୟ ଅଧୀକାଂଶ ସମୟରେ ଦେଖାଦିଏ । ଯଦି ଆପଣଙ୍କର ଏହି ସବୁ ସମସ୍ୟା ହେଉଛି, ତେବେ ଆପଣଙ୍କର ଏହି ଟେନସନକୁ ଆମେ ସମ୍ପୂର୍ଣ୍ଣ ଦୂର କରିବୁ । ଖରାରେ ଶରୀରରେ ପାଣିର ଅଭାବ ଦେଖାଯାଏ । ଶରୀର ଜଳୀୟ ଅଂଶ କମିଯିବା ମାତ୍ରେ ଶକ୍ତି ହ୍ରାସ ପାଇବାକୁ ଲାଗେ । ସାଧାରଣ ପାଣି ବଦଳରେ, ଗ୍ଲୁକୋଜ୍ ପାଣି, ନଡ଼ିଆ ପାଣି ଏବଂ ତାଜା ଫଳ ରସ ପିଅନ୍ତୁ । ଏହା ଶରୀରକୁ ଶକ୍ତି ଯୋଗାଇବ ଏବଂ ଜଳ ଅଭାବକୁ ମଧ୍ୟ ପୂରଣ କରିବ। ଆପଣ ଚାହିଁଲେ, ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ସରବତ୍ ତିଆରି କରି ପିଇପାରିବେ ।

ଗ୍ରୀଷ୍ମ ଋତୁରେ ଅଞ୍ଜିର ରସ ସ୍ବାସ୍ଥ୍ୟ ପାଇଁ ବେସ୍ ଉପଯୋଗୀ ବୋଲି କୁହାଯାଏ । ଅଞ୍ଜିର ଏକ ଶୁଖିଲା ଫଳ, କିନ୍ତୁ ଏହାକୁ ଫଳ ଭାବରେ କଞ୍ଚା ମଧ୍ୟ ଖିଆଯାଏ । ତେଣୁ ଆପଣ ଘରେ ଅଞ୍ଜୀର ଜୁସ୍ ତିଆରି କରି ପିଇପାରିବେ । ଏହା ଶରୀରକୁ ଅନେକ ଲାଭ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜୁସର ଅନେକ ଲାଭ ବିଷୟରେ ।

ଶରୀର ରହିବ ଥଣ୍ଡା 
ଗ୍ରୀଷ୍ମଋତୁରେ ଅଧିକ ଗରମ ହୋଇଥାଏ । ଯାହା ଯୋଗୁଁ ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଏପରି ପରିସ୍ଥିତିରେ କିଛି ଲୋକଙ୍କର ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଅଞ୍ଜିର ଜୁସ୍ ପିଅନ୍ତୁ । ଯାହା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହେବ ଏବଂ ଆପଣଙ୍କୁ ରିଲାକ୍ସ ମଧ୍ୟ ଲାଗିବ ।

ତୁରନ୍ତ ମିଳିବ ଏନର୍ଜି 
ଅଞ୍ଜିର ଜୁସ୍ କେବଳ ପେଟ ଥଣ୍ଡା ରଖେନାହିଁ ବରଂ ଏହାକୁ ପିଇଲେ ଆପଣଙ୍କୁ ହାଇ ଲେଭଲ ଏନର୍ଜି ମଧ୍ୟ ମିଳିପାରିବ । ଏଥି ସହ ଆପଣ ନିଜକୁ ସତେଜ ଅନୁଭବ କରିପାରିବେ । ଅଞ୍ଜିର ସୁଗାରରେ ପରିପୂର୍ଣ୍ଣ ଯାହା ଶରୀରକୁ ତୁରନ୍ତ ଏନର୍ଜି ମିଳିଥାଏ ଏବଂ କମଜୋର କିମ୍ବା ଥକ୍କାପଣ ଲାଗି ନଥାଏ । ଏଥି ସହ ଜାଣିରଖନ୍ତୁ ଯେ ଅଞ୍ଜିର ଜୁସ୍ ଶରୀର ପାଇଁ ବେସ୍ ଲାଭଦାୟକ ପ୍ରମାଣିତ ହୋଇଥାଏ ।

ସ୍କିନ୍ ପାଇଁ ଲାଭଦାୟକ 
ଏହି ଜୁସ୍ ଖାଲି ଶରୀର ପାଇଁ ଲାଭଦାୟକ ହୋଇନଥାଏ ବରଂ ସ୍କିନ୍ ପାଇଁ ମଧ୍ୟ ବେସ୍ ଉପକାରୀ ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଅଞ୍ଜିର ଜୁସ୍ ପିଅନ୍ତି, ତେବେ ଆପଣଙ୍କ ସ୍କିନ୍ ପାଇଁ ଲାଭଦାୟକ ହେବ । ଏଥି ସହ ଆପଣଙ୍କ ଫେସରେ ହେଉଥିବା ପିମ୍ପଲ କିମ୍ବା ଡାର୍କ ସ୍ପଟକୁ ମଧ୍ୟ ସମୂର୍ଣ୍ଣ ଭାବରେ ଏଡାଇ ଦେବ ଏବଂ ଆପଣଙ୍କ ଫେସ ଗ୍ଲୋ କରିବାକୁ ଲାଗିବ ।

ହାଡ଼ ମଜବୁତ୍ ହେବ 
ଅଞ୍ଜିର ହାଡ଼ ପାଇଁ ମଧ୍ୟ ଉପଯୋଗୀ ବୋଲି ବିବେଚନା କରାଯାଏ । ଅଞ୍ଜିରରେ କ୍ୟାଲସିୟମ ଏବଂ ଫସଫରସ ଭଳି ପୋଷକ ତତ୍ତ୍ବ ପ୍ରଚୁର ପରିମାଣରେ ମିଳିଥାଏ । ଏଥି ସହ ଅଞ୍ଜିରରେ ଭିଟାମିନ୍ କେ’ ମଧ୍ୟ ଥାଏ । ଏହି ସମସ୍ତ ଜିନିଷ ହାଡ଼ ଏବଂ ଦାନ୍ତ ପାଇଁ ଲାଭଦାୟକ ହେବ । ଅଞ୍ଜିର ଖାଇବା ଦ୍ବାରା ଅଷ୍ଟଓପୋରୋସିସ୍ ହେବାର ଆଶଙ୍କା ହ୍ରାସ ପାଇପାରେ ।

 ରକ୍ତହୀନତା କମ୍ ହେବ 
ଅଞ୍ଜିରକୁ ଆଇରନର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ଅଞ୍ଜିରରେ ଭିଟାମିନ୍ ସି,’ ଭିଟାମିନ୍ ଏ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ପୋଷକ ତତ୍ତ୍ବ ମିଳିଥାଏ । ଯାହା ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ ।

 

You Might Also Like

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଇମେଲରେ ଆସିଲା ହତ୍ୟା ଧମକ

ଆପଣଙ୍କ ଫୋନ୍‌ପେରୁ ପେମେଣ୍ଟ କରିପାରିବେ ଆପଣଙ୍କ ପରିବାର ଲୋକେ

ଆତଙ୍କବାଦୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ୭ଟି ବଡ ପଦକ୍ଷେପ

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ଗ୍ରୀଷ୍ମ ଋତୁରେ ବହୁତ ଉପଯୋଗୀ ପୁଦିନା ପତ୍ର

TAGGED:#odisha#UTKALA KHABARFig juiceLifestyle newsSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?