Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗ୍ରୀଷ୍ମ ଋତୁରେ ବହୁତ ଉପଯୋଗୀ ପୁଦିନା ପତ୍ର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଗ୍ରୀଷ୍ମ ଋତୁରେ ବହୁତ ଉପଯୋଗୀ ପୁଦିନା ପତ୍ର

utkala khabar
Last updated: April 21, 2025 4:37 pm
utkala khabar
Published April 21, 2025
Share
SHARE

ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ତଥା ସତେଜତା ବଜାୟ ରଖିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଥାଉ । ଏହା ମଧ୍ୟରେ ପୁଦିନା ମଧ୍ୟ ସାମିଲ ଅଛି, ଯାହା ଆପଣଙ୍କ ରୋଷେଇ ଘର କିମ୍ବା ବଗିଚାରେ ସହଜରେ ଉପଲବ୍ଧ ହୋଇଯାଏ । ପୁଦିନା କେବଳ ସ୍ୱାଦ ବୃଦ୍ଧି କରୁଥିବା ଏକ ଗଛ ନୁହେଁ ବରଂ ଗ୍ରୀଷ୍ମ ଋତୁରେ ଏହା ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସଦୃଶ ହୋଇଥାଏ । ପୁଦିନା ଏକ ଗ୍ରୀଷ୍ମକାଳୀନ ସୁପରଫୁଡ୍ ଯାହା କେବଳ ଡିହାଇଡ୍ରେସନ୍ ନୁହେଁ ବରଂ ଅନ୍ୟାନ୍ୟ ରୋଗ ସହିତ ଲଢ଼ିବାର ଶକ୍ତି ରଖେ । ଏହାକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟର ଏକ ଅଂଶ କରି ଆପଣ ଗ୍ରୀଷ୍ମ ଋତୁରେ ନିଜକୁ ସୁସ୍ଥ ଏବଂ ଥଣ୍ଡା କରିପାରିବେ । ତେବେ ଆସନ୍ତୁ ଜାଣିବା ପୁଦିନା ଖାଇବାର ଲାଭ…

୧. ଡିହାଇଡ୍ରେସନ୍ ଦୂର ହେବ:

ପୁଦିନା ପାଣି କିମ୍ବା ପୁଦିନା ଚଟଣି ଶରୀରକୁ ଥଣ୍ଡା କରିଥାଏ ଏବଂ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଶରୀରକୁ ହାଇଡ୍ରେଟ୍ ରଖିଥାଏ ।

୨. ପାଚନ ତନ୍ତ୍ରକୁ ସୁସ୍ଥ ରଖେ:

ପୁଦିନାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମେନ୍ଥଲ ରହିଥାଏ ଯାହା ଗ୍ୟାସ, ଏସିଡିଟି ଏବଂ ବଦହଜମୀ ଭଳି ଅନେକ ରୋଗରୁ ମୁକ୍ତି ଦିଏ । ପେଟ ଯନ୍ତ୍ରଣା ପାଇଁ ପୁଦିନା ଚା’ ମଧ୍ୟ ଖୁବ ପ୍ରଭାବଶାଳୀ ହୋଇଥାଏ ।

୩. ଶ୍ୱାସକ୍ରିୟା ସମସ୍ୟାରେ ଆରାମ:

ସାଇନସ୍, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟାରେ ମଧ୍ୟ ପୁଦିନା ଲାଭଦାୟକ । ଏହାର ସୁଗନ୍ଧ ଏବଂ ମେନ୍ଥଲ୍ କଫରୁ ମୁକ୍ତ କରିବାରେ ସାହାଯ୍ୟ କରେ, ଯାହା ଶ୍ୱାସକ୍ରିୟାକୁ ସହଜ କରିଥାଏ । ପୁଦିନା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ଅନେକ ସମସ୍ୟାକୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

୪. ଚର୍ମ ପାଇଁ ମଧ୍ୟ ଲାଭଦାୟକ:

ଗ୍ରୀଷ୍ମ ଋତୁରେ ଚର୍ମରେ ରାସେସ୍, ସନବର୍ଣ୍ଣ କିମ୍ବା ବ୍ରଣ ହେବା ସ୍ୱାଭାବିକ । ଏଥିରୁ ରକ୍ଷା ପାଇବା ପାଇଁ ପୁଦିନା ବହୁତ ଉପଯୋଗୀ ହୋଇଥାଏ । ପୁଦିନା ପେଷ୍ଟ ଲଗାଇବା ଦ୍ୱାରା ଚର୍ମ ଥଣ୍ଡା ରହିଥାଏ ଏବଂ ସଂକ୍ରମଣରୁ ମଧ୍ୟ ମୁକ୍ତି ମିଳିଥାଏ ।

୫. ପାଟିର ଦୁର୍ଗନ୍ଧ ଏବଂ ଓରାଲ୍ ହେଲ୍ଥ:

ପୁଦିନା ଏକ ନ୍ୟାଚୁରାଲ୍ ମାଉଥ୍ ଫ୍ରେସନର୍ ଭାବରେ କାମ କରେ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଅଛି ଯାହା ମୁଖର ଜୀବାଣୁକୁ ମାରିଦିଏ ଏବଂ ଶ୍ୱାସକୁ ସତେଜ ରଖେ । ଏହା ପାଟିର ଦୁର୍ଗନ୍ଧ ଦୂର କରେ ଏବଂ ଓରାଲ୍ ହେଲ୍ଥରେ ମଧ୍ୟ ଉନ୍ନତି ଆଣେ

୬. ମୁଡ୍ ବୁଷ୍ଟର୍ ଏବଂ ଷ୍ଟ୍ରେସ ରିଲିଭର୍:

ପୁଦିନାର ବାସ୍ନା ମନକୁ ଥଣ୍ଡା କରିଥାଏ ଏବଂ ଷ୍ଟ୍ରେସ କମ କରିଥାଏ । ଏହା ମୁଡ୍ ବୁଷ୍ଟର୍ ଏବଂ ଷ୍ଟ୍ରେସ ରିଲିଭର୍ ଭାବରେ କାମ କରେ । ଏକ କପ୍ ପୁଦିନା ଚା’ କିମ୍ବା ସରବତ ଆପଣଙ୍କ ସାରା ଦିନର ଥକାପଣ ଦୂର କରିପାରିବ ।

ତେବେ ଆସନ୍ତୁ ଜାଣିବା କିପରି ସେବନ କରିବେ ପୁଦିନା:

ପୁଦିନା ପାଣି କିମ୍ବା ସରବତ ତିଆରି କରି ପିଅନ୍ତୁ । ଦହିରେ ପୁଦିନା ଚଟଣି ମିଶାନ୍ତୁ । ସାଲାଡରେ ପୁଦିନା ପତ୍ର ମିଶେଇପାରିବେ । ପୁଦିନା ଚା’ରୁ ଆପଣଙ୍କ ଦିନର ଆରମ୍ଭ କରନ୍ତୁ । ପୁଦିନା କେବଳ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା’ ନୁହେଁ ଏହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ତେଣୁ ଆପଣ ନିଜ ତ୍ୱଚାରେ ମଧ୍ୟ ପୁଦିନା ପେଷ୍ଟ ଲଗାଇପାରିବେ ଯାହାଦ୍ୱାରା ଆପଣଙ୍କ ଚର୍ମ ଥଣ୍ଡା ରହିଥାଏ ।

You Might Also Like

ଦେଶରେ ୨୭ ଶହ କରୋନା ମାମଲା ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୨

କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ

ବାଦାମ୍ ଖାଇବା ଶରୀର ପାଇଁ ହାନିକାରକ ! ଜାଣନ୍ତୁ…

ସ୍କୁଲ ପରିସରରୁ ୨୦ ଫୁଟିଆ ଅହିରାଜ ଉଦ୍ଧାର

ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ,କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ

TAGGED:#benefits#UTKALA KHABARLifestyle newsMint LeavesSummer season
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?