Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଳୁକୁ ମୁଁହରେ ବ୍ୟବହାର କରନ୍ତୁ, ଆଉ ଦରକାର ପଡ଼ିବନି ସାବୁନ୍‌
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଆଳୁକୁ ମୁଁହରେ ବ୍ୟବହାର କରନ୍ତୁ, ଆଉ ଦରକାର ପଡ଼ିବନି ସାବୁନ୍‌

utkala khabar
Last updated: April 18, 2025 4:25 pm
utkala khabar
Published April 18, 2025
Share
SHARE

ସମସ୍ତଙ୍କ ଘରେ ବ୍ୟବହାର ହେଉଥିବା ଏକ ସାଧାରଣ ପରିବା ହେଉଛି ଆଳୁ। ସବୁ ତରକାରୀ, ଭଜାରେ ଆଳୁ ବ୍ୟବହୃତ ହୋଇଥାଏ। ଆଳୁରେ ଅଧିକ ପରିମାଣରେ ଷ୍ଟାଚ୍‌ ରହିଥାଏ। ଏଥିସହ ଭିଟାମିନ୍‌ ସି, ଭିଟାମିନ୍‌ ବି କମ୍ପ୍ଲେକ୍ସ, ଲୌହ, କ୍ୟାଲସିୟମ୍‌, ମାଙ୍ଗାନିଜ୍‌ ଏବଂ ଫସଫରସ୍‌ ବହୁଳ ମାତ୍ରାରେ ରହିଥାଏ। ତ୍ୱଚାର ଦାଗ ଦୂର କରିବାରେ ମଧ୍ୟ ଆଳୁ ସାହାଯ୍ୟ କରେ। ଆଖିତଳ କଳା ପଡ଼ୁଥିଲେ ଆଳୁ ଘଷିବା ଦ୍ୱାରା କଳାପଣ ଦୂର ହୋଇଥାଏ।

ତେବେ ସାବୁନ୍‌ର କାମ ମଧ୍ୟ ଆଳୁ କରିଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆଳୁକୁ ଠିକ୍‌ ଭାବେ ଉପଯୋଗ କରିପାରିଲେ ଆପଣଙ୍କୁ ଆଉ ସାବୁନ୍‌ ବ୍ୟବହାର କରିବାକୁ ପଡ଼ିବନାହିଁ। ଏଥିପାଇଁ ପ୍ରଥମେ ଆଳୁକୁ ଗୋଲ ଗୋଲ୍‌ କରି କାଟିଦିଅନ୍ତୁ। ଏଥିରେ କିଛି ଲେମ୍ବୁରସ କିମ୍ବା କାକୁଡ଼ି ରସ ମିଶାନ୍ତୁ। ଏବେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦେଇ ଏହି ଆଳୁକୁ ମୁହଁରେ ଧୀରେ ଧୀରେ ଘଷନ୍ତୁ। ତ୍ୱଚାର କଳାପଣ ସହ ଦାଗ ଦୂର କରିବାରେ ଏହା ସହାୟକ ହୋଇଥାଏ।

ସେହିପରି ସନ୍‌ବର୍ଣ୍ଣ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆପଣ ଆଳୁ ବ୍ୟବହାର କରିପାରିବେ। ଆଳୁକୁ ଛୋଟ ଛୋଟ କରି କାଟି ଫ୍ରିଜ୍‌ରେ ରଖିଦିଅନ୍ତୁ। ଘଣ୍ଟାଏ ପରେ ସେହି ଆଳୁକୁ ସନ୍‌ବର୍ଣ୍ଣ ସ୍ଥାନରେ ଲଗାନ୍ତୁ। ବହୁତ ଜଲଦି ସନ୍‌ବର୍ଣ୍ଣ ଦୂର ହେବ।ତ୍ୱଚାକୁ ପରିଷ୍କାର, ସତେଜ ଓ କୋମଳ ରଖିବାରେ ଆଳୁ ସାହାଯ୍ୟ କରେ। ସେହିପରି ଚେହେରାରେ ବହୁପୁରୁଣା ଦାଗ ଥିଲେ ଆଳୁ ପେଷ୍ଟରେ ମୁଲତାନୀ ମାଟି ମିଶାଇ ଲଗାନ୍ତୁ। ଖୁବ୍‌ଶୀଘ୍ର ଦାଗମୁକ୍ତ ଚେହେରା ପାଇବେ।

You Might Also Like

ସମୁଦ୍ର ମୁହାଁ ହେଲେ କୁନି କୁନି ଅଲିଭ ରିଡଲେ

ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଅନୁଭବ ହେଉଛି କି, କେମିତି କରିବେ ଏହାର ଉପଚାର ?

ସକାଳୁ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ଉଷୁମ ପାଣି, ଦୂର ହୋଇଯିବ ଏହି ସବୁ ସମସ୍ୟା

ଭିଟାମିନ-ଡିରେ ଭରପୂର ମସରୁମ୍, ଜାଣନ୍ତୁ କିପରି ଡାଏଟରେ କରିବେ ସାମିଲ

ଗରମ ଦିନରେ ଶରୀରରେ ଦେଖାଦେଇପାରେ ଏହି ସବୁ ରୋଗ

TAGGED:Beauty tipsLifestyle newsPotato Facialpotato for skinUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?