ବେଳେବେଳେ କୌଣସି କାରଣରୁ ଆମେ ଦୁଃଖୀ, ଉଦାସ ରହିଥାଉ । ଅନେକାଂଶ ସମୟରେ ଦୁଃଖୀ ହେବାର କୌଣସି କାରଣ ହିଁ ନଥାଏ । ଅନେକ ଲୋକ କୁହନ୍ତି ଉଦାସ ହୋଇ ରହିବା ଅଭ୍ୟାସ ଥାଏ । ହେଲେ ଦୁଃଖ ପଛରେ କାରଣ ଲୁଚି ରହିଥାଏ । ବାରମ୍ବାର ଦୁଃଖୀ, ଉଦାସ ରହିବା ଦ୍ଵାରା ଡିପ୍ରେସନର କାରଣ ହୋଇପାରେ । ତେଣୁ ଏଭଳି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଗୁରୁତ୍ବପୂର୍ଣ୍ଣ ।
ଯଦିଓ ପାଣିପାଗ, ପରିବେଶରେ ପରିବର୍ତ୍ତନ, ନିଦରେ କମି, ହର୍ମୋନାଲ ଏବଂ ପରିୟର୍ଡସରେ ପରିବର୍ତ୍ତନ, ଗର୍ଭବତୀ ସମୟରେ ଦୁଃଖୀ, ଉଦାସ ଅନୁଭବ ହେବାରେ ଲାଗିଥାଏ । ଏକ୍ସରସାଇଜ୍, ମେଡିଟେସନ ଏବଂ ବିଶ୍ରାମ କରିବା ଫଳରେ କିଛି ସମୟ ପାଇଁ ଆମକୁ ରିଲାକ୍ସ ଲାଗିବାରେ ସାହାଯ୍ୟ କରିଥାଏ । ଆପଣ ଉଦାସ ଏବଂ ଦୁଃଖୀ ରହୁଛନ୍ତି କି? ତେବେ ଜାଣନ୍ତୁ କେଉଁ କାରଣରୁ ଏପରି ସମସ୍ୟା ଦେଖାଦେଇଥାଏ ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ବ୍ୟାୟୋଲୋଜିକାଲ କାରଣ : ଯଦି ଆପଣ ଉଦାସ ରହୁଛନ୍ତି ତେବେ ଆପଣ ସେରୋଟୋନିନ ଏବଂ ଡୋପାମାଇନ ହରମୋନ ହୋଇଥାଇପାରେ ।ଅକ୍ସିଟୋସିନ, ବେସୋପ୍ରାଟିନ ଏବଂଏଣ୍ଡୋଜେନି, ଓପିଓଇଡ ଭଳି ରାସାୟନିକ ପ୍ରୋଲକ୍ଟିନ ଏବଂ ଟେଷ୍ଟୋଷ୍ଟେରୋନ ଭଳି ହର୍ମୋନ ଥିବା ଫଳରେ ବ୍ୟକ୍ତିଙ୍କ ଉପରେ କାନ୍ଦିବା ଭଳି ପ୍ରଭାବ ପଡିଥାଏ । ପ୍ରଭାବିତ ହେବା ଯୋଗୁଁ ଆପଣ କାହିଁକି ଦୁଃଖୀ ରହୁଛନ୍ତି ତା’ର କାରଣକୁ ସ୍ପଷ୍ଟ କରିଥାଏ ।
ହର୍ମୋନାଲରେ ପରିବର୍ତ୍ତନ : ରିପୋର୍ଟ ଅନୁଯାୟୀ ହରମୋନରେ ପରିବର୍ତ୍ତନ ହେବା ଫଳରେ ମନୋଭାବରେ ପରିବର୍ତ୍ତନ, ଚିଡ଼ିଚିଡ଼ା, ନର୍ଭସନେସ୍, ପ୍ରେସର ଏବଂ ଦୁଃଖ ଉଦାସ ଭଳି ଲକ୍ଷଣଗୁଡ଼ିକୁ ଆପଣଙ୍କୁ ପ୍ରଭାବିତ କରିଥାଏ। ମାସିକ ଋତୁସ୍ରାବ କିମ୍ବା ଗର୍ଭାବସ୍ଥାରେ ହରମୋନ ଅସନ୍ତୁଳନ ହେବା ଦ୍ବାରା ଦୁଃଖ, ଉଦାସକୁ ବଢାଇଦେଇଥାଏ ।
ମାନସିକ ସ୍ଥିତିରେ ପରିବର୍ତ୍ତନ : ବେଳେବେଳେ ଆଘାତ ପାଇବା ଦ୍ବାରା ଆମେ ଦୁଃଖୀ ଉଦାସ ଅନୁଭବ କରିଥାଉ । ଯାହା ଆମକୁ ମାନସିକ ସ୍ତରରେ ସିଧାସଳଖ ପ୍ରଭାବ ପକାଇଥାଏ । ହଠାତ୍ ପୁରୁଣା କଥାକୁ ନେଇ ଆମେ ଦୁଃଖୀ ହେଇଯାଉ । କିନ୍ତୁ ଆମେ ସେସବୁ ଜାଣି ପାରିନଥାଉ ।
ପରିବେଶରେ ପରିବର୍ତ୍ତନ : ଯଦି ଆପଣ ବାରମ୍ବାର ଉଦାସ ରହୁଛନ୍ତି ତେବେ ପରିବେଶ ଉପରେ ଧ୍ୟାନ ଦିଅନ୍ତୁ । ଅନେକ ଗବେଷକ କୁହନ୍ତି ଯେ, ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ସେରୋଟିନିନ୍ ସ୍ତରକୁ ବଜାୟ ରଖିବାରେ ସହାୟକ ହୋଇଥାଏ । ତେଣୁ ଅନ୍ଧାରରେ ରହିବା ଅପେକ୍ଷା ସୂର୍ଯ୍ୟକିରଣରେ ରହିବା ଦ୍ବାରା ଆପଣଙ୍କ ଦୁଃଖକୁ ଦୂର କରି ଖୁସି ପ୍ରଦାନ କରିଥାଏ ।