ରାଜ୍ୟରେ ଦିନକୁ ଦିନ ନିଆଁ ଭଳି ଖରା ହେବାରେ ଲାଗିଛି । ଖରାରୁ ରକ୍ଷା ପାଇବା ପାଇଁ ଅନେକ ଲୋକ କେତେକ ମାଧ୍ୟମକୁ ଆପଣାଉଛନ୍ତି । ଯେମିତି ଅନେକ ଲୋକ ଏସିରେ ରହୁଛନ୍ତି ତ ଆଉ କେହି ଥଣ୍ଡା ପଦାର୍ଥ ଖାଇ ଗରମରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ବର୍ତ୍ତମାନ କିନ୍ତୁ ଏବେ ଗୋଟେ ନୂଆ ଟ୍ରେଣ୍ଡ୍ ଚାଲିଛି । ସେଇଟା ହେଉଛି ସୁଇମିଂ ପୁଲ୍ ।ବିଶେଷ କରି ଖରା ଦିନରେ ପ୍ରତି ଅଞ୍ଚଳର ସୁଇମିଂ ପୁଲରେ ଭିଡ ହେଉଥିବା ଦେଖିବାକୁ ମିଳୁଛି । ଲୋକେ ଭାବନ୍ତି ସୁଇମିଂ ପୁଲ ଯାଇ ଖରା ଦିନର ମଜା ଉଠେଇବେ । କିନ୍ତୁ ଆପଣ ଜାଣନ୍ତି କି କିଛି ମୂହୁର୍ତ୍ତର ଖୁସି ଆପଣଙ୍କର କେଉଁ ସବୁ ସମସ୍ୟା ହୋଇଥାଏ । ପୁଲରେ ଗାଧୋଇବାବେଳେ କେଉଁ ସବୁ ଭୁଲକୁ ଏଡାଇବା ଆବଶ୍ୟକ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
ପୁଲକୁ ଯିବା ପୂର୍ବରୁ ନଗାଧୋଇବା ଉଚିତ
ବହୁତ ଲୋକ ସୁଇମିଂ ପୁଲକୁ ଦେଖିବା ମାତ୍ରେ ଗାଧୋଇବାକୁ ଡେଇଁ ପଡନ୍ତି । ଶରୀରରେ ଲାଗିଥିବା ତେଲ, ଝାଳ ଏବଂ ଧୂଳି ସବୁ ପାଣିରେ ମିଶିଯାଇଥାଏ । ଯାହାଫଳରେ ବ୍ୟାକ୍ଟେରିଆ ଭଳି ଭୟଙ୍କର ଭାଇରସର ସମସ୍ୟା ବଢାଇପାରେ । ତେଣୁ ପୁଲରୁ ଆସିବା ମାତ୍ରେ ପ୍ରଥମେ ସାବୁନ ଲଗାଇ ଗାଧୋଇବା ନିହାତି ଆବଶ୍ୟକ ।
ଇନଫେକ୍ସନ ସମୟରେ ଯିବା ଉଚିତ ନୁହେଁ
ଯଦି ଆପଣଙ୍କର କୌଣସି ସ୍କିନ୍ ସମସ୍ୟା ଅନୁଭବ କରୁଛନ୍ତି ତେବେ ସେହି ସ୍ଥାନଠାରୁ ଦୂରରେ ରୁହନ୍ତୁ । ନଚେତ୍ ଇନଫେକ୍ସନର ସଂକ୍ରମଣ ବଢିବାର ଆଶଙ୍କା ଥାଏ । ଯଦି ସେଭଳି କିଛି ଲୋକଙ୍କୁ ଦେଖୁଛନ୍ତି ତେବେ ସେହି ସ୍ଥାନରେ ଆଦୌ ଗାଧାନ୍ତୁନାହିଁ । ଗାଧୋଇବା ଦ୍ଵାରା ଭଲ ଲୋକଙ୍କୁ ମଧ୍ୟ ସଂକ୍ରମଣ ବ୍ୟାପିବାର ବିପଦ ଦେଖାଦେଇପାରେ ।
ନାକ, କାନ ଏବଂ ଆଖିର ସୁରକ୍ଷା
ଯେତେବେଳେ ପୁଲରେ ଗାଧୋଇବାକୁ ଯାଉଛନ୍ତି ସେତେବେଳେ ଆଖି,କାନ, ନାକର ସୁରକ୍ଷା ସମ୍ପର୍କରେ ଧ୍ୟାନ ଦିଅନ୍ତୁ । ଗାଧୋଇବାବେଳେ ଏହି ସବୁ ଇନ୍ଦ୍ରିୟର ସୁରକ୍ଷା ନିମନ୍ତେ ଗଗଲ୍ସ , କ୍ଲିପ୍ସ, ଇୟରପ୍ଲଗ୍ସ ପିନ୍ଧିବା ଦ୍ଵାରା ଇନଫେକ୍ସନରୁ ରକ୍ଷା ପାଇପାରିବେ ।
ମଇଳା ପୋଷାକ ବ୍ୟବହାର କରିବା
ଗାଧୋଇବା ପରେ କିଛି ଲୋକ ପୁଣି ସେହି ପୁରୁଣା ମଇଳା ପୋଷାକ ପିନ୍ଧିଦେଇଥାନ୍ତି । ତେଣୁ ସଫା ସୁତୁରା ହୋଇ ଗାଧୋଇ ସାରିବା ପରେ ସଫା ପୋଷାକ ପିନ୍ଧିବା ଜରୁରୀ । ମଇଳା ପୋଷାକ ପିନ୍ଧିବା ଫଳରେ ସଂକ୍ରମଣ ବ୍ୟାପିଥାଏ । ସବୁବେଳେ ସଫା ଟାୱେଲ ଏବଂ ପୋଷାକ ପିନ୍ଧିଲେ ସଂକ୍ରମଣରୁ ରକ୍ଷା ମିଳିଥାଏ ।
ବହୁତ ସମୟ ଓଦା କପଡାରେ ରହିବା
ସୁଇମିଂ କରି ସାରିବା ପରେ ଯଦି ଅଧିକ ସମୟ ଧରି ଓଦା ପୋଷାକରେ ରହୁଛନ୍ତି ତେବେ ଫଙ୍ଗଲ ଇନଫେକ୍ସନର ଆଶଙ୍କାକୁ ବଢାଇଦେଇଥାଏ । ଯାହା ବିଶେଷ କରି ସ୍କିନ୍ ଏବଂ ପ୍ରାଇଭେଟ୍ ପାଟ୍ସକୁ ପ୍ରଭାବିତ କରିଥାଏ ।ଏହି ସବୁ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ । ପିଲାଙ୍କୁ ସେଭଳି ସ୍ଥାନରୁ ଦୂରରେ ରଖନ୍ତୁ । ଗାଧୋଇବା ପୂର୍ବରୁ ପ୍ରଥମେ ପାଣିର ପରିଷ୍କାରତାକୁ ଚେକ୍ କରନ୍ତୁ । ଯଦି ପୁଲରୁ ଅତ୍ୟଧିକ କ୍ଲୋରିନର ଗନ୍ଧ ଆସେ ତେବେ ସେଠାରେ ଗାଧୋଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଯଦି କୁଣ୍ଡାଇ ହେବା ଏବଂ ଜଳାପୋଡା ଭଳି କିଛି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।