Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେମିତି ଜାଣିବେ ତରଭୁଜ ଅସଲି କି ନକଲି ?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

କେମିତି ଜାଣିବେ ତରଭୁଜ ଅସଲି କି ନକଲି ?

utkala khabar
Last updated: May 28, 2025 5:29 pm
utkala khabar
Published May 28, 2025
Share
SHARE

ବିଭିନ୍ନ ପ୍ରକାର ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରଖିବା ସହ ଶକ୍ତି ମଧ୍ୟ ଯୋଗାଇଥାଏ । ବିଶେଷ କରି ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ବଜାରରେ ଉପଲବ୍ଧ ହୋଇଥାଏ । ବର୍ତ୍ତମାନ ଅସହ୍ୟ ଗରମ ଅନୁଭୂତ ହେଲାଣି । ଖରାଦିନେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ।

ତରଭୁଜରେ ପ୍ରାୟ ୯୨% ଜଳ ରହିଥାଏ । ଯାହା ଶରୀରରେ ଜଳର ଅଭାବକୁ ଦୂର କରିଥାଏ। ଖରାଦିନେ ଜଳୀୟଅଂଶର ଅଭାବକୁ ଏହା ପୂରଣ କରିଥାଏ।

ଏଥିରେ ଫାଇବର ଭରପୁର ମାତ୍ରାରେ ଥିବାରୁ ପେଟ ପାଇଁ ମଧ୍ୟ ଖୁବ୍‌ ଉପକାରୀ ।ତରଭୁଜ କାଟିବା ପରେ ଏଥିରେ ସୂତା ଧଳା କପଡା ଗୁଡାଇ ଦିଅନ୍ତୁ । ଯଦି କପଡାରେ ଲାଲ ରଙ୍ଗ ଲାଗିଥାଏ ।

ତେବେ ଜାଣିବେ ଏଥିରେ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଛି ।ଶୀଘ୍ର ତରଭୁଜକୁ ପଚାଇବା ପାଇଁ କାର୍ବାଇଟ୍‌ର ବ୍ୟବହାର କରାଯାଏ ।

ଏହାସହ ଏକ ପ୍ରକାର ଧଳା ରାସାୟନିକ ଗୁଣ୍ଡ ମଧ୍ୟ ବ୍ୟବହାର କରାଯାଏ । ତେଣୁ ତରଭୁଜ ଉପରେ ଧଳା ରଙ୍ଗର ଗୁଣ୍ଡ ଲାଗିଥିଲେ, ଏହାକୁ କିଣି ଆଣନ୍ତୁ ନାହିଁ ।

ସେହିପରି ତରଭୁଜର ଆକାର ବଡ କରିବା ପାଇଁ ଏକ ପ୍ରକାର କେମିକାଲ୍‌ ବ୍ୟବହାର କରାଯାଏ । ତେଣୁ ଅତି ବଡ ଆକାରର ତରଭୁଜ କିଣନ୍ତୁ ନାହିଁ ।ଏହାସହ ହଳଦିଆ ଦାଗ ଥିବା ତରଭୁଜ କିଣିବା ଉଚିତ୍‌ ।

ତରଭୁଜ କ୍ଷେତରେ ଭୂମି ସହ ଲାଗି ରହିଲେ, ହଳଦିଆ ରଙ୍ଗ ଏଥିରେ ସୃଷ୍ଟି ହୋଇଥାଏ । ଏଥିରେ ରାସାୟନିକ ଦ୍ରବ୍ୟ ବ୍ୟବହାର ହୋଇ ନାହିଁ ।

 

 

 

You Might Also Like

ଦିଲ୍ଲୀଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଆଜି ଖେଳିବ ଲକ୍ଷ୍ନୌ

କରୋନାରେ ଆକ୍ରାନ୍ତ ହେଲେ ଟ୍ରାଭିସ୍ ହେଡ୍

ଫ୍ଲିପକାର୍ଟର ଜବରଦସ୍ତ ସେଲ୍‌ ଶସ୍ତାରେ ମିଳିବ ଏସି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌

ସ୍ନେକ୍ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

ବାଂଲାଦେଶୀଙ୍କ ଲାଗି ମେୟର ସୁଲୋଚନାଙ୍କୁ ତୀବ୍ର ବିରୋଧ

TAGGED:#UTKALA KHABARLifestyle newsWater melon
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?