Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଲା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଲା

utkala khabar
Last updated: May 15, 2025 8:20 am
utkala khabar
Published May 15, 2025
Share
SHARE

ଭାରତ ୧୫୪/୫ :ମେ ୧୩ ତାରିଖରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ ଆରମ୍ଭ କରିଥିଲା ଭାରତୀୟ ଜନତା ପାର୍ଟି(ବିଜେପି)। ଏହା  ମେ ୧୩  ତାରିଖରୁ ମେ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ର ସଫଳତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଯିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ଅପରେସନ ସିନ୍ଦୂରରେ ଭାରତ କିପରି ନିଜ ନାଗରିକମାନଙ୍କୁ ସଙ୍କଟରୁ ସୁରକ୍ଷିତ ରଖିଲା ଏବଂ ଜାତୀୟ ସ୍ଵାଭିମାନକୁ ମଜଭୁତ କଲା ସେ ବିଷୟରେ ବିଜେପି ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କୁ ବୁଝାଇବ। ଦଳର ବରିଷ୍ଠ ନେତା ସମ୍ବିତ ପାତ୍ର, ବିନୋଦ ତାବଡେ ଏବଂ ତରୁଣ ଚୁଗଙ୍କୁ ତ୍ରିରଙ୍ଗା ଯାତ୍ରା ପରିଚାଳନା ଦାୟିତ୍ଵ ଦିଆଯାଇଛି।

ଏହାବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତା ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଯାତ୍ରାର ନେତୃତ୍ଵ ନେବେ। ଦଳର ମୁଖପାତ୍ର ସାଂସଦ ସମ୍ବିତ ପାତ୍ର ସୋମବାର ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେବା ସହିତ ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇ ଲଢ଼ିଛି ଏବଂ ସେନାର ସାହସ ଏହି ଅପରେସନକୁ ସଫଳ କରିଛି।

You Might Also Like

ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୪୦ ଡିଗ୍ରୀ ଟପିଲା ପାରଦ

ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ ରାଶିଫଳରୁ ଜାଣନ୍ତୁ

ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ

କଲମା ପଢ଼ି ନପାରିବାରୁ ଶୁଭମଙ୍କୁ ଗୁଳି କରି ମାରିଲେ ଆତଙ୍କବାଦୀ

‘ଫେରି ଯାଇ ମୋଦିଙ୍କୁ କୁହନ୍ତୁ’ ,କାଶ୍ମୀରର ପହଲଗାମରେ ମୃତ ପର୍ଯ୍ୟଟକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

TAGGED:#india#UTKALA KHABARBjp partyHost Tiranga YatraNatioanal NewsNational news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?