ଚଣ୍ଡୀଗଡ଼ ୦୯/୫ : ଚଣ୍ଡିଗଡ଼ରେ ପୁଣି ବାଜିଲା ସାଇରନ। ପଞ୍ଜାମ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍। ଚଣ୍ଡିଗଡ଼ରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଘରର ବାଲକୋନୀରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଘରର ଝରକା କବାଟ ବନ୍ଦ ରଖିବାକୁ କୁହାଯାଇଛି । ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା । ସକ୍ରିୟ ହେଲା ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍ କରିଛି ପ୍ରଶାସନ ।
ଅନ୍ୟପଟେ ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ, ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପିଓକେରେ ପଶି ଅପରେସନ କରିଥିଲା ଭାରତୀୟ ସେନା । ଡ୍ରୋନ୍ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ ।
କିନ୍ତୁ ୫୦ରୁ ଅଧିକ ଡ୍ରୋନ୍ ଖସାଇ ଦେଇଥିଲା ଭାରତୀୟ ସେନା । ଏହା ସହିତ ପାକିସ୍ତାନର ୪ଟି ଫାଇଟର୍ ଜେଟ୍କୁ ବି ମାଟି ମିଶାଇ ଦିଆଯାଇଛି । ଜଣେ ପାକିସ୍ତାନ ପାଇଲଟ୍କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଛି ଭାରତୀୟ ସେନା ।