Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତେଜିବାରେ ଲାଗିଛି ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ତେଜିବାରେ ଲାଗିଛି ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ

utkala khabar
Last updated: April 22, 2025 11:54 am
utkala khabar
Published April 22, 2025
Share
SHARE

ଆମେରିକା ୨୨/୪ : ତେଜିବାରେ ଲାଗିଛି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ । ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରର ପାଣ୍ଠି ବନ୍ଦ କରିଦେଇଥିଲେ । ହେଲେ ଏବେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ତାର ଉପଯୁକ୍ତ ଜବାବ୍ ଦେଇଛି । ରାଷ୍ଟ୍ରପତି ଟ୍ରମ୍ପ ସରକାର ବିରୋଧରେ ଏକ ମାମଲା ଦାୟର କରିଛନ୍ତି ।

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷଣାକୁ ଟାର୍ଗେଟ କରୁଛି। ଟ୍ରମ୍ପ ପ୍ରଶାସନ ପୂର୍ବରୁ ଅନେକ ପ୍ରତିଷ୍ଠିତ ପ୍ରତିଷ୍ଠାନକୁ ପାଣ୍ଠି ବନ୍ଦ କରିସାରିଛି । ଏବେ ଟ୍ରମ୍ପ ପ୍ରଶାସନ ଏବଂ ହାର୍ଭାର୍ଡ ମଧ୍ୟରେ ମାମଲା ବଢ଼ିଯାଇଛି ।

ସୂଚନା ଥାଉକି, ଟ୍ରମ୍ପ ପ୍ରଶାସନ କଲମ୍ବିଆ ଏବଂ ଅନ୍ୟ କିଛି ପ୍ରତିଷ୍ଠାନକୁ ପାଣ୍ଠି ବନ୍ଦ କରିଦେଇଛି। ଏହାର ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ଶିକ୍ଷାନୁଷ୍ଠାନରେ ପାଲେଷ୍ଟାଇନ ସମର୍ଥକ ପ୍ରଦର୍ଶନକୁ ନିଷିଦ୍ଧ କରି ନଥିଲେ। ଯେଉଁଥିରେ ଅସନ୍ତୁଷ୍ଟ ହୋଇପଡିଥିଲେ ସରକାର।

ଟ୍ରମ୍ପ ପ୍ରଶାସନ କହିଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ କ୍ୟାମ୍ପସରେ ୟେହୂଦୀ ବିରୋଧୀ ମନୋଭାବକୁ ରୋକିବାରେ ବିଫଳ ହୋଇଛନ୍ତି । ଇସ୍ରାଏଲର ଗାଜା ଆକ୍ରମଣ ପରେ ପାଲେଷ୍ଟାଇନକୁ ସମର୍ଥନ କରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରତିବାଦ ଆରମ୍ଭ ହୋଇଥିଲା । ଏହା ପରେ ସରକାର କହିଥିଲେ ଯେ ଇସ୍ରାଏଲକୁ ସମର୍ଥନ କରିବା ଉଚିତ ନୁହେଁ।

ସେପଟେ ହାର୍ଭାର୍ଡ ଅଧ୍ୟକ୍ଷ ଆଲାନ୍ ଗାର୍ବର କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ବିଶ୍ୱବିଦ୍ୟାଳୟର ସ୍ୱାଧୀନତାକୁ ସୁରକ୍ଷା ଦେବାର ଆବଶ୍ୟକତା ଦର୍ଶାଇ ଗାର୍ବର ଗତ ସପ୍ତାହରେ ସରକାରଙ୍କ ଦାବି ପାଳନ କରିବାକୁ ମନା କରି ଦେଇଥିଲେ। ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ ହାର୍ଭାର୍ଡ ଏହାର ପ୍ରବେଶ ଏବଂ ନିଯୁକ୍ତି ପଦ୍ଧତିରେ ପରିବର୍ତ୍ତନ ଆଣୁ । ଏହା ସହିତ, ବିଶ୍ୱବିଦ୍ୟାଳୟ ରାଜନୈତିକ ପ୍ରବୃତ୍ତି ଉପରେ ସରକାରୀ ତଦାରଖ ଗ୍ରହଣ କରିବା ଉଚିତ।

You Might Also Like

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

ଏୟାର କୁଲର ଅଫର, ଏହି କୁଲରଗୁଡିକ ମଧ୍ୟ ଏସିକୁ ଦେବ କଡ଼ା ଟକ୍କର

ଆଜି ହେଉଛି ଏପ୍ରିଲ ୧୩ ତାରିଖ, କେମିତି କଟିବ ଆପଣଙ୍କ ଦିନ

କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା

ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

TAGGED:#donald Trump#UTKALA KHABARAmerica presidentInternational news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?