Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଇସ୍ରାଏଲ ଉପରେ ହମାସର ବଡ଼ ଆଟାକ୍, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ବେଞ୍ଜାମିନ୍ ନେତାନ୍ୟାହୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଇସ୍ରାଏଲ ଉପରେ ହମାସର ବଡ଼ ଆଟାକ୍, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ବେଞ୍ଜାମିନ୍ ନେତାନ୍ୟାହୁ

utkala khabar
Last updated: April 7, 2025 1:03 pm
utkala khabar
Published April 7, 2025
Share
SHARE

ଥମୁନି ଇସ୍ରାଏଲ-ହମାଲ ଓ୍ୱାର । ଗାଜାର ସଶସ୍ତ୍ର ସଂଗଠନ ହମାସ ରବିବାର ରାତିରେ ସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ହମାସ ଦକ୍ଷିଣ ଇସ୍ରାଏଲ ଆଡ଼କୁ ୧୦ଟି ରକେଟ ମାଡ଼ କରିଥିଲା । ଏଥିମଧ୍ୟରୁ ଇସ୍ରାଏଲୀ ସେନା (IDF) କେବଳ ୫ଟି ରକେଟକୁ ନିଷ୍ଟ୍ରିୟ କରିବେର ସକ୍ଷମ ହୋଇଥିଲା । ବାକି ୫ଟି ରକେଟ ଇସ୍ରାଏଲ ଭିତରେ ପଡ଼ିଥିଲା ।

ଫଳରେ ଏହି ରକେଟ ହମଲାରେ ଅନେକ କ୍ଷୟକ୍ଷତି ହୋଇଛି । କହିବାକୁ ଗଲେ ଆସ୍କେଲନ୍ ସହରରେ ଗୋଟିଏ ରକେଟ୍ ପଡ଼ିଥିଲା । ଯେଉଁଠାରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବରଜିଲାଇ ହସ୍ପିଟାଲକୁ ପଠାଯାଇଛି । ଏହି ଆକ୍ରମଣ ପାଇଁ ହମାସ ଦାୟୀ ବୋଲି ଦାବି କରିଛି।

ଅଲ ଜାଜିରା ଅନୁଯାୟୀ, ରାତି ୯ଟା ପରେ ଗାଜାର ଦେଇର ଅଲ-ବାଲାହ ଅଞ୍ଚଳରୁ ଇସ୍ରାଏଲର ଉପକୂଳବର୍ତ୍ତୀ ସହର ଆସ୍କେଲନ୍ ଏବଂ ଆଶଡୋଡ୍ ଉପରେ ରକେଟ ମାଡ଼ କରାଯାଇଥିଲା। ଇସ୍ରାଏଲୀ ସରକାର କହିଛି ଯେ ହମାସକୁ ଏହି ଆକ୍ରମଣର ବଡ଼ ଜବାବ ଦେବାକୁ ପଡିବ । ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇ ଇସ୍ରାଏଲୀ ସେନା (IDF)କୁ ହମାସ ଉପରେ ଏକ ବଡ଼ ଆକ୍ରମଣ କରି ଏହାକୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଇସ୍ରାଏଲୀ ସେନା ଗାଜାର ଦେଇର ଅଲ-ବାଲାହ ଅଞ୍ଚଳରେ ରହୁଥିବା ପାଲେଷ୍ଟାଇନୀୟଙ୍କୁ ସେଠାରେ ଆକ୍ରମଣ କରିବା ପୂର୍ବରୁ ସେଠାରୁ ଚାଲିଯିବାକୁ ଚେତାବନୀ ଦେଇଥିଲା । ହେଲେ ଏହାକୁ ଅତି ସହଜରେ ଏଡାଇ ଦେଇଥିଲେ ଇସ୍ରାଏଲୀ ସେନାର ଆରବିକ ମୁଖପାତ୍ର କର୍ଣ୍ଣେଲ ଅଭିଚାଇ । ଏହାକୁ ଆକ୍ରମଣ ପୂର୍ବରୁ ଶେଷ ଚେତାବନୀ ଭାବରେ ବର୍ଣ୍ଣନା କରାଯାଇଥିଲା। ପରେ ଇସ୍ରାଏଲୀ ସେନା ଏକ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହୃତ ରକେଟ ଲଞ୍ଚରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଇସ୍ରାଏଲର ଉଚ୍ଚ ଆପାର୍ଟମେଣ୍ଟ କୋଠା ନିକଟରେ ହମାସ ରକେଟ ପଡୁଥିବା ଦେଖାଯାଉଛି । ଯେତେବେଳେ ଏହି ଆକ୍ରମଣ ଘଟିଥିଲା, ସେତେବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ଗସ୍ତରେ ଯାଉଥିଲେ । ସେ ତାଙ୍କ ବିମାନରୁ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍‌ଙ୍କୁ ଡାକି ହମାସକୁ କଡ଼ା ଜବାବ ଦେବାକୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ପରେ, ଇସ୍ରାଏଲ କ୍ୟାଟଜ୍ କହିଛନ୍ତି ଯେ ସେ ଗାଜା ଷ୍ଟ୍ରିପରେ ହମାସ ବିରୋଧରେ ଚାଲିଥିବା ଆକ୍ରମଣକୁ ଆହୁରି ତୀବ୍ର କରିବାକୁ ଇସ୍ରାଏଲୀ ସେନା (IDF)କୁ ନିର୍ଦ୍ଦେଶ ଦେଇଛନ୍ତି।

You Might Also Like

ରାମନବମୀ ଅବସରରେ ନୂତନ ପମ୍ବନ ରେଳସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ତୀର୍ଥଯାତ୍ରୀଙ୍କ ପାଇଁ ହେବ ସହଜ

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ତୀବ୍ରତା ୬.୦

ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଜେପି ନଡ୍ଡା

ସହାୟତାର ହାତ ବଢ଼ାଇଲା ଭାରତ, ମିଆଁମାରକୁ ପଠାଇଲା ୪୪୨ ମେଟ୍ରିକ ଟନ୍ ଖାଦ୍ୟ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ

TAGGED:#attack#hamas#israel#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?